ସୁନା ଟଙ୍କା ଧରି ଲୁଟେରା ପାର୍, ଖୋଜୁଛି ପୋଲିସ
କପ୍ତିପଦା ୧୫/୭: ଘର ବାହାରକୁ ଯାଉଥିଲେ ସାବଧାନ । କେହି ନଥିବାର ସୁଯୋଗ ନେଇ ସବୁ ଲୁଟିନେବ ଲୁଟେରା । ପତ୍ନୀଙ୍କ ସହ ଭୁବନେଶ୍ବରରେ ରହୁଥିବା ପୁଅ ପାଖକୁ ଯାଇଥିଲେ କପ୍ତିପଦା ଥାନା ଝିଙ୍କପଦା ଗାଁର କାର୍ତ୍ତିକେଶ୍ବର ସାହୁ । ଘର ତାଲା ପଡିଥିବା ଦେଖି ତାଲା ଭାଙ୍ଗି ସବୁ ଲୁଟି ନେଇଯାଇଛନ୍ତି ଲୁଟେରା । ରବିବାର ତାଙ୍କ ପୁତୁରା ଘରକୁ ଆସି ଦେଖିଲାବେଳକୁ ଘରର କବାଟ ଖୋଲାଥିଲା । ଏ ସଂପର୍କରେ ସେ କାର୍ତ୍ତିକେଶ୍ବରଙ୍କୁ ଜଣାଇବା ପରେ ସେ ତୁରନ୍ତ ଭୁବନେଶ୍ବରରୁ ଆସି ଘରେ ପହଞ୍ଚିଥିଲେ । ଆଉ ଘର ଅବସ୍ଥା ଦେଖିବା ପରେ ତାଙ୍କର ହୋସ୍ ଉଡିଯାଇଥିଲା । ଘରର ମୁଖ୍ୟ କବାଟ ଚାବି ଭଙ୍ଗାଯାଇଥିଲା । ଘରର ବିଭିନ୍ନ ଗଡରେଜ ଭାଙ୍ଗି ଟଙ୍କା,ସୁନା ଓ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଲୁଟିନେଇଥିଲେ ଲୁଟେରା । କାର୍ତ୍ତିକେଶ୍ବରଙ୍କ ଅଭିଯୋଗ ଆଧାରରେ ସାଇଣ୍ଟିଫିକ୍ ଟିମ୍ ସହାୟତାରେ ଛାନଭିନ୍ ଚଳାଇଛି କପ୍ତିପଦା ପୋଲିସ ।