ସୁପ୍ରିମକୋର୍ଟଙ୍କ ବଡ଼ ରାୟ, ଏଣିକି ମୁସଲମାନ ମହିଳା ପାଇବେ ଭରଣପୋଷଣ ଟଙ୍କା
ନୂଆଦିଲ୍ଲୀ,୧୦।୭: ଏଣିକି ମୁସଲମାନ ମହିଳା ପାଇପାରିବେ ଭରଣପୋଷଣ ଟଙ୍କା। ଏନେଇ ବଡ଼ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ। ଛାଡପତ୍ର ହୋଇଥିବା ମୁସଲମାନ ମହିଳାଙ୍କୁ ବଡ଼ ଆଶ୍ୱସ୍ତି ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟଳାୟ। ବୁଧବାର କୋର୍ଟ କହିଛନ୍ତି , ମୁସଲମାନ ମହିଳାମାନେ CRPC ର ଧାରା ୧୨୫ ଅନୁଯାୟୀ ନିଜ ସ୍ବାମୀଙ୍କ ବିରୋଧରେ ରକ୍ଷଣାବେକ୍ଷଣ ଦାବି ନେଇ ଯାଚିକା ଦାଖଲ କରିପାରିବେ। ଜଷ୍ଟିସ ବିୱି ନାଗରତ୍ନା ଏବଂ ଜଷ୍ଟିସ ଅଗଷ୍ଟିନ ଜର୍ଜ ମାସିହ ଏହି ଯାଚିକାର ଶୁଣାଣି କରି ବଡ଼ ରାୟ […] The post ସୁପ୍ରିମକୋର୍ଟଙ୍କ ବଡ଼ ରାୟ, ଏଣିକି ମୁସଲମାନ ମହିଳା ପାଇବେ ଭରଣପୋଷଣ ଟଙ୍କା appeared first on Dharitri Odia News.
ନୂଆଦିଲ୍ଲୀ,୧୦।୭: ଏଣିକି ମୁସଲମାନ ମହିଳା ପାଇପାରିବେ ଭରଣପୋଷଣ ଟଙ୍କା। ଏନେଇ ବଡ଼ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ। ଛାଡପତ୍ର ହୋଇଥିବା ମୁସଲମାନ ମହିଳାଙ୍କୁ ବଡ଼ ଆଶ୍ୱସ୍ତି ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟଳାୟ। ବୁଧବାର କୋର୍ଟ କହିଛନ୍ତି , ମୁସଲମାନ ମହିଳାମାନେ CRPC ର ଧାରା ୧୨୫ ଅନୁଯାୟୀ ନିଜ ସ୍ବାମୀଙ୍କ ବିରୋଧରେ ରକ୍ଷଣାବେକ୍ଷଣ ଦାବି ନେଇ ଯାଚିକା ଦାଖଲ କରିପାରିବେ।
ଜଷ୍ଟିସ ବିୱି ନାଗରତ୍ନା ଏବଂ ଜଷ୍ଟିସ ଅଗଷ୍ଟିନ ଜର୍ଜ ମାସିହ ଏହି ଯାଚିକାର ଶୁଣାଣି କରି ବଡ଼ ରାୟ ଦେଇଛନ୍ତି। ଦେଶର ସର୍ବୋଚ୍ଚ ନ୍ୟାୟାଳୟ ତାଙ୍କ ରାୟରେ କହିଛନ୍ତି, କେତେକ ସ୍ବାମୀ ଜାଣି ନାହାଁନ୍ତି ଯେ ସେମାନଙ୍କ ସ୍ତ୍ରୀ ଜଣେ ଗୃହିଣୀ, କିନ୍ତୁ ଏହି ଗୃହିଣୀଙ୍କ ପରିଚୟ ଭାବପ୍ରବଣ ତଥା ଅନ୍ୟାନ୍ୟ ଉପାୟରେ ସେମାନଙ୍କ ଉପରେ ହିଁ ନିର୍ଭର କରେ।
କୋର୍ଟ କହିଛନ୍ତି, ଜଣେ ଭାରତୀୟ ବିବାହିତା ମହିଳା ସଚେତନ ହେବା ଉଚିତ ଯେ ସେ ଆର୍ଥିକ ଦୃଷ୍ଟିରୁ ସ୍ବାଧୀନ ନୁହଁନ୍ତି। ଆଜିର ଶୁଣାଣିରେ ଆମେ ୨୦୧୯ ଅଧିନିୟମ ଅନୁଯାୟୀ ‘ବେଆଇନ ଛାଡପତ୍ର’ର ଦିଗ ଯୋଡିଛୁ। ଆମେ ଏକ ପ୍ରମୁଖ ସିଦ୍ଧାନ୍ତରେ ପହଞ୍ଚିଛୁ ଯେ, CRPC ର ଧାରା ୧୨୫ କେବଳ ବିବାହିତ ମହିଳାଙ୍କ ନୁହେଁ ସମସ୍ତ ମହିଳାଙ୍କ ପାଇଁ ଲାଗୁ ହେବ।
ସୁପ୍ରିମକୋର୍ଟର ଏକ ଡବଲ ବେଞ୍ଚ ଜଣେ ମୁସଲମାନ ବ୍ୟକ୍ତିଙ୍କ ଯାଚିକା ଖାରଜ କରି ଦେଇଛନ୍ତି। ଯେଉଁଥିରେ ସେ ସିଆରପିସି ଧାରା ୧୨୫ ଅନୁଯାୟୀ ଛାଡପତ୍ର ଦେଇଥିବା ସ୍ତ୍ରୀଙ୍କୁ ମଧ୍ୟବର୍ତ୍ତୀକାଳୀନ ରକ୍ଷଣାବେକ୍ଷଣ ଆଦେଶକୁ ଚ୍ୟାଲେଞ୍ଜ କରିଥିଲେ। ଅଦାଲତ ସ୍ପଷ୍ଟ କରିଛନ୍ତି ଯେ, ମୁସଲିମ ମହିଳା ଅଧିନିୟମ, ୧୯୮୬ ଧାରା ୧୨୫ ର ବ୍ୟବସ୍ଥାକୁ ରଦ୍ଦ କରାଯିବ ନାହିଁ।
ସୂଚନାଥାଉ କି, ଜଣେ ମୁସଲମାନ ମହିଳା ଆଗା ସ୍ବାମୀଙ୍କୁ ଭରଣପୋଷଣ ଟଙ୍କା ଦାବିକରି ଏକ ପିଟିସନ ଦାଖଲ କରିଥିଲେ। ଆବେଦନକାରୀଙ୍କ ପକ୍ଷରୁ କୋର୍ଟଙ୍କୁ ଏକ ଅନୁରୋଧ କରାଯାଇଥିଲା ଯେ, ପ୍ରତି ମାସରେ ସେ ସ୍ବାମୀଙ୍କ ଠାରୁ ୨୦ହଜାର ଟଙ୍କା ଭରଣପୋଷଣ ଟଙ୍କା ପାଇବାକୁ ଚାହାନ୍ତି। ଯାହାକୁ ମିଳିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦିଅନ୍ତୁ।
ସୂଚନାଯୋଗ୍ୟ, ୧୯୮୫ର ଶାହବାନୋ ମାମଲା ପରଠାରୁ ସୁପ୍ରିମକୋର୍ଟ କ୍ରମାଗତ ଭାବରେ ତାଙ୍କ ନିଷ୍ପତ୍ତିରେ କହିଛନ୍ତି ଯେ, ଛାଡପତ୍ର ନେଇଥିବା ମୁସଲମାନ ମହିଳାମାନେ ରକ୍ଷଣାବେକ୍ଷଣର ଅଧିକାର ପାଇଛନ୍ତି। ଶାହାବାନୋ ନିଷ୍ପତ୍ତିକୁ ସରକାର ଖାରଜ କରିଦେଇଥିଲେ, ହେଲେ ଏହା ପରେ ସୁପ୍ରିମକୋର୍ଟ ତିନ ତାଲାକ ନିଷ୍ପତ୍ତିରେ ମୁସଲମାନ ମହିଳାମାନଙ୍କର ରକ୍ଷଣାବେକ୍ଷଣ ଦିଗକୁ ସ୍ପଷ୍ଟ କରିଥିଲେ। ଏହା ବ୍ୟତୀତ ଅନ୍ୟାନ୍ୟ ପ୍ରସଙ୍ଗରେ ସୁବିଧା ସମ୍ପର୍କରେ ନିର୍ଦ୍ଦେଶ ଦିଆଯାଇଥିଲା ଏବଂ ସେବେଠାରୁ ମାମଲା ସୁପ୍ରିମକୋର୍ଟରେ ପହଞ୍ଚି ଆସୁଛି।
The post ସୁପ୍ରିମକୋର୍ଟଙ୍କ ବଡ଼ ରାୟ, ଏଣିକି ମୁସଲମାନ ମହିଳା ପାଇବେ ଭରଣପୋଷଣ ଟଙ୍କା appeared first on Dharitri Odia News.