ସୁନିତୀ ପଣ୍ଡାଙ୍କ ପରଲୋକ:ମଙ୍ଗଳବାର ସକାଳେ ହେବ ଶେଷକୃତ୍ୟ ସଂପନ୍ନ
ସମ୍ବଲପୁର (ପଡିଆବାହାଲ): ବାହାମ ଗ୍ରାମର ପ୍ରଶନ୍ନ କୁମାର ଓ ମୈଥିଳୀ ପଣ୍ଡାଙ୍କ ତୃତୀୟ କନ୍ୟା ସୁଶ୍ରୀ ସୁନିତି ପଣ୍ଡାଙ୍କ ଆଜି ସନ୍ଧ୍ୟାରେ ଭୁବନେଶ୍ବର ସ୍ଥିତ ଆପଲୋ ହସପିଟାଲରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୬ ବର୍ଷ ହୋଇଥିଲା। ଓପନ ହାର୍ଟ ସର୍ଜରୀ ପାଇଁ ହସପିଟାଲରେ ଚିକିତ୍ସାଧିନ ହେବା ସମୟରେ ତାଙ୍କର ପରଲୋକ ହେବା ଖବର ପ୍ରଚାରିତ ହେବାପରେ ବାହାମ ଓ ବନ୍ଧୁ ପରିଜନ ମଧ୍ୟରେ ଶୋକର ଛାୟା ଖେଳିଯାଇଛି। ପିଲାଟି ଦିନରୁ ମେଧାବୀ ଛାତ୍ରୀ ଥିବା […] The post ସୁନିତୀ ପଣ୍ଡାଙ୍କ ପରଲୋକ:ମଙ୍ଗଳବାର ସକାଳେ ହେବ ଶେଷକୃତ୍ୟ ସଂପନ୍ନ appeared first on Odisha.News.
ସମ୍ବଲପୁର (ପଡିଆବାହାଲ): ବାହାମ ଗ୍ରାମର ପ୍ରଶନ୍ନ କୁମାର ଓ ମୈଥିଳୀ ପଣ୍ଡାଙ୍କ ତୃତୀୟ କନ୍ୟା ସୁଶ୍ରୀ ସୁନିତି ପଣ୍ଡାଙ୍କ ଆଜି ସନ୍ଧ୍ୟାରେ ଭୁବନେଶ୍ବର ସ୍ଥିତ ଆପଲୋ ହସପିଟାଲରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୬ ବର୍ଷ ହୋଇଥିଲା। ଓପନ ହାର୍ଟ ସର୍ଜରୀ ପାଇଁ ହସପିଟାଲରେ ଚିକିତ୍ସାଧିନ ହେବା ସମୟରେ ତାଙ୍କର ପରଲୋକ ହେବା ଖବର ପ୍ରଚାରିତ ହେବାପରେ ବାହାମ ଓ ବନ୍ଧୁ ପରିଜନ ମଧ୍ୟରେ ଶୋକର ଛାୟା ଖେଳିଯାଇଛି। ପିଲାଟି ଦିନରୁ ମେଧାବୀ ଛାତ୍ରୀ ଥିବା ସୁନିତୀ ଅବିବାହିତ ଥିଲେ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଗଢି ଏହାର ନେତୃତ୍ୱ ନେବା ସହ ମହିଳାଙ୍କ ଉତ୍ଥାନ ପାଇଁ ନିଜର ପରାକାଷ୍ଠା ପ୍ରତିପାଦନ କରି ଆସୁଥିଲେ । ସେ ଖୁବ୍ ସରଳ, ଆମାୟିକ ,ବନ୍ଧୁ ବତ୍ସଳ ଓ ସୁସଂଗଠିତ ନାରୀ ହିସାବରେ ବାହାମ ଗ୍ରାମ ସହିତ ସମଗ୍ର ଅଞ୍ଚଳରେ ପରିଚିତ ଥିଲେ । ସୁନିତୀଙ୍କ ୫ ଭାଇ ଭଉଣୀ ମଧ୍ୟରୁ ୬ ମାସ ତଳେ ବଡ ଭଉଣୀ ମିନତି ଓ ବହୁ ପୁର୍ବରୁ ବଡ ଭାଇ ମନୋଜଙ୍କ ପରଲୋକ ହୋଇଥିଲା । ସାନ ଭାଇ ସଞ୍ଜିବ ପଣ୍ଡା ମୃତ୍ୟୁ ସମୟରେ ଉପସ୍ଥିତ ଥିଲେ । ତାଙ୍କ ମରଶରୀର ଆଜି ରାତି ବାହାମ ଗ୍ରାମରେ ପହଞ୍ଚିବା ପରେ ଆସନ୍ତାକାଲି ମଙ୍ଗଳବାର ସକାଳେ ଗ୍ରାମ ରାଜଘାଟ ଠାରେ ଅନ୍ତିମ ସଂସ୍କାର କରାଯିବ ବୋଲି ପରିବାର ସୂତ୍ରରୁ ସୂଚନା ଦିଆଯାଇଛି। ସୁନିତୀଙ୍କ ଅକାଳ ମୃତ୍ୟୁରେ ଡା.ରାଜାରାମ ଷଡଙ୍ଗୀ,ରଞ୍ଜିତା ବଡପଣ୍ଡା,ସତ୍ୟନାରାୟଣ ବାଗ୍, ଗୋପୀରଞ୍ଜନ ନାଥ ପ୍ରମୂଖ ସହପାଠି ଗଭୀର ଶୋକ ପ୍ରକାଶ କରିବା ସହିତ ବାହାମ ପଞ୍ଚାୟତ ଜଣେ ଭଳ ସଂଗଠକଙ୍କୁ ହରାଇଲା ବୋଲି ଶୋକ ବାର୍ତ୍ତାରେ କହିଛନ୍ତି।
The post ସୁନିତୀ ପଣ୍ଡାଙ୍କ ପରଲୋକ:ମଙ୍ଗଳବାର ସକାଳେ ହେବ ଶେଷକୃତ୍ୟ ସଂପନ୍ନ appeared first on Odisha.News.