ସୀମାରେ ହାଇ ଆଲର୍ଟ: ଏଲ୍ଓସିକୁ ଗଲେ ୧୩୭ କମ୍ପାନୀ ଫୋର୍ସ
ନୂଆଦିଲ୍ଲୀ : ପାକିସ୍ତାନ ଉପରେ ଭାରତ ଅପରେସନ ସିନ୍ଦୂର ଜାରି ରଖିଥିଲା ବେଳେ ଗୁରୁବାର ନିୟନ୍ତ୍ରଣ ରେଖା(ଏଲ୍ଓସି) ନିକଟକୁ ୧୩୭ କମ୍ପାନୀ ସୁରକ୍ଷାବଳକୁ ପଠାଇଥିବା ସୂଚନା ମିଳିଛି। ଭାରତୀୟ ସେନାର ଜୋରଦାର ଆକ୍ରମଣ ପରେ ରକ୍ତଚାଉଳ ଚୋବଉଥିବା ପାକିସ୍ତାନ ସେନା ଏଲ୍ଓସିରେ ସ୍ଥାନୀୟ ଗ୍ରାମବାସୀଙ୍କୁ ଟାର୍ଗେଟ କରି ଗୁଳିଗୋଳା ବର୍ଷଣ କରି ଚାଲିଛି। ଏହାକୁ ଦୃଷ୍ଟିରେ ରଖି ଭାରତୀୟ ସେନା ସୀମାରେ ଅଧିକ ସୁରକ୍ଷାବଳ ନିୟୋଜିତ କରିଛି। ସୀମା ନିକଟରେ ଏଭଳି ସ୍ଥିତିକୁ ନେଇ ହାଇଆଲର୍ଟ ଜାରି […]

ନୂଆଦିଲ୍ଲୀ : ପାକିସ୍ତାନ ଉପରେ ଭାରତ ଅପରେସନ ସିନ୍ଦୂର ଜାରି ରଖିଥିଲା ବେଳେ ଗୁରୁବାର ନିୟନ୍ତ୍ରଣ ରେଖା(ଏଲ୍ଓସି) ନିକଟକୁ ୧୩୭ କମ୍ପାନୀ ସୁରକ୍ଷାବଳକୁ ପଠାଇଥିବା ସୂଚନା ମିଳିଛି। ଭାରତୀୟ ସେନାର ଜୋରଦାର ଆକ୍ରମଣ ପରେ ରକ୍ତଚାଉଳ ଚୋବଉଥିବା ପାକିସ୍ତାନ ସେନା ଏଲ୍ଓସିରେ ସ୍ଥାନୀୟ ଗ୍ରାମବାସୀଙ୍କୁ ଟାର୍ଗେଟ କରି ଗୁଳିଗୋଳା ବର୍ଷଣ କରି ଚାଲିଛି। ଏହାକୁ ଦୃଷ୍ଟିରେ ରଖି ଭାରତୀୟ ସେନା ସୀମାରେ ଅଧିକ ସୁରକ୍ଷାବଳ ନିୟୋଜିତ କରିଛି। ସୀମା ନିକଟରେ ଏଭଳି ସ୍ଥିତିକୁ ନେଇ ହାଇଆଲର୍ଟ ଜାରି କରାଯାଇଛି।
ପାକିସ୍ତାନର ୧୨ ସହରରେ ଡ୍ରୋନ୍ ଆକ୍ରମଣ
ଭାରତୀୟ ସେନା ପାକିସ୍ତାନ ବିରୋଧରେ ପୁଣି ଜୋରଦାର ଆକ୍ରମଣ କରିଛି। ଗତକାଲି ନିୟନ୍ତ୍ରଣ ରେଖାରେ ପାକିସ୍ତାନ ସେନା ଭାରୀମାତ୍ରାରେ ଗୁଳିଗୋଳା ବର୍ଷଣ କରିବା ସହିତ ଶ୍ରୀନଗର ଏବଂ ଅମୃତସର ସମେତ ଜମ୍ମୁ-କଶ୍ମୀରର ବିଭିନ୍ନ ସହରକୁ ନିଶାଣ କରି କ୍ଷେପଣାସ୍ତ୍ର ମାଡ଼ କରିବାକୁ ଉଦ୍ୟମ କରିଥିଲା ବେଳେ ଭାରତୀୟ ସେନା ଏହାର କଡ଼ା ଜବାବ ଦେଇଛି। ଏହିକ୍ରମରେ ଅପରେସନ ସିନ୍ଦୂର-୨ ଅଭିଯାନରେ ଭାରତ ପକ୍ଷରୁ କରାଚୀ, ରାୱଲପିଣ୍ଡି, ଲାହୋର, ସିଆଲକୋଟ୍ ଭଳି ୧୨ ସହର ଉପରେ ଡ୍ରୋନ୍ ଆକ୍ରମଣ କରାଯାଇଛି।
ଅର୍ଦ୍ଧସାମରିକ ବାହିନୀର ମୁଖ୍ୟଙ୍କ ସହ କଥା ହେଲେ ଗୃହମନ୍ତ୍ରୀ
ବର୍ତ୍ତମାନ ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦେଶର ଅର୍ଦ୍ଧସାମରିକ ବାହିନୀର ମୁଖ୍ୟଙ୍କ ସହ କଥା ହୋଇଛନ୍ତି। ବିଏସଏଫ ଏବଂ ସିଆଇଏସଏଫର ଡିଜିଙ୍କ ସହ ଆଲୋଚନାରେ ଦେଶର ସୁରକ୍ଷା ସୁନିଶ୍ଚିତ କରିବାକୁ ଅମିତ ଶାହ ନିର୍ଦ୍ଦେଶ ଦେଇଛନ୍ତି।
ଅମିତ ଶାହା ଦେଶର ଆନ୍ତର୍ଜାତୀୟ ସୀମାର ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ସୀମା ସୁରକ୍ଷା ବାହିନୀ (BSF)ର ମହାନିର୍ଦ୍ଦେଶକ ଦଳଜିତ ସିଂହ ଚୌଧୁରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବାହିନୀ (CISF)ର ମହାନିର୍ଦ୍ଦେଶକଙ୍କୁ ଦେଶର ସମସ୍ତ ବିମାନବନ୍ଦରର ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସୂଚନାଥାଉକି, ଦେଶର ସମସ୍ତ ବିମାନବନ୍ଦରର ସୁରକ୍ଷା ଦାୟିତ୍ୱ CISF ଉପରେ ରହିଛି । CISF ଦେଶର ଗୁରୁତ୍ୱପୂର୍ଣ୍ଣ ଶିଳ୍ପ ଏବଂ ରଣନୈତିକ ପ୍ରତିଷ୍ଠାନ ଯେପରିକି ପରମାଣୁ ଶକ୍ତି କେନ୍ଦ୍ର, ତୈଳ ବିଶୋଧନାଗାର, ମହାକାଶ ଗବେଷଣା କେନ୍ଦ୍ର ଅର୍ଥାତ୍ ISROକୁ ସୁରକ୍ଷା ପ୍ରଦାନ କରେ।