ସୁନା ଦୋକାନୀଙ୍କୁ ଛୁରା ମାରି ଗହଣା ଓ ଟଙ୍କା ଲୁଟ୍
ଧାମରା: ଦିନକୁ ଦିନ ଘଣ୍ଟେଶ୍ୱର ଅଞ୍ଚଳ ଅଶାନ୍ତ ହେବାରେ ଲାଗିଛି। ପୁଲିସ ଆଖିରେ ଧୂଳିଦେଇ ଦୁର୍ବୃତ୍ତମାନେ ଚୋରି ସାଙ୍ଗକୁ ମରଣାନ୍ତକ ଆକ୍ରମଣ ମଧ୍ୟ କରୁଛନ୍ତି। ଗୁରୁବାର ରାତି ପ୍ରାୟ ୮ଟା ସମୟରେ ବାଂଶଡା ଥାନା ଅଧିନସ୍ଥ ଗୋପୀନାଥପୁର ପଂଚାୟତ ବାଲିପଦା ଗ୍ରାମର ସୁନା ଦୋକାନୀ ସୁରେନ୍ଦ୍ର ବିଶ୍ୱାଳ ନିଜ ଘର ବାଲିପଦାକୁ ଯାଉଥିବାବେଳେ ଘଣ୍ଟେଶ୍ୱର ଫାଣ୍ଡିଠାରୁ ମାତ୍ର ୨ଶହ ମିଟର ଦୂରରେ କିଛି ଅଜଣା ଯୁବକ ବାଇକରେ ଆସି ତାଙ୍କୁ ଆକ୍ରମଣ କରିଛନ୍ତି। ସୁରେନ୍ଦ୍ରଙ୍କୁ ମାଡ ମାରି […]

ଧାମରା: ଦିନକୁ ଦିନ ଘଣ୍ଟେଶ୍ୱର ଅଞ୍ଚଳ ଅଶାନ୍ତ ହେବାରେ ଲାଗିଛି। ପୁଲିସ ଆଖିରେ ଧୂଳିଦେଇ ଦୁର୍ବୃତ୍ତମାନେ ଚୋରି ସାଙ୍ଗକୁ ମରଣାନ୍ତକ ଆକ୍ରମଣ ମଧ୍ୟ କରୁଛନ୍ତି। ଗୁରୁବାର ରାତି ପ୍ରାୟ ୮ଟା ସମୟରେ ବାଂଶଡା ଥାନା ଅଧିନସ୍ଥ ଗୋପୀନାଥପୁର ପଂଚାୟତ ବାଲିପଦା ଗ୍ରାମର ସୁନା ଦୋକାନୀ ସୁରେନ୍ଦ୍ର ବିଶ୍ୱାଳ ନିଜ ଘର ବାଲିପଦାକୁ ଯାଉଥିବାବେଳେ ଘଣ୍ଟେଶ୍ୱର ଫାଣ୍ଡିଠାରୁ ମାତ୍ର ୨ଶହ ମିଟର ଦୂରରେ କିଛି ଅଜଣା ଯୁବକ ବାଇକରେ ଆସି ତାଙ୍କୁ ଆକ୍ରମଣ କରିଛନ୍ତି। ସୁରେନ୍ଦ୍ରଙ୍କୁ ମାଡ ମାରି ତାଙ୍କ ପାଖରେ ଥିବା ୫ଲକ୍ଷ ଟଙ୍କା ସହ ୫୦୦ଗ୍ରାମର ସୁନା ଏବଂ ୨କେଜି ରୁପା ଲୁଟି ନେଇଛନ୍ତି। ଏଥିସହ ଏକ ଧାରୁଆ ଅସ୍ତ୍ରରେ ତାଙ୍କ ଆକ୍ରମଣ କରି ଆହତ କରିଛନ୍ତି। ସମ୍ପୃକ୍ତ ସୁନା ବ୍ୟବସାୟୀଙ୍କ ଚିତ୍କାର ଶୁଣି ଅଞ୍ଚଳବାସୀ ସେଠାରେ ପହଞ୍ଚିବାରୁ ଦୁର୍ବୃତ୍ତମାନେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି।