ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ: ଘରର ଇଏମଆଇ, ଚେକ୍ ବାଉନ୍ସ ପାଇଁ ହେବ ନାହିଁ ବାଧ୍ୟତାମୂଳକ କାର୍ଯ୍ୟନୁଷ୍ଠାନ
ନୂଆଦିଲ୍ଲୀ,୧୮।୭: ରାଷ୍ଟ୍ରୀୟ ରାଜଧାନୀ ଅଞ୍ଚଳ (ଏନସିଆର) ରେ ନିଜର ଫ୍ଲାଟ ନ ପାଇ ଅସୁବିଧାରେ ପଡିଥିବା ଘର କ୍ରେତାଙ୍କୁ ଏକ ବଡ ଆଶ୍ୱସ୍ତି ଦେଇଛନ୍ତି ସୁପ୍ରିମକୋର୍ଟ। କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ ବ୍ୟାଙ୍କ, ଆର୍ଥିକ ପ୍ରତିଷ୍ଠାନ କିମ୍ବା ବିଲଡରମାନେ ମାସିକ କିସ୍ତି (ଇଏମଆଇ)ସମ୍ବନ୍ଧରେ ସେମାନଙ୍କ ବିରୋଧରେ କୌଣସି ବାଧ୍ୟତାମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ନାହିଁ। ତାଙ୍କ ବିରୋଧରେ କୌଣସି ଚେକ ବାଉନ୍ସ ମାମଲା ଦାୟର କରାଯିବ ନାହିଁ। ସୁପ୍ରିମକୋର୍ଟ ଦିଲ୍ଲୀ ହାଇକୋର୍ଟଙ୍କ ଆଦେଶ ବିରୋଧରେ ଆବେଦନ ଶୁଣାଣି […] The post ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ: ଘରର ଇଏମଆଇ, ଚେକ୍ ବାଉନ୍ସ ପାଇଁ ହେବ ନାହିଁ ବାଧ୍ୟତାମୂଳକ କାର୍ଯ୍ୟନୁଷ୍ଠାନ appeared first on Dharitri Odia News.
ନୂଆଦିଲ୍ଲୀ,୧୮।୭: ରାଷ୍ଟ୍ରୀୟ ରାଜଧାନୀ ଅଞ୍ଚଳ (ଏନସିଆର) ରେ ନିଜର ଫ୍ଲାଟ ନ ପାଇ ଅସୁବିଧାରେ ପଡିଥିବା ଘର କ୍ରେତାଙ୍କୁ ଏକ ବଡ ଆଶ୍ୱସ୍ତି ଦେଇଛନ୍ତି ସୁପ୍ରିମକୋର୍ଟ। କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ ବ୍ୟାଙ୍କ, ଆର୍ଥିକ ପ୍ରତିଷ୍ଠାନ କିମ୍ବା ବିଲଡରମାନେ ମାସିକ କିସ୍ତି (ଇଏମଆଇ)ସମ୍ବନ୍ଧରେ ସେମାନଙ୍କ ବିରୋଧରେ କୌଣସି ବାଧ୍ୟତାମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ନାହିଁ। ତାଙ୍କ ବିରୋଧରେ କୌଣସି ଚେକ ବାଉନ୍ସ ମାମଲା ଦାୟର କରାଯିବ ନାହିଁ।
ସୁପ୍ରିମକୋର୍ଟ ଦିଲ୍ଲୀ ହାଇକୋର୍ଟଙ୍କ ଆଦେଶ ବିରୋଧରେ ଆବେଦନ ଶୁଣାଣି କରିଥିଲେ ଯେଉଁଥିରେ ଅନେକ ଘର କ୍ରେତାଙ୍କ ଆବେଦନ ପ୍ରତ୍ୟାଖ୍ୟାନ କରାଯାଇଥିଲା। ରିଅଲ ଇଷ୍ଟେଟ ଡେଭଲପର୍ ସେମାନଙ୍କ ଫ୍ଲାଟର ମାଲିକାନା ନଦେବା ପର୍ଯ୍ୟନ୍ତ ବ୍ୟାଙ୍କ ଏବଂ ଆର୍ଥିକ ପ୍ରତିଷ୍ଠାନଗୁଡିକ ଇଏମଆଇ ଚାର୍ଜ ନକରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ହାଇକୋର୍ଟ ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରିବା ପରେ ଗୃହ କ୍ରୟକାରୀମାନେ ସୁପ୍ରିମକୋର୍ଟଙ୍କ ନିକଟକୁ ଯାଇଥିଲେ। ଏହି ଘଟଣାର ଅନୁସନ୍ଧାନ କରିବାକୁ କୋର୍ଟ ରାଜି ହୋଇଥିଲେ ଏବଂ ସମ୍ପୃକ୍ତ ପକ୍ଷଙ୍କଠାରୁ ଉତ୍ତର ମାଗିଥିଲେ। ଜଷ୍ଟିସ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ ଉଜ୍ୱଳ ଭୂୟାଁଙ୍କ ଏକ ବେଞ୍ଚ କେନ୍ଦ୍ର, ବ୍ୟାଙ୍କ ଏବଂ ଅନ୍ୟମାନଙ୍କୁ ମାର୍ଚ୍ଚ ୧୪, ୨୦୨୩ରେ ହାଇକୋର୍ଟଙ୍କ ଆଦେଶ ବିରୋଧରେ ଦାଖଲ ହୋଇଥିବା ଆବେଦନ ଉପରେ ନୋଟିସ ଜାରି କରିଛନ୍ତି।
The post ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ: ଘରର ଇଏମଆଇ, ଚେକ୍ ବାଉନ୍ସ ପାଇଁ ହେବ ନାହିଁ ବାଧ୍ୟତାମୂଳକ କାର୍ଯ୍ୟନୁଷ୍ଠାନ appeared first on Dharitri Odia News.