ସୁନା ଦରରେ ଲାଗୁନି ବ୍ରେକ୍: ୨୨ କ୍ୟାରେଟ୍ ସୁନା ୧୦ ଗ୍ରାମ ଟପିଲା ୬୦ ହଜାର, ରୁପା ବି ହେଉଛି ଆକାଶ ଛୁଆଁ
କନକ ବ୍ୟୁରୋ: ଉପରମୁହାଁ ହୋଇଛି ସୁନା ଓ ରୂପା ଦର । ସୁନା ଦର ୧୦ ଗ୍ରାମ ପ୍ରତି ୬୦ ହଜାର ଅତିକ୍ରମ କରିଛି । ସେପଟେ ରୁପା ମଧ୍ୟ ମହଙ୍ଗା ହୋଇଛି । ରୁପା ଦର ଦାମ କେଜି ପିଛା ୫୦୦ ଟଙ୍କା ବୃଦ୍ଧି ହୋଇଛି । ମାର୍ଚ୍ଚ ୧ରେ ରୁପା ଦର ରହିଥିଲା ୭୬ ହଜାର ୨୦୦ ଟଙ୍କା । ବିବାହ ଋତୁରେ ଏଭଳି ଚଢାଦର ଗ୍ରାହକଙ୍କୁ ଚିନ୍ତାରେ ପକାଇଛି । କିଛି ଦିନ […] The post ସୁନା ଦରରେ ଲାଗୁନି ବ୍ରେକ୍: ୨୨ କ୍ୟାରେଟ୍ ସୁନା ୧୦ ଗ୍ରାମ ଟପିଲା ୬୦ ହଜାର, ରୁପା ବି ହେଉଛି ଆକାଶ ଛୁଆଁ first appeared on Kanak News.

କନକ ବ୍ୟୁରୋ: ଉପରମୁହାଁ ହୋଇଛି ସୁନା ଓ ରୂପା ଦର । ସୁନା ଦର ୧୦ ଗ୍ରାମ ପ୍ରତି ୬୦ ହଜାର ଅତିକ୍ରମ କରିଛି । ସେପଟେ ରୁପା ମଧ୍ୟ ମହଙ୍ଗା ହୋଇଛି । ରୁପା ଦର ଦାମ କେଜି ପିଛା ୫୦୦ ଟଙ୍କା ବୃଦ୍ଧି ହୋଇଛି । ମାର୍ଚ୍ଚ ୧ରେ ରୁପା ଦର ରହିଥିଲା ୭୬ ହଜାର ୨୦୦ ଟଙ୍କା । ବିବାହ ଋତୁରେ ଏଭଳି ଚଢାଦର ଗ୍ରାହକଙ୍କୁ ଚିନ୍ତାରେ ପକାଇଛି ।
କିଛି ଦିନ ହେଲା ଉପରମୁହାଁ ହୋଇ ଚାଲିଛି ସୁନା ଦର । ଆଜି ବି ପ୍ରାୟ ୫ ଶହ ଟଙ୍କା ବୃଦ୍ଧି ପାଇଛି । ଭୁବନେଶ୍ୱରରେ ୨୨ କ୍ୟାରେଟ୍ ୧୦ ଗ୍ରାମ ସୁନା ମୂଲ୍ୟ ୬୦ ହଜାର ୭୫୦ ଟଙ୍କା ହୋଇଛି । ୨୪ କ୍ୟାରେଟ୍ ସୁନା ଦଳ ପହଁଚିଛି ୬୬ ହଜାର ୨୭୦ ଟଙ୍କା । ରୁପା ପ୍ରତି କେଜି ମୂଲ୍ୟ ୭୫ ହଜାର ୭୦୦ ଟଙ୍କାକୁ ବୃଦ୍ଧି ପାଇଛି । ବିବାହ ଋତୁରେ ଦରବୃଦ୍ଧି ଗ୍ରାହକଙ୍କ ଚିନ୍ତା ବଢାଇ ଦେଇଛି ।
୨୨ କ୍ୟାରେଟ୍ ସୁନା : ୬୦,୭୫୦ ଟଙ୍କା
୨୪ କ୍ୟାରେଟ୍ ସୁନା : ୬୬,୨୭୦ ଟଙ୍କା
ରୁପା (କେ.ଜି) : ୭୫,୭୦୦ ଟଙ୍କା
କାହିଁକି ବଢୁଛି ସୁନା ଦର?
ସପ୍ତାହରେ ବଢ଼ିଲା ୨୭ ଶହ ଟଙ୍କା
ଦରବୃଦ୍ଧିର କାରଣ ନେଇ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଥିବା ବେଳେ କିଛି ବଜାର ବିଶେଷଜ୍ଞଙ୍କ ମତରେ –
କାହିଁକି ବଢୁଛି ସୁନା ଦର?
ଜୁନ ମାସରେ ସୁଧ ହ୍ରାସ କରିବାକୁ ଘୋଷଣା କରିଛି ଆମେରିକା ଫେଡେରାଲ୍ ବ୍ୟାଙ୍କ
ବିଭିନ୍ନ ଦେଶରେ ରାଜନୈତିକ ଅସ୍ଥିରତା ଜାରି ରହିଛି
ବିଶ୍ୱସ୍ତରରେ ଆର୍ଥିକ ସଂକଟ ଚିନ୍ତାର କାରଣ ପାଲଟିଛି
ଯାହାର ପ୍ରଭାବ ସୁନା ଉପରେ ପଡୁଛି । ଏପଟେ ଭାରତରେ ବିବାହ ଋତୁରେ ଘରୋଇ ବଜାରରେ ସୁନାର ଚାହିଦା ବଢ଼ିବାରେ ଲାଗିଛି । ଯଦି ସ୍ଥିତିରେ ସୁଧାର ନଆସେ, ତେବେ ଆସନ୍ତାବର୍ଷରେ ସୁନା ମୂଲ୍ୟ ୭୦ ହଜାର ଟପିପାରେ ବୋଲି ଆକଳନ କରିଛନ୍ତି ବଜାର ବିଶେଷଜ୍ଞ ।
The post ସୁନା ଦରରେ ଲାଗୁନି ବ୍ରେକ୍: ୨୨ କ୍ୟାରେଟ୍ ସୁନା ୧୦ ଗ୍ରାମ ଟପିଲା ୬୦ ହଜାର, ରୁପା ବି ହେଉଛି ଆକାଶ ଛୁଆଁ first appeared on Kanak News.