ସୁପର୍-୮ରେ ଭାରତର ପ୍ରଭାବୀ ବିଜୟ
ବାର୍ବାଡୋସ୍,୨୦ା୬: ସୂର୍ଯ୍ୟକୁମାର ଯାଦବଙ୍କ ଅର୍ଦ୍ଧଶତକ ଓ ଯଶ୍ପ୍ରୀତ୍ ବୁମ୍ରାଙ୍କ ଘାତକ ବୋଲିଂ ବଳରେ ଆଫଗାନିସ୍ତାନ ବିପକ୍ଷ ଟି୨୦ ବିଶ୍ୱକପ ସୁପର୍-୮ ମ୍ୟାଚକୁ ୪୭ ରନ୍ରେ ଜିତି ନେଇଛି ଭାରତ। ଭାରତ ୨୦ ଓଭରରେ ୮ ଉଇକେଟ ହରାଇ ୧୮୧ ରନ୍ ସ୍କୋର କରିଥିଲା। ଜବାବରେ ଆଫଗାନିସ୍ତାନ ୨୦ ଓଭରରେ ସମସ୍ତ ଉଇକେଟ ହରାଇ ୧୩୪ ରନ୍ କରିଥିଲା। ଉଭୟ ବ୍ୟାଟ ଓ ବଲ୍ରେ ପ୍ରାଧାନ୍ୟ ବିସ୍ତାର କରି ଭାରତ ପ୍ରଭାବୀ ବିଜୟ ହାସଲ କରିଛି। ଟସ୍ ଜିତି […] The post ସୁପର୍-୮ରେ ଭାରତର ପ୍ରଭାବୀ ବିଜୟ appeared first on Dharitri Odia News.
ବାର୍ବାଡୋସ୍,୨୦ା୬: ସୂର୍ଯ୍ୟକୁମାର ଯାଦବଙ୍କ ଅର୍ଦ୍ଧଶତକ ଓ ଯଶ୍ପ୍ରୀତ୍ ବୁମ୍ରାଙ୍କ ଘାତକ ବୋଲିଂ ବଳରେ ଆଫଗାନିସ୍ତାନ ବିପକ୍ଷ ଟି୨୦ ବିଶ୍ୱକପ ସୁପର୍-୮ ମ୍ୟାଚକୁ ୪୭ ରନ୍ରେ ଜିତି ନେଇଛି ଭାରତ। ଭାରତ ୨୦ ଓଭରରେ ୮ ଉଇକେଟ ହରାଇ ୧୮୧ ରନ୍ ସ୍କୋର କରିଥିଲା। ଜବାବରେ ଆଫଗାନିସ୍ତାନ ୨୦ ଓଭରରେ ସମସ୍ତ ଉଇକେଟ ହରାଇ ୧୩୪ ରନ୍ କରିଥିଲା। ଉଭୟ ବ୍ୟାଟ ଓ ବଲ୍ରେ ପ୍ରାଧାନ୍ୟ ବିସ୍ତାର କରି ଭାରତ ପ୍ରଭାବୀ ବିଜୟ ହାସଲ କରିଛି।
ଟସ୍ ଜିତି ଭାରତୀୟ ଅଧିନାୟକ ରୋହିତ ଶର୍ମା ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ରୋହିତ ଶର୍ମା(୮) ଓ ବିରାଟ କୋହଲି(୨୪) ପୁଣି ଥରେ ଫ୍ଲପ ହୋଇଥିଲେ। ରିଷଭ ପନ୍ତ ତୃତୀୟ ସ୍ଥାନରେ ଆସି କିଛି ଆକର୍ଷଣୀୟ ଶଟ୍ ଖେଳିଥିଲେ। ୧୧ ବଲ୍ରୁ ୪ ଚୌକା ସହ ୨୦ ରନ୍ କରି ସେ ରନ୍ ଗତି ବଢାଇଥିଲେ। ଦଳୀୟ ସ୍କୋର ୫୪ରେ ପନ୍ତ ଆଉଟ ହୋଇଥିଲେ। ଏହାର ୨ ଓଭର ମଧ୍ୟରେ ୨୪ ବଲ୍ରୁ ୨୪ ରନ୍ କରିଥିବା ବିରାଟ ମଧ୍ୟ ପ୍ୟାଭିଲିୟନ ଫେରିଥିଲେ। ଟି୨୦ରେ ବିଶ୍ୱର ଏକ ନମ୍ବର ବ୍ୟାଟର ସୂର୍ଯ୍ୟକୁମାର କ୍ରମାଗତ ମ୍ୟାଚ୍ରେ ଅର୍ଦ୍ଧଶତକ ହାସଲ କରିବା ସହ ସେ ଭାରତକୁ ଏକ ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲେ। ଶିବମ ଦୁବେ(୧୦)ଙ୍କ ସହିତ ସେ ୨୮ ରନ୍ ଓ ହାର୍ଦ୍ଦିକ ପାଣ୍ଡ୍ୟା (୩୨)ଙ୍କ ସହ ସେ ୬୦ ରନ୍ ଯୋଡିଥିଲେ। ମାତ୍ର ୨୮ ବଲ୍ ଖେଳି ୫ ଚୌକା ଓ ୩ ଛକା ମାରି ସେ ସ୍କୋର କରିଥିଲେ ୫୩ ରନ୍। ଅନ୍ୟ ପକ୍ଷରେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ୨୪ ବଲ୍ ଖେଳି ୩୨ ରନ୍ କରିଥିଲେ। ରବୀନ୍ଦ୍ର ଜାଡେଜା ମାତ୍ର ୭ ରନ୍ କରି ଆଉଟ ହୋଇଥିବା ବେଳେ ଅନ୍ତିମ ଓଭରରେ ୬ ବଲ୍ରୁ ୧୨ ରନ୍ କରି ଭାରତୀୟ ସ୍କୋରକୁ ୧୮୧ରେ ପହଞ୍ଚାଇ ଥିଲେ। ଆଫଗାନିସ୍ତାନ ପକ୍ଷରୁ ସଫଳ ବୋଲର ଭାବରେ ଫଜଲ୍ଲକ ଫାରୁକି ଓ ରଶିଦ ଖାନ୍ ୩ଟି ଲେଖାଏ ନବୀନ ଉଲ ହକ୍ ଗୋଟିଏ ଉଇକେଟ ନେଇଥିଲେ।
୧୮୨ ରନ୍ ଜବାବରେ ଆଫଗାନିସ୍ତାନ ନିୟମିତ ବ୍ୟବଧାନରେ ଉଇକେଟ ହରାଇଥିଲା। ଅଜମତଉଲ୍ଲା ଓମାରଜାଇ ସର୍ବାଧିକ ୨୬ ରନ୍ କରିଥିବା ବେଳେ ନଜିବୁଲ୍ଲା ଜଦ୍ରାନ ୧୯ ଓ ଗୁଲବଦିନ ନାଇବ ୧୭ ରନ୍ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ମହମ୍ମଦ ନବି ୧୪, ନୁର ଅହମ୍ମଦ ୧୨ ଓ ରହମାନୁଲ୍ଲା ଗୁରବାଜ ୧୧ ରନ୍ କରିଥିଲେ। ଆଫଗାନିସ୍ତାନର ୫ ଜଣ ବ୍ୟାଟର ୨ ଅଙ୍କ ଛୁଇଁ ପାରି ନ ଥିଲେ। ଭାରତ ପକ୍ଷରୁ ଯଶପ୍ରୀତ ବୁମ୍ରା ଓ ଅର୍ଶଦୀପ ସିଂ ୩ଟି ଲେଖାଏ, କୁଲଦୀପ ଯାଦବ ଦୁଇଟି, ଅକ୍ଷର ପଟେଲ, ରବୀନ୍ଦ୍ର ଜାଡେଜା ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
The post ସୁପର୍-୮ରେ ଭାରତର ପ୍ରଭାବୀ ବିଜୟ appeared first on Dharitri Odia News.