ସୁନ୍ଦରଗଡ଼ ବାଙ୍କୋ ଅଞ୍ଚଳରୁ ଲୁଟ୍ ବିସ୍ଫୋରକ ଜବତ, ଝାଡ଼ଖଣ୍ଡ ସୀମାରୁ ମିଳିଥିଲା ସୂଚନା

ରାଉରକେଲା ୩୦।୫: ସୁନ୍ଦରଗଡ଼ ବାଙ୍କୋ ଅଞ୍ଚଳରୁ ଲୁଟ୍ ହୋଇଥିବା ବିସ୍ଫୋରକ ଜବତ ହୋଇଛି । ମାଓବାଦୀ ହିଁ ନେଇଥିଲେ ବିସ୍ଫୋରକ । ୪ ଦିନ ପରେ ସରଣ୍ଡା ଜଙ୍ଗଲରୁ ମିଳିଛି ଲୁଟ୍‌ ବିସ୍ଫୋରକର ପ୍ରାୟ ୭୦ ପ୍ରତିଶତ । ତିରଲପୋଷି ଜଙ୍ଗଲରେ ମାଓବାଦୀଙ୍କ ସହ ଗୁଳିବିନିମୟ ଜାରି ରହିଛି । IED ବିସ୍ଫୋରଣରେ ଜଣେ ଯବାନ ଗୁରୁତର ହୋଇଥିବା ବେଳେ ତାଙ୍କୁ ରାଞ୍ଚି ଏୟାର ଲିଫ୍ଟ କରାଯାଇଛି । ସୁନ୍ଦରଗଡ଼ କେ.ବଲାଙ୍ଗ ଥାନା ବାଙ୍କୋ ପଥର ଖଣିରୁ ୨୦୦ ପେଟି ବିସ୍ଫୋରକ ଲୁଟ୍ ହୋଇଥିଲା । ଗତ ୨୭ ତାରିଖରେ ପଥର ଖଣି ପାଇଁ ଏକ ମିନି ଟ୍ରକରେ ୪ ଟନ୍ ବିସ୍ଫୋରକ ନିଆଯାଉଥିବା ବେଳେ ସୁନ୍ଦରଗଡ଼ କେ.ବଲାଙ୍ଗ ଥାନା ବାଙ୍କୋ ନିକଟରେ ଏହି ବିସ୍ଫୋରକକୁ ଲୁଟି ନେଇଥିଲେ ୩୦ରୁ ୪୦ଜଣ ବନ୍ଧୁକଧାରୀ । ଏହା କେବଳ ମାଓବାଦୀଙ୍କ କାମ ହୋଇପାରେ ବୋଲି ଅନୁମାନ କରାଯାଉଥିଲା  । ଟ୍ରକ୍‌ ଚାଳକର ପତ୍ତା ମିଳିବା ପରେ ଗଲା ୩ ଦିନ ହେଲା ଝାଡଖଣ୍ଡ ସହ ଓଡ଼ିଶା ସୁରକ୍ଷାକର୍ମୀ ସର୍ଚ୍ଚ ଅପରେସନ ଚଳାଇଥିଲେ । ସରଣ୍ଡା ଜଙ୍ଗଲରେ ଦୁଇଟି CISF ଟିମ୍‌ ସହ ଓଡ଼ିଶା ପୋଲିସର ଦୁଇଟି ଡଗ୍ ସ୍କ୍ବାଡ୍ ସହ ସାଇଣ୍ଟିଫିକ୍ ଟିମ୍‌ ସରଣ୍ଡା ଜଙ୍ଗଲରେ ଛାନଭିନ୍‌ କରିଥିଲେ । ରାଉରକେଲା ଆଡିସନାଲ ଏସ୍‌ପିଙ୍କ ନେତୃତ୍ବରେ ଗଠିତ SIT ମଧ୍ୟ ଘଟଣାର ଯାଞ୍ଚ ଚଳାଇଥିଲେ । ତେବେ ଓଡ଼ିଶା ସୀମାନ୍ତ ଝାଡ଼ଖଣ୍ଡ ସରଣ୍ଡା ଜଙ୍ଗଲ ତିରଲପୋଷି ଜଙ୍ଗଲରେ ସର୍ଚ୍ଚ ଅପରେସନ ବେଳେ ଲୁଟ୍‌ ବିସ୍ଫୋରକ ମିଳିଥିବା

ସୁନ୍ଦରଗଡ଼ ବାଙ୍କୋ ଅଞ୍ଚଳରୁ ଲୁଟ୍ ବିସ୍ଫୋରକ ଜବତ, ଝାଡ଼ଖଣ୍ଡ ସୀମାରୁ ମିଳିଥିଲା ସୂଚନା

ରାଉରକେଲା ୩୦ସୁନ୍ଦରଗଡ଼ ବାଙ୍କୋ ଅଞ୍ଚଳରୁ ଲୁଟ୍ ହୋଇଥିବା ବିସ୍ଫୋରକ ଜବତ ହୋଇଛି । ମାଓବାଦୀ ହିଁ ନେଇଥିଲେ ବିସ୍ଫୋରକ । ୪ ଦିନ ପରେ ସରଣ୍ଡା ଜଙ୍ଗଲରୁ ମିଳିଛି ଲୁଟ୍‌ ବିସ୍ଫୋରକର ପ୍ରାୟ ୭୦ ପ୍ରତିଶତ । ତିରଲପୋଷି ଜଙ୍ଗଲରେ ମାଓବାଦୀଙ୍କ ସହ ଗୁଳିବିନିମୟ ଜାରି ରହିଛି । IED ବିସ୍ଫୋରଣରେ ଜଣେ ଯବାନ ଗୁରୁତର ହୋଇଥିବା ବେଳେ ତାଙ୍କୁ ରାଞ୍ଚି ଏୟାର ଲିଫ୍ଟ କରାଯାଇଛି । ସୁନ୍ଦରଗଡ଼ କେ.ବଲାଙ୍ଗ ଥାନା ବାଙ୍କୋ ପଥର ଖଣିରୁ ୨୦୦ ପେଟି ବିସ୍ଫୋରକ ଲୁଟ୍ ହୋଇଥିଲା । 

ଗତ ୨୭ ତାରିଖରେ ପଥର ଖଣି ପାଇଁ ଏକ ମିନି ଟ୍ରକରେ ୪ ଟନ୍ ବିସ୍ଫୋରକ ନିଆଯାଉଥିବା ବେଳେ ସୁନ୍ଦରଗଡ଼ କେ.ବଲାଙ୍ଗ ଥାନା ବାଙ୍କୋ ନିକଟରେ ଏହି ବିସ୍ଫୋରକକୁ ଲୁଟି ନେଇଥିଲେ ୩୦ରୁ ୪୦ଜଣ ବନ୍ଧୁକଧାରୀ । ଏହା କେବଳ ମାଓବାଦୀଙ୍କ କାମ ହୋଇପାରେ ବୋଲି ଅନୁମାନ କରାଯାଉଥିଲା  । ଟ୍ରକ୍‌ ଚାଳକର ପତ୍ତା ମିଳିବା ପରେ ଗଲା ୩ ଦିନ ହେଲା ଝାଡଖଣ୍ଡ ସହ ଓଡ଼ିଶା ସୁରକ୍ଷାକର୍ମୀ ସର୍ଚ୍ଚ ଅପରେସନ ଚଳାଇଥିଲେ । ସରଣ୍ଡା ଜଙ୍ଗଲରେ ଦୁଇଟି CISF ଟିମ୍‌ ସହ ଓଡ଼ିଶା ପୋଲିସର ଦୁଇଟି ଡଗ୍ ସ୍କ୍ବାଡ୍ ସହ ସାଇଣ୍ଟିଫିକ୍ ଟିମ୍‌ ସରଣ୍ଡା ଜଙ୍ଗଲରେ ଛାନଭିନ୍‌ କରିଥିଲେ । ରାଉରକେଲା ଆଡିସନାଲ ଏସ୍‌ପିଙ୍କ ନେତୃତ୍ବରେ ଗଠିତ SIT ମଧ୍ୟ ଘଟଣାର ଯାଞ୍ଚ ଚଳାଇଥିଲେ । ତେବେ ଓଡ଼ିଶା ସୀମାନ୍ତ ଝାଡ଼ଖଣ୍ଡ ସରଣ୍ଡା ଜଙ୍ଗଲ ତିରଲପୋଷି ଜଙ୍ଗଲରେ ସର୍ଚ୍ଚ ଅପରେସନ ବେଳେ ଲୁଟ୍‌ ବିସ୍ଫୋରକ ମିଳିଥିବା ବେଳେ ସେଠାରେ ଲୁଚି ରହିଥିବା ମାଓବାଦୀଙ୍କ ସହ ସୁରକ୍ଷାକର୍ମୀଙ୍କ ଗୁଳି ବିନିମୟ ଜାରି ରହିଛି । 

ଲୁଟ୍ ଘଟଣାର ତଦନ୍ତ ପାଇଁ ଗଠନ ହୋଇଥିଲା SIT ଟିମ୍ । ରାଉରକେଲା ଆଡ଼ିସନାଲ ଏସ୍‌ପିଙ୍କ ନେତୃତ୍ବରେ ଟିମ୍‌ ଗଠନ ହୋଇଥିଲା । ଟିମ୍‌ରେ ଥିଲେ ୪ ଜଣ ଅଫିସର । ରାଉରକେଲା ଆଡିସନାଲ ଏସ୍‌ପି, ବଣାଇ SDPO ଏବଂ ଦୁଇ ପୋଲିସ ଇନ୍ସପେକ୍ଟର ଟିମ୍‌ରେ ସାମିଲ ଥିଲେ ।

ଝାଡ଼ଖଣ୍ଡ-ଓଡ଼ିଶା ସୀମାନ୍ତ  ସରଣ୍ଡା ଜଙ୍ଗଲରେ ଲଗାତାର ଚାଲିଥିଲା ସର୍ଚ୍ଚ ଅପରେସନ । ଗ୍ରାଉଣ୍ଡ ଜିରୋରେ ଅପରେସନ ଆଇଜି ଦୀପକ କୁମାରଙ୍କ ସହ ଗୁଇନ୍ଦା ଡିଆଇଜି ବିଶାଳ କନଓ୍ବର ସିଂ ପହଞ୍ଚି ତଦନ୍ତ କରିଥିଲେ । ଏହା ଭିତରେ ଏଣ୍ଟ୍ରି ମାରିଥିଲା NIA । ଗୁରୁବାର NIA ବିସ୍ଫୋରକ ଗୋଦାମ ମାଲିକଙ୍କୁ ମାରାଥନ ଜେରା କରିଥିଲା । ସେହିଭଳି ୩ ଦିନ ହେଲା ଗ୍ରାଉଣ୍ଡ ଜିରୋରେ ସିଆର୍‌ପିଏଫ୍ ଆଇଜି ଅମିତେନ୍ଦ୍ର ନାଥ ସିଂହା ଛାନଭିନ୍ ଚଳାଇଥିଲା  ।

ଉଲ୍ଲେଖଯୋଗ୍ୟ ଯେ, ୨୦୦୯ ମସିହାରେ ସମାନ ଢଙ୍ଗରେ ଚାନ୍ଦିପୋଷ ଥାନା ଅଞ୍ଚଳରୁ ମାଓବାଦୀ ଲୁଟି ନେଇଥିଲେ ବିସ୍ଫୋରକ ବୋଝେଇ ଟ୍ରକ୍ । ପୁଣି ତାର ପୁନରାବୃତ୍ତି ହୋଇଛି ୨୦୨୫ ମସିହା ମେ’ ୨୭ ତାରିଖରେ ।

You Can Read:

ଲୋଇସିଂହାର ପ୍ରଥମ ମହିଳା ଜମିଦାରଙ୍କ ରାଜ୍ୟାଭିଷେକ, ଗାଦି ସମ୍ଭାଳିବେ ଅର୍ଚ୍ଚନା ଦେବୀ ସିଂହ ରାଏ