ଆଜି ମୋଦିଙ୍କ ବାରାଣସୀ କାର୍ଯ୍ୟାଳୟ ଘେରିବ କଂଗ୍ରେସ

ଶାହଜାହାନପୁର,୨।୧(ପି.ଟି.): ବନାରସ୍‌ ହିନ୍ଦୁ ବିଶ୍ୱବିଦ୍ୟାଳୟ (ବିଏଚ୍‌ୟୁ) ଆଇଆଇଟି କ୍ୟାମ୍ପସ୍‌ ମଧ୍ୟରେ ଜଣେ ଛାତ୍ରୀଙ୍କୁ ଗଣବଳାତ୍କାର ଘଟଣାରେ ଭାଜପାର ସ୍ଥାନୀୟ ନେତା ସମ୍ପୃକ୍ତ ଥିବା ଜଣାପଡ଼ିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାରାଣସୀ ନିର୍ବାଚନମଣ୍ଡଳୀ କାର୍ଯ୍ୟାଳୟକୁ ଘେରାଉ କରିବ ବୋଲି କଂଗ୍ରେସ କହିଛି। ଉତ୍ତରପ୍ରଦେଶ କଂଗ୍ରେସ ସଭାପତି ଅଜୟ ରାୟ ଏହା ଘୋଷଣା କରିଛନ୍ତି। ଦୁଇମାସ ତଳେ ଛାତ୍ରୀଜଣକ ଗଣବଳାତ୍କାରର ଶିକାର ହୋଇଥିଲେ। ରବିବାର ପୋଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି, ଯେଉଁମାନେ ଭାଜପା ଆଇଟି ସେଲ୍‌ ସଦସ୍ୟ। ମୋଦିଙ୍କ […] The post ଆଜି ମୋଦିଙ୍କ ବାରାଣସୀ କାର୍ଯ୍ୟାଳୟ ଘେରିବ କଂଗ୍ରେସ appeared first on Dharitri Odia News.

ଆଜି ମୋଦିଙ୍କ ବାରାଣସୀ କାର୍ଯ୍ୟାଳୟ ଘେରିବ କଂଗ୍ରେସ

ଶାହଜାହାନପୁର,୨।୧(ପି.ଟି.): ବନାରସ୍‌ ହିନ୍ଦୁ ବିଶ୍ୱବିଦ୍ୟାଳୟ (ବିଏଚ୍‌ୟୁ) ଆଇଆଇଟି କ୍ୟାମ୍ପସ୍‌ ମଧ୍ୟରେ ଜଣେ ଛାତ୍ରୀଙ୍କୁ ଗଣବଳାତ୍କାର ଘଟଣାରେ ଭାଜପାର ସ୍ଥାନୀୟ ନେତା ସମ୍ପୃକ୍ତ ଥିବା ଜଣାପଡ଼ିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାରାଣସୀ ନିର୍ବାଚନମଣ୍ଡଳୀ କାର୍ଯ୍ୟାଳୟକୁ ଘେରାଉ କରିବ ବୋଲି କଂଗ୍ରେସ କହିଛି। ଉତ୍ତରପ୍ରଦେଶ କଂଗ୍ରେସ ସଭାପତି ଅଜୟ ରାୟ ଏହା ଘୋଷଣା କରିଛନ୍ତି। ଦୁଇମାସ ତଳେ ଛାତ୍ରୀଜଣକ ଗଣବଳାତ୍କାରର ଶିକାର ହୋଇଥିଲେ। ରବିବାର ପୋଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି, ଯେଉଁମାନେ ଭାଜପା ଆଇଟି ସେଲ୍‌ ସଦସ୍ୟ। ମୋଦିଙ୍କ ନିର୍ବାଚନମଣ୍ଡଳୀରେ ମହିଳା ଓ ନାବାଳିକା ବଳାତ୍କାରର ଶିକାର ହେଉଛନ୍ତି। କିପରି ଶାସକ ଦଳର ଛତ୍ରଛାୟା ତଳେ ରହି ଅପରାଧୀମାନେ ବଳାତ୍କାର ଭଳି ଘଟଣା ଘଟାଉଛନ୍ତି, ତାହା ଜନସାଧାରଣଙ୍କୁ ଜଣାଇବା ପାଇଁ କଂଗ୍ରେସର ବାରାଣସୀ ଜିଲା ଓ ସହର ଶାଖାର କର୍ମୀମାନେ ମୋଦିଙ୍କ ବାରାଣସୀ କାର୍ଯ୍ୟାଳୟକୁ ମଙ୍ଗଳବାର ଘେରାଉ କରିବେ ବୋଲି ଅଜୟ କହିଛନ୍ତି।

The post ଆଜି ମୋଦିଙ୍କ ବାରାଣସୀ କାର୍ଯ୍ୟାଳୟ ଘେରିବ କଂଗ୍ରେସ appeared first on Dharitri Odia News.