ସୁଖ ସମ୍ମାନ ବୃଦ୍ଧି ପାଇବ, ଦିନଟି ମଧ୍ୟମ ଫଳ ଦେବ

ମେଷ- ସୁଖ ସୌଭାଗ୍ୟ ଲାଭର ଯୋଗ ରହିଛି। ଅନୁଧ୍ୟାନ କରି କିଛି ନୂତନ ନିର୍ଯ୍ୟାସରେ ପହଞ୍ଚିବେ। ସୁଖ ସମ୍ମାନ ମିଳିବ, ଯାହାଦ୍ଵାରା ମାନ ପ୍ରସନ୍ନ ରହିବ। ଆତ୍ମନିର୍ଭରଶୀଳ ହେବେ। ଜୀବନସାଥୀଙ୍କ ସମର୍ଥନ ପାଇବେ  ଆପଣ ଦୀର୍ଘ ଦିନର ସମସ୍ୟାରୁ ମୁକ୍ତି ପାଇବେ।ବୃଷ- ରାଶିକୁ ଘାତ ଚନ୍ଦ୍ର, ଲୋଭ ଗ୍ରସ୍ତ ହୋଇପାରନ୍ତି । ହେଲେ ମଧ୍ୟ ବିଭିନ୍ନ ପ୍ରକାରର ସୁଖ ସୁବିଧା ପ୍ରାପ୍ତ ହେବ। ଚାକିରିରେ ସଫଳତା ମିଳିବ। ଦିନଟିରେ ଉନ୍ନତି ଆଶାନୁରୂପ ହେବ। ବିଦେଶ ଯାତ୍ରା ଆପଣଙ୍କର ମଙ୍ଗଳମୟ ଓ ଲାଭଦାୟକ ସାବ୍ୟସ୍ତ ହେବ ।ମିଥୁନ- ଅଯଥା ଖର୍ଚ୍ଚାନ୍ତ ଯୋଗୁଁ  ଚିନ୍ତାଜନକ ପରିସ୍ଥିତି ସୃଷ୍ଟି ହେବ। କାର୍ଯ୍ୟ କ୍ଷେତ୍ରରେ ସମୟାନୁସାରେ କାର୍ଯ୍ୟ ସମାପ୍ତ କରିବେ। ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହେଲେ ଭଲ । ବ୍ୟବସାୟରେ କାର୍ଯ୍ୟ ତ୍ବରାନ୍ବିତ ହେବ। ଦାମ୍ପତ୍ୟ ଜୀବନରେ କଳହ ଦେଖା ଦେଇପାରେ ।କର୍କଟ- ଦୃଢ଼ମନା ହୋଇ କାର୍ଯ୍ୟ କରିବେ । ନିଶ୍ଚିନ୍ତ ଭାବରେ କୌଣସି କ୍ଷେତ୍ରରେ ସାହାଯ୍ୟ ପାଇବେ । ନୂତନ କର୍ମ ସଂସ୍ଥାନ ପାଇଁ  ଆଗ୍ରହୀ ହେବେ | ଶିକ୍ଷାଗତ କାର୍ଯ୍ୟ ପାଇଁ ବିଦେଶ ଯିବାର ସମ୍ଭାବନା ଅଛି । ସିଂହ- କୌଣସି ସ୍ଥାନରୁ ପ୍ରତାରଣାର ଶିକାର ହୋଇପାରନ୍ତି। ପରିବାରରେ କିମ୍ବା ବନ୍ଧୁମାନଙ୍କ ସହ କଳହର ଯୋଗ ରହିଛି । ଆତ୍ମବିଶ୍ୱାସର ଅଭାବ ହେବ । ପରିବାରର ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ଶିକ୍ଷାଗତ କାର୍ଯ୍ୟଗୁଡ଼ିକ ସୁଖଦ ଫଳାଫଳ ପାଇବ ।କନ୍ୟା- ଶ୍ରୀ

ସୁଖ ସମ୍ମାନ ବୃଦ୍ଧି ପାଇବ, ଦିନଟି ମଧ୍ୟମ ଫଳ ଦେବ

ମେଷ- ସୁଖ ସୌଭାଗ୍ୟ ଲାଭର ଯୋଗ ରହିଛି। ଅନୁଧ୍ୟାନ କରି କିଛି ନୂତନ ନିର୍ଯ୍ୟାସରେ ପହଞ୍ଚିବେ। ସୁଖ ସମ୍ମାନ ମିଳିବ, ଯାହାଦ୍ଵାରା ମାନ ପ୍ରସନ୍ନ ରହିବ। ଆତ୍ମନିର୍ଭରଶୀଳ ହେବେ। ଜୀବନସାଥୀଙ୍କ ସମର୍ଥନ ପାଇବେ  ଆପଣ ଦୀର୍ଘ ଦିନର ସମସ୍ୟାରୁ ମୁକ୍ତି ପାଇବେ।

ବୃଷ- ରାଶିକୁ ଘାତ ଚନ୍ଦ୍ର, ଲୋଭ ଗ୍ରସ୍ତ ହୋଇପାରନ୍ତି । ହେଲେ ମଧ୍ୟ ବିଭିନ୍ନ ପ୍ରକାରର ସୁଖ ସୁବିଧା ପ୍ରାପ୍ତ ହେବ। ଚାକିରିରେ ସଫଳତା ମିଳିବ। ଦିନଟିରେ ଉନ୍ନତି ଆଶାନୁରୂପ ହେବ। ବିଦେଶ ଯାତ୍ରା ଆପଣଙ୍କର ମଙ୍ଗଳମୟ ଓ ଲାଭଦାୟକ ସାବ୍ୟସ୍ତ ହେବ ।

ମିଥୁନ- ଅଯଥା ଖର୍ଚ୍ଚାନ୍ତ ଯୋଗୁଁ  ଚିନ୍ତାଜନକ ପରିସ୍ଥିତି ସୃଷ୍ଟି ହେବ। କାର୍ଯ୍ୟ କ୍ଷେତ୍ରରେ ସମୟାନୁସାରେ କାର୍ଯ୍ୟ ସମାପ୍ତ କରିବେ। ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହେଲେ ଭଲ । ବ୍ୟବସାୟରେ କାର୍ଯ୍ୟ ତ୍ବରାନ୍ବିତ ହେବ। ଦାମ୍ପତ୍ୟ ଜୀବନରେ କଳହ ଦେଖା ଦେଇପାରେ ।

କର୍କଟ- ଦୃଢ଼ମନା ହୋଇ କାର୍ଯ୍ୟ କରିବେ । ନିଶ୍ଚିନ୍ତ ଭାବରେ କୌଣସି କ୍ଷେତ୍ରରେ ସାହାଯ୍ୟ ପାଇବେ । ନୂତନ କର୍ମ ସଂସ୍ଥାନ ପାଇଁ  ଆଗ୍ରହୀ ହେବେ | ଶିକ୍ଷାଗତ କାର୍ଯ୍ୟ ପାଇଁ ବିଦେଶ ଯିବାର ସମ୍ଭାବନା ଅଛି । 

ସିଂହ- କୌଣସି ସ୍ଥାନରୁ ପ୍ରତାରଣାର ଶିକାର ହୋଇପାରନ୍ତି। ପରିବାରରେ କିମ୍ବା ବନ୍ଧୁମାନଙ୍କ ସହ କଳହର ଯୋଗ ରହିଛି । ଆତ୍ମବିଶ୍ୱାସର ଅଭାବ ହେବ । ପରିବାରର ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ଶିକ୍ଷାଗତ କାର୍ଯ୍ୟଗୁଡ଼ିକ ସୁଖଦ ଫଳାଫଳ ପାଇବ ।

କନ୍ୟା- ଶ୍ରୀ ଚନ୍ଦ୍ର ଯୋଗ ରହିଥିବାରୁ ଅଧିକ ଆୟ ଯୋଗ ରହିଛି । ମନ ଖୁସି ରହିବ, ତଥାପି ଆତ୍ମ-ନିୟନ୍ତ୍ରିତ ରହିବ। ଚାକିରିରେ କର୍ମକ୍ଷେତ୍ରରେ ଅଧିକ କଠିନ ପରିଶ୍ରମ ହେବ। ଜୀବନ ମଧ୍ୟ ଅସଂଗଠିତ ହେବ । ସାଙ୍ଗମାନଙ୍କ ସମର୍ଥନ ପାଇବେ ।

ତୁଳା- ପଥ ରୋଧର ଶିକାର ହୋଇପାରନ୍ତି। କାର୍ଯ୍ୟ ହାନି ଘଟିବ । ଜମି, ନିର୍ମାଣ, ଯାନ କ୍ରୟ ସମ୍ଭବ ହେବ । ସ୍ୱାସ୍ଥ୍ୟ ଉତ୍କୃଷ୍ଟ ରହିବ। ବ୍ୟବସାୟ ମଧ୍ୟମ ଗତିରେ ଚାଲିବ। ଘରୋଇ ବିବାଦରୁ ଦୂରେଇ ରୁହନ୍ତୁ । ପ୍ରେମ ସମ୍ପର୍କରେ ଦୃଢ଼ତା ଆସିବ। ଚାକିରି କ୍ଷେତ୍ରରେ ମତାନ୍ତର ହୋଇପାରେ ।

ବିଛା- ମନ ପ୍ରସନ୍ନ ରହିବ। ଭାଗ୍ୟ ଆପଣଙ୍କର ସାଥ ଦେବ । ନୂତନ ବ୍ୟବସାୟର ଆରମ୍ଭ ପାଇଁ ଦିନଟି ବହୁତ ଭଲ ରହିଛି ।  ଆତ୍ମ ବିଶ୍ୱାସର ବୃଦ୍ଧି ଘଟିବ। ମିତ୍ରଙ୍କ ଦ୍ଵାରା କିଛି ଆୟର ସନ୍ଧାନ ମିଳିବ । ପାରିବାରିକ ଜୀବନରେ ଲାଗିଥିବା କଳହର ସମାପ୍ତି ଘଟିବ। 

ଧନୁ- ନିଜକୁ ବ୍ୟସ୍ତ ବହୁଳ କର୍ମରେ ନିୟୋଜିତ କରିବେ। ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଭଲ ରହିଛି । ଆକସ୍ମିକ ଖୁସି ଖବର ମିଳିବ। ସୁଖ ସମ୍ମାନ ବୃଦ୍ଧି ପାଇବ । ଦିନଟି ମଧ୍ୟମ ଫଳ ଦେବ। ମନରେ ଉଦବେଗ ପ୍ରକାଶ ପାଇବ ।

ମକର- ସମ୍ମାନ ପ୍ରାପ୍ତିର ଯୋଗ ରହିଛି। ନିଜେ ଶକ୍ତିଶାଳୀ ରହିବେ। ବୃତ୍ତିଗତ ଭାବରେ ଏକ ଉତ୍ତମ କାର୍ଯ୍ୟ କରିବାକୁ ଆଗ୍ରହୀ ହେବ। ସ୍ୱାସ୍ଥ୍ୟ ଭଲ ରହିବ। ବ୍ୟବସାୟ ଦୃଷ୍ଟିକୋଣରୁ ସମୟ ଭଲ । ପ୍ରେମ ସମ୍ପର୍କ ଦୃଢ଼ ହେବ। ବିଦ୍ୟାର୍ଥୀ ଲାଭବାନ ହେବେ ।

କୁମ୍ଭ- ଆୟର ଯୋଗ ରହିଛି । ପରିଶ୍ରମ ଅଧିକ ରହିବ । ନିଜ ବକ୍ତବ୍ୟକୁ ନିୟନ୍ତ୍ରଣ କରନ୍ତୁ। ସ୍ୱାସ୍ଥ୍ୟବାସ୍ଥା ଉତ୍ତମ ରହିବ। ପ୍ରେମ ସମ୍ପର୍କରେ ଉନ୍ନତି ଆସିବ। ବ୍ୟବସାୟ ଦୃଷ୍ଟିକୋଣରୁ ଏହି ସମୟ ବହୁତ ଭଲ । ଭ୍ରମଣର ଯୋଗ ରହିଛି। ବିଦ୍ୟାର୍ଥୀମାନେ ପରିଶ୍ରମୀ ହେବେ ।

ମୀନ- ଆମୋଦ ପ୍ରମୋଦରେ ଦିନଟି କଟିବ। ବନ୍ଧୁ ମିଳନର ଯୋଗ ରହିଛି। ନିଜ ପରାକ୍ରମ ବଳରେ ଶତ୍ରୁଙ୍କୁ ପରାସ୍ତ କରିବାର କ୍ଷମତା ରଖିବେ। ପରିବାରରେ ସୁଖ ଶାନ୍ତି ଲାଗି ରହିବ। ଛାତ୍ରଛାତ୍ରୀମାନେ ବିଶେଷ ଭାବେ ଉପକୃତ ହେବେ। ବ୍ୟବସାୟରେ ଉତ୍ତମ ଫଳ ପ୍ରାପ୍ତ ହେବ ।