ସୁଧୁରୁନି ଘରର ଆର୍ଥିକ ସ୍ଥିତି; ବାସ୍ତୁ ଦୋଷ ଅଛି କି?
ଅଧିକ ରୋଜଗାର କରି ପରିବାରକୁ ସୁଖଶାନ୍ତିରେ ରଖିବାକୁ ସମସ୍ତେ ସର୍ବଦା ଚେଷ୍ଟା କରିଥାନ୍ତି। ଏଥିପାଇଁ ଦିନରାତି ଏକ କରି ଦେଇଥାନ୍ତି। ଏହାସତ୍ତ୍ୱେ ବହୁ ପରିବାରରେ ଅଭାବ ଅନାଟନ ଦେଖାଯାଇଥାଏ।
ଅଧିକ ରୋଜଗାର କରି ପରିବାରକୁ ସୁଖଶାନ୍ତିରେ ରଖିବାକୁ ସମସ୍ତେ ସର୍ବଦା ଚେଷ୍ଟା କରିଥାନ୍ତି। ଏଥିପାଇଁ ଦିନରାତି ଏକ କରି ଦେଇଥାନ୍ତି। ଏହାସତ୍ତ୍ୱେ ବହୁ ପରିବାରରେ ଅଭାବ ଅନାଟନ ଦେଖାଯାଇଥାଏ। ରୋଜଗାର ଅପେକ୍ଷା ଖର୍ଚ୍ଚ ଅଧିକ ହୋଇଥାଏ, ଘରେ ମଧ୍ୟ କଳି ଝଗଡ଼ା ଲାଗି ରୁହେ। ପରିବାର ସଦ୍ୟସଙ୍କ ଦେହ ଭଲ ରୁହେ ନାହିଁ। ଯଦି ଆପଣ ବି ଏଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ତା’ହେଲେ ଆପଣଙ୍କ ଘରେ କିଛି ବାସ୍ତୁଦୋଷ ଥାଇପାରେ। ତେବେ ଆସନ୍ତୁ ଜାଣିବା ସେ ବିଷୟରେ।
*ଘରର ଅଗ୍ନିକୋଣରେ ସିଡି ଥିଲେ ଆର୍ଥିକ ସ୍ଥିତି ଖରାପ ହୋଇଥାଏ।
*ଘରର ଅଗ୍ନିକୋଣରେ ପାଇଖାନା ଥିଲେ ବ୍ୟବସାୟ ଓ କ୍ୟାରିୟରରେ ବଡ଼ ସମସ୍ୟା ଦେଖାଦେଇଥାଏ।
*ଘରର ଅଗ୍ନିକୋଣରେ ପାଣିଟାଙ୍କି ଥିଲେ ସଂପର୍କରେ ବଡ଼ ସମସ୍ୟା ଆସେ।
*ଘରର ନୈରୁତ୍ୟ କୋଣରେ ପାଇଖାନା ଥିଲେ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେବା ସହ ଆର୍ଥିକ
ସ୍ଥିତି ଖରାପ ହୋଇଥାଏ।
*ମଶାଣି ଭୂମି, ଗୋଚର ଭୂମି, ଆବଡ଼ା ଖାବଡ଼ା ଭୂମି ଓ ଜଳାଶୟ ଆଦିରେ ଗୃହ ନିର୍ମାଣ କଲେ ଆର୍ଥିକ ସଙ୍କଟ ଦେଖା ଯିବା ସହ ମାରାତ୍ମକ ରୋଗର ପଡ଼ିବାର ସମ୍ଭାବନା ଥାଏ।