ସୁଧ ଲୋଭରେ ଫସିଗଲେ ଶହ ଶହ ଲୋକ; ଅଧିକ ଲାଭ ଦେବାକୁ କହି ପ୍ରାୟ ୧୨ଶହ କୋଟି ଠକେଇ
କନକ ବ୍ୟୁରୋ : ସେୟାର ମାର୍କେଟରେ ଟ୍ରେଡିଂ ନାଁରେ ମହାଠକେଇ । ଅଧିକ ଲାଭର ଲୋଭ ଦେଖାଇ ୧୨ଶହ କୋଟି ଟଙ୍କା ଠକେଇ କରିଛି ଏମସିଏକ୍ସ ସିଟି ନାମକ ସଂସ୍ଥା । ସମ୍ବଲପୁର ଜିଲ୍ଲାର ୫୦୦ରୁ ଅଧିକ ଲୋକଙ୍କୁ ଠକେଇ କରିଥିବା ଅଭିଯୋଗ ହୋଇଛି । ଏବେ ଟଙ୍କା ଫେରାଉନଥିବାରୁ ଥାନାର ଦ୍ୱାରସ୍ଥ ହୋଇଛନ୍ତି ଜମାକାରୀ । ଅଧିକ ଲାଭର ଲୋଭରେ ପଡିଲେ ମଣିଷ ଠକି ଯାଏ । ଯାହା ସମ୍ୱଲପୁର ଧନୁପାଲି ଥାନାରେ ଭିଡ଼ ଜମାଇଥିବା ଏହି ଲୋକଙ୍କ ସହ ଘଟିଛି । ଲକ୍ଷେ ଟଙ୍କାରେ ୫ ପ୍ରତିଶତ ସୁଧ ଲୋଭ ଦେଖାଇ ଏମସିଏକ୍ସ ସିଟି ନାମକ କମ୍ପାନି ବଡ଼ ଠକେଇ କରିଛି । କୋଟିଏ କି ଦୁଇକୋଟି ନୁହେଁ, ୧୨୦୦ କୋଟି ଟଙ୍କା ଠକି ନେଇଛି । କଂପାନୀ କଥାରେ ପଡ଼ି ସାଧାରଣ ଲୋକ, ସରକାରୀ ଚାକିରିଆ, ଏପରିକି କଂପାନୀର ଏଜେଣ୍ଟ ମଧ୍ୟ ନିଜ ଜମା ପୁଞ୍ଜି ହରାଇଛନ୍ତି । କିଏ ଜମି ବିକି ଟଙ୍କା ଦେଇଛି ତ କିଏ ବାନ୍ଧିଛି ପେନସନ ଟଙ୍କା । ପ୍ରଥମେ ପ୍ରଥମେ କଂପାନୀ ଲାଭ ଟଙ୍କା ଫେରାଉଥିଲା । ଏବେ କିନ୍ତୁ ସୁଧ ଟଙ୍କା ଦେଉନି କି ମୂଳ ଟଙ୍କା ଫେରାଉ ନାହିଁ । ଯାହାକୁ ନେଇ ଏମସିଏକ୍ସ ସିଟି ସଂସ୍ଥା ମୁଖ୍ୟ ସନ୍ତୋଷ ଆଚାର୍ଯ୍ୟଙ୍କ ବିରୋଧରେ ଧନୁପାଲି ଥାନାରେ ଏତଲା ଦେଇଛନ୍ତି ଜମାକାରୀ । ଏମସିଏକ୍ସ ସିଟି ସଂସ୍ଥା ୧୨୦୦ କୋଟି ଟଙ୍କା ଠକେଇ ଅଭିଯୋଗ ପରେ ସାମ୍ନାକୁ ଆସିଛି ସଂସ୍ଥା ମୁଖ୍ୟ ସନ୍ତୋଷ ଆଚାର୍ଯ୍ୟଙ୍କ ଭିଡିଓ । ଦୁଇ ତିନି ମାସ ତଳର ଭିଡିଓରେ ସଂସ୍ଥା ମୁଖ୍ୟ ସେୟାର ମାର୍କେଟ ମାନ

କନକ ବ୍ୟୁରୋ : ସେୟାର ମାର୍କେଟରେ ଟ୍ରେଡିଂ ନାଁରେ ମହାଠକେଇ । ଅଧିକ ଲାଭର ଲୋଭ ଦେଖାଇ ୧୨ଶହ କୋଟି ଟଙ୍କା ଠକେଇ କରିଛି ଏମସିଏକ୍ସ ସିଟି ନାମକ ସଂସ୍ଥା । ସମ୍ବଲପୁର ଜିଲ୍ଲାର ୫୦୦ରୁ ଅଧିକ ଲୋକଙ୍କୁ ଠକେଇ କରିଥିବା ଅଭିଯୋଗ ହୋଇଛି । ଏବେ ଟଙ୍କା ଫେରାଉନଥିବାରୁ ଥାନାର ଦ୍ୱାରସ୍ଥ ହୋଇଛନ୍ତି ଜମାକାରୀ ।
ଅଧିକ ଲାଭର ଲୋଭରେ ପଡିଲେ ମଣିଷ ଠକି ଯାଏ । ଯାହା ସମ୍ୱଲପୁର ଧନୁପାଲି ଥାନାରେ ଭିଡ଼ ଜମାଇଥିବା ଏହି ଲୋକଙ୍କ ସହ ଘଟିଛି । ଲକ୍ଷେ ଟଙ୍କାରେ ୫ ପ୍ରତିଶତ ସୁଧ ଲୋଭ ଦେଖାଇ ଏମସିଏକ୍ସ ସିଟି ନାମକ କମ୍ପାନି ବଡ଼ ଠକେଇ କରିଛି । କୋଟିଏ କି ଦୁଇକୋଟି ନୁହେଁ, ୧୨୦୦ କୋଟି ଟଙ୍କା ଠକି ନେଇଛି । କଂପାନୀ କଥାରେ ପଡ଼ି ସାଧାରଣ ଲୋକ, ସରକାରୀ ଚାକିରିଆ, ଏପରିକି କଂପାନୀର ଏଜେଣ୍ଟ ମଧ୍ୟ ନିଜ ଜମା ପୁଞ୍ଜି ହରାଇଛନ୍ତି । କିଏ ଜମି ବିକି ଟଙ୍କା ଦେଇଛି ତ କିଏ ବାନ୍ଧିଛି ପେନସନ ଟଙ୍କା । ପ୍ରଥମେ ପ୍ରଥମେ କଂପାନୀ ଲାଭ ଟଙ୍କା ଫେରାଉଥିଲା । ଏବେ କିନ୍ତୁ ସୁଧ ଟଙ୍କା ଦେଉନି କି ମୂଳ ଟଙ୍କା ଫେରାଉ ନାହିଁ । ଯାହାକୁ ନେଇ ଏମସିଏକ୍ସ ସିଟି ସଂସ୍ଥା ମୁଖ୍ୟ ସନ୍ତୋଷ ଆଚାର୍ଯ୍ୟଙ୍କ ବିରୋଧରେ ଧନୁପାଲି ଥାନାରେ ଏତଲା ଦେଇଛନ୍ତି ଜମାକାରୀ ।
ଏମସିଏକ୍ସ ସିଟି ସଂସ୍ଥା ୧୨୦୦ କୋଟି ଟଙ୍କା ଠକେଇ ଅଭିଯୋଗ ପରେ ସାମ୍ନାକୁ ଆସିଛି ସଂସ୍ଥା ମୁଖ୍ୟ ସନ୍ତୋଷ ଆଚାର୍ଯ୍ୟଙ୍କ ଭିଡିଓ । ଦୁଇ ତିନି ମାସ ତଳର ଭିଡିଓରେ ସଂସ୍ଥା ମୁଖ୍ୟ ସେୟାର ମାର୍କେଟ ମାନ୍ଦା ଚାଲୁଥିବାରୁ ଏବେ ଟଙ୍କା ଫେରାଇବା ସମ୍ଭବ ନୁହେଁ କହୁଥିବା ଶୁଣିବାକୁ ମିଳିଛି । ସେପଟେ ଜୁଲାଇରୁ ଲାଭାଂଶ ପ୍ରଦାନ ବନ୍ଦ ଥିବାରୁ ଜମାକାରୀମାନେ ତାଙ୍କ ଘରକୁ ଯାଇ ବୈଠକ କରିଥିବାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ଯେଉଁଥିରେ ସେ ପଇସା ଫେରସ୍ତ କରାଯିବା ନେଇ ଆଶ୍ୱାସନା ଦେଉଛନ୍ତି ।
ଏମସିଏକ୍ସ ସିଟି ସଂସ୍ଥା ପରିଚାଳକ ଧୂର୍ତ୍ତ ସନ୍ତୋଷ ଆଚାର୍ୟ୍ୟର କଥାରେ ପଡି ରାଜ୍ୟ ଓ ରାଜ୍ୟ ବାହାରେ ରହୁଥିବା ଓଡିଆ ଠକେଇର ଶିକାର ହୋଇଛନ୍ତି । ସିକିମ, ଛତିଶଗଡ, ଇନ୍ଦୋର, ପଶ୍ଚିମବଙ୍ଗ ଓ ଦେଶ ବାହର ସ୍ୱିଜରଲାଣ୍ଡରୁ ମଧ୍ୟ ଟଙ୍କା ଲୁଟ କରିଥିବା ଜଣାପଡିଛି ।