ଠିକାଦାରଙ୍କ ଠାରୁ ୫୦ ହଜାର ଲାଞ୍ଚ ନେଉଥିଲେ ହାଇସ୍କୁଲ ପ୍ରଧାନଶିକ୍ଷକ, ଧରିଲା ଭିଜିଲାନ୍ସ

ଭବାନୀପାଟଣା : ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ପ୍ରଧାନଶିକ୍ଷକ। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନ ଅଧମୁଣ୍ଡା ସରକାରୀ ହାଇସ୍କୁଲର ପ୍ରଧାନ ଶିକ୍ଷକ ଅଗସ୍ତି ସାହୁ ଜଣେ ଠିକାଦାରଙ୍କ ଠାରୁ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ମାଡ଼ି ବସିଥିଲା । ଆଜି ପ୍ରଧାନ ଶିକ୍ଷକ ଅଗସ୍ତି ସାହୁ ସ୍କୁଲ ଅଫିସରେ ଠିକାଦାର ଯୁଧିଷ୍ଠିର ଭଗତଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିଥିଲେ। ପ୍ରଧାନ ଶିକ୍ଷକଙ୍କଠାରୁ […]

ଠିକାଦାରଙ୍କ ଠାରୁ ୫୦ ହଜାର ଲାଞ୍ଚ ନେଉଥିଲେ ହାଇସ୍କୁଲ ପ୍ରଧାନଶିକ୍ଷକ, ଧରିଲା ଭିଜିଲାନ୍ସ
High School Head Maste was caught by the vigilance while taking bribe

ଭବାନୀପାଟଣା : ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ପ୍ରଧାନଶିକ୍ଷକ। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନ ଅଧମୁଣ୍ଡା ସରକାରୀ ହାଇସ୍କୁଲର ପ୍ରଧାନ ଶିକ୍ଷକ ଅଗସ୍ତି ସାହୁ ଜଣେ ଠିକାଦାରଙ୍କ ଠାରୁ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ମାଡ଼ି ବସିଥିଲା ।

ଆଜି ପ୍ରଧାନ ଶିକ୍ଷକ ଅଗସ୍ତି ସାହୁ ସ୍କୁଲ ଅଫିସରେ ଠିକାଦାର ଯୁଧିଷ୍ଠିର ଭଗତଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିଥିଲେ। ପ୍ରଧାନ ଶିକ୍ଷକଙ୍କଠାରୁ ସମସ୍ତ ଲାଞ୍ଚ ଅର୍ଥ ଜବତ କରାଯାଇଛି। ଏ ମାମଲାରେ ଅଧିକ ତଦନ୍ତ ଚଳାଇଛି ଭିଜିଲାନ୍ସ । ଅଗସ୍ତି ସାହୁ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ସନ୍ଦେହରେ ଗୋଟିଏ ଜାଗାରେ ଚଢାଉ କରିଛି ଭିଜିଲାନ୍ସ।

ମିଳିଥିବା ସୂଚନାଅନୁସାରେ ସ୍କୁଲର ଉନ୍ନତିକରଣ କାମ କରିଥିବା ଠିକାଦାର ଯୁଧିଷ୍ଠିର ଭଗତ ଚୂଡ଼ାନ୍ତ ବିଲ୍‌ କରିଦେବାକୁ ପ୍ରଧାନଶିକ୍ଷକଙ୍କୁ କହିଥିଲେ। ହେଲେ ପ୍ରଧାନଶିକ୍ଷକ ଚୂଡ଼ାନ୍ତ ବିଲ୍‌ ପାଇଁ ୫୦ ହଜାର ଲାଞ୍ଚ ମାଗିଥିଲେ। ଯାହାପରେ ଠିକାଦାର ଜଣଙ୍କ ଭିଜିଲାନ୍ସରେ ଏକଥା ଜଣାଇଥିଲେ। ଆଜି ଅପରାହ୍ନରେ ପ୍ରଧାନଶିକ୍ଷକ ଅଗସ୍ଥି ସାହୁ ସ୍କୁଲ ଅଫିସରେ ଠିକାଦାର ଯୁଧିଷ୍ଠିର ଭଗତଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିଥିଲେ। ପ୍ରଧାନ ଶିକ୍ଷକଙ୍କଠାରୁ ସମସ୍ତ ଲାଞ୍ଚ ଅର୍ଥ ଜବତ କରାଯାଇଥିଲା।