ସୀମାରେ ବାଂଲାଦେଶୀ ଭୟ, ପାରାଦୀପ ଦେଇ ପଶି ଆସିଲେ ୧୨ଜଣ

ପାରାଦୀପ,୧୫।୮: ବାଂଲାଦେଶ ହିଂସାକୁ ନେଇ ଓଡ଼ିଶା ଉପକୂଳରେ ହାଇଆଲର୍ଟ ଜାରି ହୋଇଛି । ବାଂଲାଦେଶୀମାନେ ଉପକୂଳ କିମ୍ବା ସମୁଦ୍ର ତଟ ଦେଇ ପଶି ଆସୁଥିବାରୁ ସବୁଠି ହାଇ ଆଲର୍ଟ ଜାରି ହୋଇଛି। ତେବେ ଗୁରୁବାର ପାରାଦୀପ ଦେଇ ୧୨ଜଣ ସନ୍ଦିଗ୍ଧ ବାଂଲାଦେଶୀ ପଶି ଆସିଛନ୍ତି। ପାରାଦୀପ ଆଦର୍ଶ ଥାନା ପୋଲିସ ସେମାନଙ୍କୁ ବାଂଲାଦେଶୀ ଅନୁପ୍ରେବଶକାରୀ ସନ୍ଦେହରେ ୧୨ଜଣଙ୍କୁ ଅଟକ ରଖିଛି। ସମସ୍ତଙ୍କ ପରିଚୟପତ୍ର ଯାଞ୍ଚ ସହ ତଦନ୍ତ କରୁଛି ପୋଲିସ । ଆଜି ସକାଳେ ଏହି ୧୨ […] The post ସୀମାରେ ବାଂଲାଦେଶୀ ଭୟ, ପାରାଦୀପ ଦେଇ ପଶି ଆସିଲେ ୧୨ଜଣ appeared first on Dharitri Odia News.

ସୀମାରେ ବାଂଲାଦେଶୀ ଭୟ, ପାରାଦୀପ ଦେଇ ପଶି ଆସିଲେ ୧୨ଜଣ

ପାରାଦୀପ,୧୫।୮: ବାଂଲାଦେଶ ହିଂସାକୁ ନେଇ ଓଡ଼ିଶା ଉପକୂଳରେ ହାଇଆଲର୍ଟ ଜାରି ହୋଇଛି । ବାଂଲାଦେଶୀମାନେ ଉପକୂଳ କିମ୍ବା ସମୁଦ୍ର ତଟ ଦେଇ ପଶି ଆସୁଥିବାରୁ ସବୁଠି ହାଇ ଆଲର୍ଟ ଜାରି ହୋଇଛି। ତେବେ ଗୁରୁବାର ପାରାଦୀପ ଦେଇ ୧୨ଜଣ ସନ୍ଦିଗ୍ଧ ବାଂଲାଦେଶୀ ପଶି ଆସିଛନ୍ତି।

ପାରାଦୀପ ଆଦର୍ଶ ଥାନା ପୋଲିସ ସେମାନଙ୍କୁ ବାଂଲାଦେଶୀ ଅନୁପ୍ରେବଶକାରୀ ସନ୍ଦେହରେ ୧୨ଜଣଙ୍କୁ ଅଟକ ରଖିଛି। ସମସ୍ତଙ୍କ ପରିଚୟପତ୍ର ଯାଞ୍ଚ ସହ ତଦନ୍ତ କରୁଛି ପୋଲିସ । ଆଜି ସକାଳେ ଏହି ୧୨ ଜଣ କୋଲକତାରୁ ବସରେ ଆସି ପାରାଦୀପ ବସଷ୍ଟାଣ୍ଡରେ ପହଞ୍ଚିଥିଲେ । ବାଂଲାଦେଶୀ ହୋଇଥିବା ସନ୍ଦେହ କରି ପୋଲିସକୁ ଜଣାଇଥିଲେ ସ୍ଥାନୀୟ ଲୋକେ । ପରେ ପୋଲିସ ସମସ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି । ସମସ୍ତ ସନ୍ଦିଗ୍ଧ କୋଲକାତାର ବାବୁଘାଟରୁ ଆସିଥିବା ଜଣାପଡିଛି । ସମସ୍ତେ ବଙ୍ଗଳା ଭାଷାରେ କଥାବାର୍ତ୍ତା ହେଉଥିବା ବେଳେ ଏମାନେ ବାଂଲାଦେଶୀ ଅନୁପ୍ରବେଶକାରୀ କି ନୁହେଁ ସେନେଇ ତଦନ୍ତ ଚାଲିଛି ।

The post ସୀମାରେ ବାଂଲାଦେଶୀ ଭୟ, ପାରାଦୀପ ଦେଇ ପଶି ଆସିଲେ ୧୨ଜଣ appeared first on Dharitri Odia News.