ସୁଧ ହାର ହ୍ରାସ ଆଶାକୁ ଝଟକା ଦେଲେ ଆରବିଆଇ ଗଭର୍ଣ୍ଣର, କହିଲେ-‘ଏଭଳି ବିଚାର ହୋଇନାହିଁ’

ନୂଆଦିଲ୍ଲୀ,୧୮ା୧: ଯେଉଁମାନେ ଇଏମଆଇ ଶସ୍ତା ହେବା ଆଶା କରୁଛନ୍ତି ସେମାନଙ୍କ ପାଇଁ ଏକ ଖରାପ ଖବର। ବର୍ତ୍ତମାନ ଆରବିଆଇ ସୁଧ ହାର ହ୍ରାସ କରିବାକୁ ଯାଉନାହିଁ। ଚଳିତ ବର୍ଷ ସୁଧ ହାର ହ୍ରାସକୁ ନେଇ କଳ୍ପନାଜଳ୍ପନା ମଧ୍ୟରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଯେ ବର୍ତ୍ତମାନ ଆରବିଆଇ ସୁଧ ହାର ହ୍ରାସ କରିବାକୁ ଚିନ୍ତା କରୁନାହିଁ। ସେ କହିଛନ୍ତି ଯେ ମୁଦ୍ରାସ୍ଫୀତି ହାରକୁ ୪ ପ୍ରତିଶତ ଲକ୍ଷ୍ୟକୁ ଆଣିବା ଆରବିଆଇର ମୁଖ୍ୟ […] The post ସୁଧ ହାର ହ୍ରାସ ଆଶାକୁ ଝଟକା ଦେଲେ ଆରବିଆଇ ଗଭର୍ଣ୍ଣର, କହିଲେ-‘ଏଭଳି ବିଚାର ହୋଇନାହିଁ’ appeared first on Dharitri Odia News.

ସୁଧ ହାର ହ୍ରାସ ଆଶାକୁ ଝଟକା ଦେଲେ ଆରବିଆଇ ଗଭର୍ଣ୍ଣର, କହିଲେ-‘ଏଭଳି ବିଚାର ହୋଇନାହିଁ’

ନୂଆଦିଲ୍ଲୀ,୧୮ା୧: ଯେଉଁମାନେ ଇଏମଆଇ ଶସ୍ତା ହେବା ଆଶା କରୁଛନ୍ତି ସେମାନଙ୍କ ପାଇଁ ଏକ ଖରାପ ଖବର। ବର୍ତ୍ତମାନ ଆରବିଆଇ ସୁଧ ହାର ହ୍ରାସ କରିବାକୁ ଯାଉନାହିଁ। ଚଳିତ ବର୍ଷ ସୁଧ ହାର ହ୍ରାସକୁ ନେଇ କଳ୍ପନାଜଳ୍ପନା ମଧ୍ୟରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଯେ ବର୍ତ୍ତମାନ ଆରବିଆଇ ସୁଧ ହାର ହ୍ରାସ କରିବାକୁ ଚିନ୍ତା କରୁନାହିଁ। ସେ କହିଛନ୍ତି ଯେ ମୁଦ୍ରାସ୍ଫୀତି ହାରକୁ ୪ ପ୍ରତିଶତ ଲକ୍ଷ୍ୟକୁ ଆଣିବା ଆରବିଆଇର ମୁଖ୍ୟ ଲକ୍ଷ୍ୟ ରହିଛି।

ବ୍ଲୁମବର୍ଗ ସହ ଆଲୋଚନା କରି ଶକ୍ତିକାନ୍ତ ଦାସ କହିଛନ୍ତି ଯେ ସୁଧ ହାର ହ୍ରାସ କରିବା ଆମ ଏଜେଣ୍ଡାରେ ଅନ୍ତର୍ଭୂକ୍ତ ନୁହେଁ। ସେ କହିଛନ୍ତି ଯେ ବର୍ତ୍ତମାନ ଏହି ବିଷୟରେ କୌଣସି ଆଲୋଚନା ହୋଇନାହିଁ। ଏବେ ଆମର ସବୁଠାରୁ ବଡ ଲକ୍ଷ୍ୟ ହେଉଛି ମୁଦ୍ରାସ୍ଫୀତି ହାରକୁ ୪ ପ୍ରତିଶତ ସ୍ତରକୁ ଆଣିବା। ତେବେ ଆମେ ବର୍ତ୍ତମାନ ଚାରି ପ୍ରତିଶତ ମୁଦ୍ରାସ୍ଫୀତି ଆଡକୁ ଗତି କରୁଛୁ।

ଆରବିଆଇ ଗଭର୍ଣ୍ଣର କହିଛନ୍ତି ଯେ ଋଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବା ପରେ ଏପ୍ରିଲ ୨୦୨୨ ରେ ଖୁଚୁରା ମୁଦ୍ରାସ୍ଫୀତି ହାର ୭.୮ ପ୍ରତିଶତରେ ପହଞ୍ଚିଥିଲା। ବର୍ତ୍ତମାନ ଏହା ଆରବିଆଇର ଲକ୍ଷ୍ୟ ୨ ରୁ ୬ ପ୍ରତିଶତ ମଧ୍ୟରେ ଆସିଛି। କିନ୍ତୁ ଏହାକୁ୪ ପ୍ରତିଶତକୁ ଆଣିବା ଆରବିଆଇର ଲକ୍ଷ୍ୟ। ଡିସେମ୍ବର ୨୦୨୩ ମାସ ପାଇଁ ଘୋଷିତ ଖୁଚୁରା ମୁଦ୍ରାସ୍ଫୀତି ଅନୁଯାୟୀ ଡିସେମ୍ବର ମାସରେ ଖୁଚୁରା ମୁଦ୍ରାସ୍ଫୀତି ହାର ୫.୬୯ ପ୍ରତିଶତକୁ ବୃଦ୍ଧି ପାଇଛି, ଯାହା ନଭେମ୍ବରରେ ୫.୫୫ ପ୍ରତିଶତ ଥିଲା।

ଡାଲି, ଶସ୍ୟ ଏବଂ ପନିପରିବା ସମେତ ଖାଦ୍ୟ ସାମଗ୍ରୀର ମୂଲ୍ୟରେ ତୀବ୍ର ବୃଦ୍ଧି ହେତୁ ଖୁଚୁରା ମୁଦ୍ରାସ୍ଫୀତି ହାର ବୃଦ୍ଧି ପାଇଛି। ଡିସେମ୍ବର ମାସରେ ଖାଦ୍ୟ ମୁଦ୍ରାସ୍ଫୀତି ହାର ୯.୫୩ ପ୍ରତିଶତ ଥିଲା ଯାହା ନଭେମ୍ବରରେ ୮.୭୦ ପ୍ରତିଶତ ଥିଲା। ଡିସେମ୍ବର ମାସରେ ଡାଲିର ମୁଦ୍ରାସ୍ଫୀତିରେ ବୃଦ୍ଧି ଘଟିଛି ଏବଂ ଏହା ୨୦.୭୩ ପ୍ରତିଶତକୁ ବୃଦ୍ଧି ପାଇଛି ଯାହା ନଭେମ୍ବର ମାସରେ ୨୦.୨୩ ପ୍ରତିଶତ ଥିଲା। ପନିପରିବାର ମୁଦ୍ରାସ୍ଫୀତି ହାରରେ ବହୁତ ବୃଦ୍ଧି ଘଟିଛି ଏବଂ ଏହା ୨୭.୬୪ ପ୍ରତିଶତକୁ ବୃଦ୍ଧି ପାଇଛି ଯାହା ଗତ ମାସରେ ୧୭.୭୦ ପ୍ରତିଶତ ଥିଲା।

The post ସୁଧ ହାର ହ୍ରାସ ଆଶାକୁ ଝଟକା ଦେଲେ ଆରବିଆଇ ଗଭର୍ଣ୍ଣର, କହିଲେ-‘ଏଭଳି ବିଚାର ହୋଇନାହିଁ’ appeared first on Dharitri Odia News.