ମେଣ୍ଟ ହେଲେ ୧୪୭ ପ୍ରାର୍ଥୀ ଯିବେ କୁଆଡ଼େ? ଚର୍ଚ୍ଚା ବଢ଼ୁଛି…

ଭୁବନେଶ୍ୱର,୧୨।୩: ରାଜ୍ୟରେ ବିଜେଡି-ଭାଜପା ମେଣ୍ଟ ନେଇ ଚର୍ଚ୍ଚା ହେବା ଦିନଠାରୁ ଚିନ୍ତାରେ ପଡ଼ିଯାଇଛନ୍ତି ନେତା। ରାଜ୍ୟର ୩ ପ୍ରମୁଖ ଦଳର ଅଧିକାଂଶ ନେତା ବର୍ତ୍ତମାନ ନିଜର ରାଜନୈତିକ ଭବିଷ୍ୟତ କଥା ଚିନ୍ତା କରି ଦ୍ୱନ୍ଦ୍ୱରେ ପଡିଗଲେଣି। ଯଦି ମେଣ୍ଟ ନ ହୁଏ ତେବେ ଉଭୟ ଦଳ ୧୪୭ ବିଧାନସଭାରେ ନିଜ ନିଜର ପ୍ରାର୍ଥୀ ଦେବେ। ଅର୍ଥାତ୍‌ ଉଭୟ ଦଳର ମୋଟ୍‌ ପ୍ରାର୍ଥୀ ସଂଖ୍ୟା ବିଧାନସଭା ପାଇଁ ୨୯୪ ହେବା କଥା। ହେଲେ ଯଦି ଉଭୟ ଦଳ ମଧ୍ୟରେ […] The post ମେଣ୍ଟ ହେଲେ ୧୪୭ ପ୍ରାର୍ଥୀ ଯିବେ କୁଆଡ଼େ? ଚର୍ଚ୍ଚା ବଢ଼ୁଛି… appeared first on Dharitri Odia News.

ମେଣ୍ଟ ହେଲେ ୧୪୭ ପ୍ରାର୍ଥୀ ଯିବେ କୁଆଡ଼େ? ଚର୍ଚ୍ଚା ବଢ଼ୁଛି…

ଭୁବନେଶ୍ୱର,୧୨।୩: ରାଜ୍ୟରେ ବିଜେଡି-ଭାଜପା ମେଣ୍ଟ ନେଇ ଚର୍ଚ୍ଚା ହେବା ଦିନଠାରୁ ଚିନ୍ତାରେ ପଡ଼ିଯାଇଛନ୍ତି ନେତା। ରାଜ୍ୟର ୩ ପ୍ରମୁଖ ଦଳର ଅଧିକାଂଶ ନେତା ବର୍ତ୍ତମାନ ନିଜର ରାଜନୈତିକ ଭବିଷ୍ୟତ କଥା ଚିନ୍ତା କରି ଦ୍ୱନ୍ଦ୍ୱରେ ପଡିଗଲେଣି। ଯଦି ମେଣ୍ଟ ନ ହୁଏ ତେବେ ଉଭୟ ଦଳ ୧୪୭ ବିଧାନସଭାରେ ନିଜ ନିଜର ପ୍ରାର୍ଥୀ ଦେବେ। ଅର୍ଥାତ୍‌ ଉଭୟ ଦଳର ମୋଟ୍‌ ପ୍ରାର୍ଥୀ ସଂଖ୍ୟା ବିଧାନସଭା ପାଇଁ ୨୯୪ ହେବା କଥା। ହେଲେ ଯଦି ଉଭୟ ଦଳ ମଧ୍ୟରେ ମେଣ୍ଟ ହୋଇଯିବ ତେବେ ଦୁଇ ଦଳ ମିଶିକରି ବିଧାନସଭା ଲାଗି ମୋଟ୍‌ ୧୪୭ ଜଣଙ୍କୁ ପ୍ରାର୍ଥୀ କରିବେ। ଏ କ୍ଷେତ୍ରରେ ଆଶାୟୀ ଥିବା ୧୪୭ ଜଣ ପ୍ରାର୍ଥୀ କ’ଣ କରିବେ ତାକୁ ନେଇ ଚର୍ଚ୍ଚା ଜୋର୍‌ ଧରିବାରେ ଲାଗିଛି।

ମେଣ୍ଟ ନେଇ ଚର୍ଚ୍ଚା ହେବା ଦିନଠାରୁ ସବୁ ପ୍ରକାର ରାଜନୈତିକ କାର୍ଯ୍ୟକ୍ରମକୁ ଏକ ପ୍ରକାର ଠପ୍‌ ହୋଇଯାଇଛି। କିଛିଦିନ ତଳୁ ଅସନ୍ତୁଷ୍ଟ ନେତାମାନେ ଦଳଡିଆଁ କରୁଥିଲେ। ବର୍ତ୍ତମାନ ସେହି ଚିନ୍ତାଧାରାରେ ବ୍ୟାପକ ପରିବର୍ତ୍ତନ ହେବା ଭଳି ଲାଗୁଛି। ଭାଜପାର ସେପରି କୌଣସି ନେତା ଆଉ ବିଜେଡିରେ ଯୋଗ ଦେବା ଭଳି ଘଟଣା ଦେଖିବାକୁ ମିଳୁନାହିଁ। ଅନ୍ୟପଟେ କଂଗ୍ରେସର କିଛି ଟାଣୁଆ ନେତାଙ୍କୁ ମଧ୍ୟ ବିଜେଡି ଏବଂ ଭାଜପା ନିଜ ଦଳରେ ସାମିଲ କରିଦେଉଥିଲେ, ହେଲେ ସେକଥା ମଧ୍ୟ ଆଉ ଏବେ ଘଟୁନାହିଁ। ତେଣୁ ମିଶ୍ରଣ ପର୍ବ ଏକ ପ୍ରକାର ବନ୍ଦ ହୋଇଗଲା ଭଳି ମନେ ହେଉଛି।

କହିରଖୁଛୁ, ଗତ କିଛି ଦିନ ଧରି ରାଜ୍ୟରେ ଭାଜପା ଏବଂ ବିଜେଡ଼ି ମଧ୍ୟରେ ସମ୍ଭାବ୍ୟ ମେଣ୍ଟକୁ ନେଇ ଚର୍ଚ୍ଚା ଲାଗି ରହିଛି। ଆସନ ଭାଗବଣ୍ଟା ଛିଡ଼ୁ ନ ଥିବାରୁ ଏନେଇ ଏଯାବତ ଘୋଷଣା ହୋଇପାରୁ ନ ଥିବା କୁହାଯାଉଛି। ତେବେ ଆଗାମୀ ଦିନ କେଇଟାରେ ତାହା ଉପରେ ମୋହର ବାଜିପାରେ ବୋଲି ଅଲୋଚନା ହେଉଛି। ଏନେଇ ଦିଲ୍ଲୀରେ ନେତାଙ୍କ ଘନ ଘନ ବୈଠକ ଚାଲିଛି। ଅପରପକ୍ଷେ କିଛି ନେତା ମେଣ୍ଟ ସମ୍ଭାବନାକୁ ଅସମ୍ଭବ ବୋଲି କହୁଥିବାରୁ ରାଜନୀତି ବେଶ ସରଗରମ ରହିଛି।

The post ମେଣ୍ଟ ହେଲେ ୧୪୭ ପ୍ରାର୍ଥୀ ଯିବେ କୁଆଡ଼େ? ଚର୍ଚ୍ଚା ବଢ଼ୁଛି… appeared first on Dharitri Odia News.