ସୁପ୍ରିମକୋର୍ଟ ଉପରେ ଚାପ ପକାଉଥିଲେ କି ମୋଦି, ଗଣମାଧ୍ୟମରେ ସାଂଘାତିକ ଖୁଲାସା କଲେ ଚନ୍ଦ୍ରଚୂଡ!
ନୂଆଦିଲ୍ଲୀ,୧୩।୨: ଭାରତର ପୂର୍ବତନ ମୁଖ୍ୟ ବିଚାରପତି (CJI) dy chandrachud ନିକଟରେ ଏକ ସାକ୍ଷାତକାରରେ କହିଛନ୍ତି ଯେ ଭାରତର ହାଇକୋର୍ଟ, ବିଶେଷକରି ସୁପ୍ରିମକୋର୍ଟ ଏକ ସ୍ପଷ୍ଟ ବାର୍ତ୍ତା ଦେଇଛନ୍ତି ଯେ ଆମେ ବ୍ୟକ୍ତିଗତ ସୱାଧୀନତାର ସୁରକ୍ଷା ପାଇଁ ଅଛୁ ଏବଂ ସେଥିପାଇଁ ଲୋକଙ୍କର କୋର୍ଟ ଉପରେ ବିଶ୍ୱାସ ରହିଛି। ପୂର୍ବତନ ସିଜେଆଇ ବିବିସିର ହାର୍ଡଟକ କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ଷ୍ଟିଫେନ ସାକରଙ୍କ କଠିନ ପ୍ରଶ୍ନର ଉତ୍ତର ଦେଇଛନ୍ତି। ଭାରତୀୟ ନ୍ୟାୟପାଳିକାରେ ପରିବାରବାଦ ସମସ୍ୟା ଅଛି କି ନାହିଁ […] The post ସୁପ୍ରିମକୋର୍ଟ ଉପରେ ଚାପ ପକାଉଥିଲେ କି ମୋଦି, ଗଣମାଧ୍ୟମରେ ସାଂଘାତିକ ଖୁଲାସା କଲେ ଚନ୍ଦ୍ରଚୂଡ! appeared first on Dharitri Odia News.
ନୂଆଦିଲ୍ଲୀ,୧୩।୨: ଭାରତର ପୂର୍ବତନ ମୁଖ୍ୟ ବିଚାରପତି (CJI) dy chandrachud ନିକଟରେ ଏକ ସାକ୍ଷାତକାରରେ କହିଛନ୍ତି ଯେ ଭାରତର ହାଇକୋର୍ଟ, ବିଶେଷକରି ସୁପ୍ରିମକୋର୍ଟ ଏକ ସ୍ପଷ୍ଟ ବାର୍ତ୍ତା ଦେଇଛନ୍ତି ଯେ ଆମେ ବ୍ୟକ୍ତିଗତ ସୱାଧୀନତାର ସୁରକ୍ଷା ପାଇଁ ଅଛୁ ଏବଂ ସେଥିପାଇଁ ଲୋକଙ୍କର କୋର୍ଟ ଉପରେ ବିଶ୍ୱାସ ରହିଛି। ପୂର୍ବତନ ସିଜେଆଇ ବିବିସିର ହାର୍ଡଟକ କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ଷ୍ଟିଫେନ ସାକରଙ୍କ କଠିନ ପ୍ରଶ୍ନର ଉତ୍ତର ଦେଇଛନ୍ତି।
ଭାରତୀୟ ନ୍ୟାୟପାଳିକାରେ ପରିବାରବାଦ ସମସ୍ୟା ଅଛି କି ନାହିଁ ଏବଂ ଏହା ସମ୍ଭ୍ରାନ୍ତ, ପୁରୁଷ, ଉଚ୍ଚ ଜାତିର ହିନ୍ଦୁଙ୍କ ଦ୍ୱାରା ପ୍ରାଧାନ୍ୟିତ କି ନାହିଁ, ଏହି ପ୍ରଶ୍ନରେ ଜଷ୍ଟିସ (ଅବସରପ୍ରାପ୍ତ) chandrachud କହିଛନ୍ତି, ଯଦି ଆପଣ ଭାରତୀୟ କୋର୍ଟର ସର୍ବନିମ୍ନ ସ୍ତର, ଜିଲା କୋର୍ଟ, ଯାହା ପିରାମିଡର ଆଧାର, ଦେଖିବେ, ତେବେ ଆମ ରାଜ୍ୟଗୁଡ଼ିକରେ ନୂତନ ନିଯୁକ୍ତି ପାଇଥିବା ୫୦ ପ୍ରତିଶତରୁ ଅଧିକ ମହିଳା। କିଛି ରାଜ୍ୟରେ ମହିଳାଙ୍କ ନିଯୁକ୍ତି ୬୦ ରୁ ୭୦ ପ୍ରତିଶତ।
ସେ କହିଛନ୍ତି ଯେ ଉଚ୍ଚ ନ୍ୟାୟପାଳିକା ବର୍ତ୍ତମାନ ଆଇନ ବୃତ୍ତିର ଅବସ୍ଥାକୁ ପ୍ରତିଫଳିତ କରୁଛି ଯେପରି ଏହା ୧୦ ବର୍ଷ ପୂର୍ବେ ଥିଲା। ବର୍ତ୍ତମାନ ଯାହା ଘଟୁଛି ତାହା ହେଉଛି ଯେ ଶିକ୍ଷା, ବିଶେଷକରି ଆଇନ ଶିକ୍ଷା, ମହିଳାମାନଙ୍କ ପାଇଁ ଅଧିକ ସୁଲଭ ହେବାରେ ଲାଗିଛି, ଆଇନ ସ୍କୁଲଗୁଡ଼ିକରେ ଆପଣ ଦେଖୁଥିବା ଲିଙ୍ଗଗତ ସନ୍ତୁଳନ ଏବେ ଭାରତୀୟ ନ୍ୟାୟପାଳିକାର ନିମ୍ନ ସ୍ତରରେ ଦେଖାଯାଉଛି। ଲିଙ୍ଗ ସନ୍ତୁଳନ ଦୃଷ୍ଟିରୁ, ଜିଲା କୋର୍ଟଗୁଡ଼ିକରେ ମହିଳାଙ୍କ ସଂଖ୍ୟା ବୃଦ୍ଧି ପାଉଛନ୍ତି ଏବଂ ଏହି ମହିଳାମାନେ ଆଗକୁ ବଢ଼ୁଛନ୍ତି।
ମୁଖ୍ୟ ବିଚାରପତିଙ୍କ ପୁଅ ହେବା ପ୍ରଶ୍ନରେ ସେ କହିଛନ୍ତି ଯେ ତାଙ୍କ ବାପା ପୂର୍ବତନ ସିଜେଆଇ ୱାଇ. ଭି. ଚନ୍ଦ୍ରଚୂଡ଼ ତାଙ୍କୁ କହିଥିଲେ ଯେପର୍ଯ୍ୟନ୍ତ ସେ ଭାରତର ମୁଖ୍ୟ ବିଚାରପତି ଅଛନ୍ତି ସେପର୍ଯ୍ୟନ୍ତପୁଅ ଭାବରେ ସେ କୋର୍ଟ ଭିତରକୁ ପ୍ରବେଶ କରିବେ ନାହିଁ। ସେଥିପାଇଁ ମୁଁ ହାର୍ଭାର୍ଡ ଆଇନ ସ୍କୁଲରେ ତିନି ବର୍ଷ ପଢ଼ିଥିଲି। ସେଆଉ ବାପା ଅବସର ନେବା ପରେ ମୁଁ ପ୍ରଥମ ଥର ପାଇଁ କୋର୍ଟରେ ପ୍ରବେଶ କରିଥିଲି। ଯଦି ଆପଣ ଭାରତୀୟ ନ୍ୟାୟପାଳିକାର ସାମଗ୍ରିକ ରୂପରେଖ ଉପରେ ନଜର ପକାନ୍ତି, ତେବେ ଅଧିକାଂଶ ଓକିଲ ଏବଂ ବିଚାରପତି ପ୍ରଥମ ଥର ପାଇଁ ଆଇନ ବୃତ୍ତିରେ ପ୍ରବେଶ କରୁଛନ୍ତି।
ପୂର୍ବତନ ମୁଖ୍ୟ ବିଚାରପତିଙ୍କୁ ପଚରାଯାଇଥିଲା ଯେ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ସେ ରାଜନୈତିକ ଚାପର ସମ୍ମୁଖୀନ ହୋଇଥିଲେ କି? ସାକୁର ନ୍ୟୁୟର୍କ ଟାଇମ୍ସର ଏକ ସମ୍ପାଦକୀୟକୁ ଉଦ୍ଧୃତ କରାଯାଇ ତାଙ୍କୁ ପ୍ରଶ୍ନ କରାଯାଇଥିଲା କି, ରାଜନୈତିକ ବିଶେଷଜ୍ଞଙ୍କ ଅନୁଯାୟୀ, ଶାସକ ଭାଜପା ନିଜ ସୱାର୍ଥକୁ ସୁରକ୍ଷା ଦେବା ପାଇଁ କୋର୍ଟଗୁଡ଼ିକ ଉପରେ ଚାପ ପକାଇଥିଲା। ଏହାକୁ ନେଇ ଜଷ୍ଟିସ (ଅବସରପ୍ରାପ୍ତ) ଚନ୍ଦ୍ରଚୂଡ଼ କହିଛନ୍ତି ଯେ 2024 ସାଧାରଣ ର୍ନିବାଚନର ଫଳାଫଳ ଭାରତ ଏକ ଦଳୀୟ ରାଷ୍ଟ୍ର ଆଡକୁ ଗତି କରୁଥିବା ଧାରଣାକୁ ଭାଙ୍ଗି ଦେଇଛି। ଯଦି ଆପଣ ଭାରତର ରାଜ୍ୟଗୁଡ଼ିକୁ ଦେଖନ୍ତି, ତେବେ ରାଜ୍ୟଗୁଡ଼ିକରେ ଆଞ୍ଚଳିକ ଆକାଂକ୍ଷା ଏବଂ ପରିଚୟ ଉଭା ହୋଇଛି, ଏବଂ ଆମର ଅନେକ ରାଜ୍ୟରେ ଆଞ୍ଚଳିକ ରାଜନୈତିକ ଦଳଗୁଡ଼ିକ ଅସାଧାରଣ ଭାବରେ ଭଲ ପ୍ରଦର୍ଶନ କରିଛନ୍ତି ଏବଂ ସେମାନେ ସେହି ରାଜ୍ୟଗୁଡ଼ିକୁ ଶାସନ କରୁଛନ୍ତି।
ମାନହାନି ମାମଲାରେ ରାହୁଲ ଗାନ୍ଧୀଙ୍କୁ ଦିଆଯାଇଥିବା ଦଣ୍ଡ ବିଷୟରେ ପଚରାଯିବାରୁ ସେ କହିଛନ୍ତି ଯେ ସୁପ୍ରିମକୋର୍ଟ ପରେ ସେହି ନିଷ୍ପତ୍ତିକୁ ସ୍ଥଗିତ ରଖିଥିଲେ। ସେ ଜାମିନ ପାଇଥିବା ଲୋକଙ୍କ ସଂଖ୍ୟା ଉଲ୍ଲେଖ କରିଥିଲେ, ଯେଉଁମାନଙ୍କ ମଧ୍ୟରୁ ଅନେକ ରାଜନେତା। ସେ କହିଛନ୍ତି, ହାଇକୋର୍ଟ, ବିଶେଷକରି ସୁପ୍ରିମକୋର୍ଟ, ଏକ ସ୍ପଷ୍ଟ ବାର୍ତ୍ତା ଦେଇଛନ୍ତି ଯେ ଆମେ ବ୍ୟକ୍ତିଗତ ସୱାଧୀନତାକୁ ସୁରକ୍ଷା ଦେବା ପାଇଁ ଏଠାରେ ଅଛୁ। ବ୍ୟକ୍ତିଗତ ପ୍ରସଙ୍ଗରେ ମତଭେଦ ଥାଇପାରେ, କିନ୍ତୁ ସତ୍ୟ ହେଉଛି ସୁପ୍ରିମକୋର୍ଟ ବ୍ୟକ୍ତିଗତ ସୱାଧୀନତାର ସର୍ବୋଚ୍ଚ ସ୍ତରରେ ରହିଆସିଛି। ଏହି କାରଣରୁ ଆମ ଉପରେ ଲୋକଙ୍କ ବିଶ୍ୱାସ ରହିଛି।”
The post ସୁପ୍ରିମକୋର୍ଟ ଉପରେ ଚାପ ପକାଉଥିଲେ କି ମୋଦି, ଗଣମାଧ୍ୟମରେ ସାଂଘାତିକ ଖୁଲାସା କଲେ ଚନ୍ଦ୍ରଚୂଡ! appeared first on Dharitri Odia News.