ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି, ଏବେ ମନିଲଣ୍ଡ୍ରିଂ ମାମଲାରେ ଅଭିଯୁକ୍ତଙ୍କୁ ସହଜରେ ମିଳିପାରିବ ଜାମିନ

ନୂଆଦିଲ୍ଲୀ ୧୬।୫: ଭାରତର ସର୍ବୋଚ୍ଚ ନ୍ୟାୟାଳୟ  ପ୍ରିଭେନସନ ଅଫ ମନିଲଣ୍ଡ୍ରିଂ ଆକ୍ଟ (ପିଏମଏଲଏ) ସମ୍ପର୍କିତ ମାମଲାଗୁଡିକରେ ମନଇଛା ଗିରଫଦାରୀ ବିରୋଧରେ ସୁରକ୍ଷା ଉପାୟ କରିବା ଓ ଜାମିନ ନିୟମକୁ ସହଜ କରିବା ପାଇଁ ଗୁରୁବାର ଐତିହାସିକ ରାୟ ଦେଇଛନ୍ତି। ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ଶୀର୍ଷ ନ୍ୟାୟାଳୟ କହିଛନ୍ତି ଯେ ସ୍ୱତନ୍ତ୍ର କୋର୍ଟ ମନିଲଣ୍ଡ୍ରିଂ ଅଭିଯୋଗର ସଂଜ୍ଞାନ ନେବା ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପିଏମଏଲଏର ଧାରା ୧୯ରେ ପ୍ରଦତ ଶକ୍ତି ଉପଯୋଗ କରି କୌଣସି ଅଭିଯୁକ୍ତକୁ ଗିରଫ କରିପାରିବେ ନାହିଁ। ଏହି ରାୟ ଏକ ମାମଲା (ତରସେମ ଲାଲ ବନାମ ଇଡି)ର ଜାବାବରେ ଆସିଛି, ଯେଉଁଥିରେ କୁହାଯାଇଛି ଯେ ସ୍ୱତନ୍ତ୍ର କୋର୍ଟ ସଂଜ୍ଞାନ ନେଇଥିଲେ ବି ମନିଲଣ୍ଡ୍ରିଂ ମାମଲାରେ କୌଣସି ଅଭିଯୁକ୍ତଙ୍କ ଜାମିନ ନିମନ୍ତେ କଡ଼ ଦୋହରା ପରୀକ୍ଷଣକୁ ପୁରା କରିବାକୁ ପଡିବ। ସୁପ୍ରିମକୋର୍ଟ କହିଛନ୍ତି ଯେ ଥରେ ସ୍ୱତନ୍ତ୍ର କୋର୍ଟ ସଂଜ୍ଞାନ ନେଇଛନ୍ତି ମାନେ ଇଡି ଓ ଏହାର ଅଧିକାରୀମାନଙ୍କୁ ପିଏମଏଲଏର ଧାରା ୧୯ ଅନୁସାରେ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ରୋକୁଛି। ଏହା ବଦଳେ ଯଦି ଇଡି ଅଭିଯୁକ୍ତଙ୍କ କଷ୍ଚଡି ଚାହୁଁଛନ୍ତି ତେବେ ତାଙ୍କୁ ସ୍ୱତନ୍ତ୍ର ନ୍ୟାୟାଳୟରେ ଆବେଦନ କରିବାକୁ ପଡିବ, ଯିଏ ଅଭିଯୁକ୍ତଙ୍କୁ ସମନ ଜାରି କରିବେ। ଏହା ଛଡା ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ ଜଣେ ଅଭିଯୁକ୍ତ ଯିଏ ପିଏମଏଲଏରେ ଜାରି ସମନ ଅନୁସାରେ ସ୍ୱତନ୍ତ୍

ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି, ଏବେ ମନିଲଣ୍ଡ୍ରିଂ ମାମଲାରେ ଅଭିଯୁକ୍ତଙ୍କୁ ସହଜରେ ମିଳିପାରିବ ଜାମିନ

ନୂଆଦିଲ୍ଲୀ ୧୬।୫: ଭାରତର ସର୍ବୋଚ୍ଚ ନ୍ୟାୟାଳୟ  ପ୍ରିଭେନସନ ଅଫ ମନିଲଣ୍ଡ୍ରିଂ ଆକ୍ଟ (ପିଏମଏଲଏ) ସମ୍ପର୍କିତ ମାମଲାଗୁଡିକରେ ମନଇଛା ଗିରଫଦାରୀ ବିରୋଧରେ ସୁରକ୍ଷା ଉପାୟ କରିବା ଓ ଜାମିନ ନିୟମକୁ ସହଜ କରିବା ପାଇଁ ଗୁରୁବାର ଐତିହାସିକ ରାୟ ଦେଇଛନ୍ତି। ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ଶୀର୍ଷ ନ୍ୟାୟାଳୟ କହିଛନ୍ତି ଯେ ସ୍ୱତନ୍ତ୍ର କୋର୍ଟ ମନିଲଣ୍ଡ୍ରିଂ ଅଭିଯୋଗର ସଂଜ୍ଞାନ ନେବା ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପିଏମଏଲଏର ଧାରା ୧୯ରେ ପ୍ରଦତ ଶକ୍ତି ଉପଯୋଗ କରି କୌଣସି ଅଭିଯୁକ୍ତକୁ ଗିରଫ କରିପାରିବେ ନାହିଁ। 

ଏହି ରାୟ ଏକ ମାମଲା (ତରସେମ ଲାଲ ବନାମ ଇଡି)ର ଜାବାବରେ ଆସିଛି, ଯେଉଁଥିରେ କୁହାଯାଇଛି ଯେ ସ୍ୱତନ୍ତ୍ର କୋର୍ଟ ସଂଜ୍ଞାନ ନେଇଥିଲେ ବି ମନିଲଣ୍ଡ୍ରିଂ ମାମଲାରେ କୌଣସି ଅଭିଯୁକ୍ତଙ୍କ ଜାମିନ ନିମନ୍ତେ କଡ଼ ଦୋହରା ପରୀକ୍ଷଣକୁ ପୁରା କରିବାକୁ ପଡିବ। ସୁପ୍ରିମକୋର୍ଟ କହିଛନ୍ତି ଯେ ଥରେ ସ୍ୱତନ୍ତ୍ର କୋର୍ଟ ସଂଜ୍ଞାନ ନେଇଛନ୍ତି ମାନେ ଇଡି ଓ ଏହାର ଅଧିକାରୀମାନଙ୍କୁ ପିଏମଏଲଏର ଧାରା ୧୯ ଅନୁସାରେ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ରୋକୁଛି। ଏହା ବଦଳେ ଯଦି ଇଡି ଅଭିଯୁକ୍ତଙ୍କ କଷ୍ଚଡି ଚାହୁଁଛନ୍ତି ତେବେ ତାଙ୍କୁ ସ୍ୱତନ୍ତ୍ର ନ୍ୟାୟାଳୟରେ ଆବେଦନ କରିବାକୁ ପଡିବ, ଯିଏ ଅଭିଯୁକ୍ତଙ୍କୁ ସମନ ଜାରି କରିବେ। 

ଏହା ଛଡା ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ ଜଣେ ଅଭିଯୁକ୍ତ ଯିଏ ପିଏମଏଲଏରେ ଜାରି ସମନ ଅନୁସାରେ ସ୍ୱତନ୍ତ୍ର ନ୍ୟାୟାଳୟରେ ହାଜର ହେଉଛନ୍ତି ତାଙ୍କୁ ଅଧିନିୟମର ଧାରା ୪୫ ଅନୁସାରେ ଜାମିନ ନିମନ୍ତେ କଡା ଦୋହରା ପରୀକ୍ଷଣ ପୁରା କରିବାର ଆଉ ଆବଶ୍ୟକତା ନାହିଁ। ଏଥିରେ ଏହି କଥା ଉପରେ ଜୋର ଦିଆଯାଇଛି ଯେ ସମନ ଜାରିର ଅର୍ଥ ଏହା ନୁହେଁ ଯେ ଅଭିଯୁକ୍ତ ହାଜତରେ ରହିବେ। ଏହା ଅତିରିକ୍ତ ଯଦି ଅଭିଯୁକ୍ତ ହାଜର ହେବାରେ ବିଫଳ ହୁଅନ୍ତି ତେବେ ସ୍ୱତନ୍ତ୍ର କୋର୍ଟ ଅପରାଧିକ ପ୍ରକ୍ରିୟା ସଂହିତା (ସିଆରପିସି)ର ଧାରା ୭୦ ଅନୁସାରେ ୱାରେଣ୍ଟ ଜାରି କରିପାରିବେ। 

ଏହି ୱାରେଣ୍ଟ ପ୍ରାରମ୍ଭିକ ପର୍ଯ୍ୟାୟରେ ଜାମିନ ଯୁକ୍ତ ହୋଇପାରେ ଓ ପରେ ତାହା ଜାମିନ ବିହୀନ ମଧ୍ୟ ହୋଇପାରେ। ଯଦି ଅଭିଯୁକ୍ତ ୱାରେଣ୍ଟ ପାଳନ କରିବାରେ ବିଫଳ ହୁଅନ୍ତି ତେବେ ତାଙ୍କ ଜାମିନ ରଦ୍ଦ କରାଯାଇପାରେ। ସୁପ୍ରିମକୋର୍ଟ ଏହା ବି ରେଖାଙ୍କିତ କରିଛନ୍ତି ଯେ ଇଡି ସ୍ୱତନ୍ତ୍ର କୋର୍ଟରେ ହାଜର ହେବା ପରେ ଅଭିଯୁକ୍ତଙ୍କୁ କଷ୍ଟଡିକୁ ନେବାକୁ ଚାହୁଁଥାନ୍ତି ତେବେ ହାଜତରେ ପଚରା ଉଚରାକୁ ଉଚିତ ପ୍ରମାଣିତ କରୁଥିବା କାରଣ ଜଣାଇ ଇଡି କୋର୍ଟଙ୍କୁ ଆବେଦନ କରିବେ । 

ଏହା ଛଡା କୋର୍ଟ ରାୟରେ କହିଛନ୍ତି ଯେ ଯଦି ଇଡି ସେହି ଅପରାଧରେ ପରବର୍ତ୍ତି ଯାଞ୍ଚ ଉଦ୍ଦେଶ୍ୟ ରଖୁଥାନ୍ତି , ତେବେ ସେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରିପାରନ୍ତି, ଯାହାଙ୍କୁ ଆରମ୍ଭରେ ଅଭିଯୋଗରେ ଅଭିଯୁକ୍ତ ରୂପେ ନାମିତ କରାଯାଇ ନଥିଲା, ତେବେ ଏଥି ପାଇଁ ଧାରା ୧୯ର ସର୍ତ୍ତ ପୂରଣ ହେଉଥିବା ଦରକାର। ଏହା ଛଡା ସୁପ୍ରିମକୋର୍ଟ ଆଦେଶ ଦେଇଛନ୍ତି ଯେ ଯଦି ଇଡି ଅଭିଯୋଗ ରୁଜୁ ହେବା ପର୍ଯ୍ୟନ୍ତ ଅଭିଯୁକ୍ତଙ୍କୁ ଗିରଫ ନ କରିଛନ୍ତି, ତେବେ ସ୍ୱତନ୍ତ୍ର ଅଦାଲତ ଏହାକୁ ସଂଜ୍ଞାନକୁ ନେଇ ୱାରେଣ୍ଟ ବଦଳେ ଅଭିଯୁକ୍ତଙ୍କୁ ସମନ ଜାରି କରିବେ। 

ଯଦି ଅଭିଯୁକ୍ତ ଜାମିନରେ ବି ଥାନ୍ତି ତାଙ୍କୁ ପ୍ରଥମେ ସମନ ଜାରି କରାଯିବା ଦରକାର। ଏହି ରାୟ ପଛରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିର୍ଦ୍ଧାରିତ ଦିଶାନିର୍ଦ୍ଦେଶର ଉଦ୍ଦେଶ୍ୟ ପିଏମଏଲଏରେ ଅଭିଯୁକ୍ତ ଲୋକଙ୍କ ଅଧିକାରଗୁଡିକୁ ରକ୍ଷା କରିବା। ସୁପ୍ରିମକୋର୍ଟଙ୍କ ଏହି ରାୟ ସ୍ୱତନ୍ତ୍ର କୋର୍ଟଙ୍କ ଦ୍ୱାରା ସଂଜ୍ଞାନ ନିଆଯିବା ପରେ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଇଡିଙ୍କ ଶକ୍ତିକୁ ହ୍ରାସ କରୁଛି। ଯାହା ଦ୍ୱାରା ମନିଲଣ୍ଡ୍ରିଂ ମାମଲାରେ ଜାମିନ ମିଳିବା ସହଜ ହୋଇପାରିବ।