ସୁପ୍ରିମକୋର୍ଟଙ୍କ ଯୋଗୁ ଆଇଆଇଟି ସିଟ୍ ପାଇଲେ ଦଳିତ ଛାତ୍ର
ନୂଆଦିଲ୍ଲୀ,୧।୧୦: ଉତ୍ତରପ୍ରଦେଶର ମୁଜାଫରପୁର ଜିଲା ତିତୋରା ଗ୍ରାମର ବାସିନ୍ଦା ଅତୁଲ କୁମାରଙ୍କ ବାପା ଜଣେ ଶ୍ରମିକ। ମଜୁରି ଲାଗି ଦୈନିକ ୪୫୦ ଟଙ୍କା ରୋଜଗାର କରନ୍ତି। ଏଥିରେ ସେ ଦାରିଦ୍ର୍ୟ ସୀମାରେଖା (ବିପିଏଲ୍) ତଳେ ଥିବା ନିଜ ପରିବାରକୁ ଚଳାନ୍ତି। ୧୮ ବର୍ଷୀୟ ଅତୁଲ ଆଇଆଇଟି ଧାନବାଦରେ ବି.ଟେକ୍ ପଢ଼ିବା ପାଇଁ ଚାହୁଁଥିବାବେଳେ ନାମଲେଖା ଲାଗି ଆବଶ୍ୟକ ୧୭,୫୦୦ ଟଙ୍କା ଠୁଳ କରିପାରି ନ ଥିଲେ। ଫଳରେ ସେ ନିର୍ଦ୍ଧାରିତ ତାରିଖ ଜୁନ୍ ୨୪ ସନ୍ଧ୍ୟା ୫ଟା […] The post ସୁପ୍ରିମକୋର୍ଟଙ୍କ ଯୋଗୁ ଆଇଆଇଟି ସିଟ୍ ପାଇଲେ ଦଳିତ ଛାତ୍ର appeared first on Dharitri Odia News.
ନୂଆଦିଲ୍ଲୀ,୧।୧୦: ଉତ୍ତରପ୍ରଦେଶର ମୁଜାଫରପୁର ଜିଲା ତିତୋରା ଗ୍ରାମର ବାସିନ୍ଦା ଅତୁଲ କୁମାରଙ୍କ ବାପା ଜଣେ ଶ୍ରମିକ। ମଜୁରି ଲାଗି ଦୈନିକ ୪୫୦ ଟଙ୍କା ରୋଜଗାର କରନ୍ତି। ଏଥିରେ ସେ ଦାରିଦ୍ର୍ୟ ସୀମାରେଖା (ବିପିଏଲ୍) ତଳେ ଥିବା ନିଜ ପରିବାରକୁ ଚଳାନ୍ତି। ୧୮ ବର୍ଷୀୟ ଅତୁଲ ଆଇଆଇଟି ଧାନବାଦରେ ବି.ଟେକ୍ ପଢ଼ିବା ପାଇଁ ଚାହୁଁଥିବାବେଳେ ନାମଲେଖା ଲାଗି ଆବଶ୍ୟକ ୧୭,୫୦୦ ଟଙ୍କା ଠୁଳ କରିପାରି ନ ଥିଲେ। ଫଳରେ ସେ ନିର୍ଦ୍ଧାରିତ ତାରିଖ ଜୁନ୍ ୨୪ ସନ୍ଧ୍ୟା ୫ଟା ସୁଦ୍ଧା ଫି’ ଦାଖଲ କରିବାରେ ବିଫଳ ହୋଇ ସିଟ୍ ପାଇବାରୁ ବଞ୍ଚତ୍ତ ହୋଇଥିଲେ। ଇତିମଧ୍ୟରେ ତାଙ୍କ ବାପା ଗ୍ରାମବାସୀଙ୍କ ସହାୟତାରେ ଅପରାହ୍ନ ୪ଟା ୪୫ ସୁଦ୍ଧା ଟଙ୍କା ଯୋଗାଡ଼ କରିଥିଲେ। ଅତୁଲ ନିଜ ଦସ୍ତାବିଜ ଅପ୍ଲୋଡ୍ କରିବା ପରେ ସମୟ ଗଡ଼ିଯାଇଥିଲା। ସେ ପରୀକ୍ଷା କେନ୍ଦ୍ର ‘ଝାଡ଼ଖଣ୍ଡର ଏକ କେନ୍ଦ୍ର’ ବୋଲି ଉଲ୍ଲେଖ କରିଥିବାରୁ ଏନେଇ ଝାଡ଼ଖଣ୍ଡ ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କ ଦ୍ୱାରସ୍ଥ ହୋଇ ସବୁ କଥା ଜଣାଇଥିଲେ। ତେବେ ଆଇଆଇଟି ମାଡ୍ରାସ୍ ଅଧୀନରେ ପରୀକ୍ଷା କରାଯାଉଥିବାରୁ ପ୍ରାଧିକରଣ ତାଙ୍କୁ ମାଡ୍ରାସ୍ ହାଇକୋର୍ଟ ଯିବାକୁ ପରାମର୍ଶ ଦେଇଥିଲେ। ହାଇକୋର୍ଟ ଅତୁଲଙ୍କୁ ସୁପ୍ରିମକୋର୍ଟ ଯିବାକୁ କହିଥିଲେ।
ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ତଥା ଜଷ୍ଟିସ୍ ଜେ.ବି. ପର୍ଦ୍ଦିଓ୍ବାଲା ଏବଂ ମନୋଜ ମିଶ୍ରାଙ୍କୁ ନେଇ ଗଠିତ ଖଣ୍ଡପୀଠ ଅତୁଲଙ୍କ ଆବେଦନର ଶୁଣାଣି କରି କହିଛନ୍ତି, ଏପରି ଜଣେ ଯୁବ ମେଧାବୀ ଛାତ୍ରଙ୍କ କ୍ୟାରିୟର ଖରାପ ହେବାକୁ ଦିଆଯିବ ନାହିଁ। ଆବେଦନକାରୀ ବଞ୍ଚତ୍ତ ବର୍ଗର ହୋଇଥିବା ସତ୍ତ୍ୱେ ନାମଲେଖା ପାଇଁ ସବୁ ପ୍ରକାର ଉଦ୍ୟମ କରିଥିଲେ। ଉଚିତ ସମୟରେ ସେ ଫି’ ଦାଖଲ କରି ନ ପାରିବାରୁ ସିଟ୍ ପାଇପାରି ନାହାନ୍ତି। ଆମକୁ ଏହା ଦେଖିବାକୁ ପଡ଼ିବ। ସିଜେଆଇ ଅତୁଲଙ୍କୁ ଅଲ୍ ଦି ବେଷ୍ଟ୍। ଭଲ କର କହିବା ସହ ସମ୍ବିଧାନର ଅନୁଚ୍ଛେଦ ୧୪୨ ଅଧୀନରେ ସୁପ୍ରିମକୋର୍ଟଙ୍କ ସ୍ବତନ୍ତ୍ର କ୍ଷମତାର ପ୍ରୟୋଗ କରି ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ ବି.ଟେକ୍ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଆଇଆଇଟି ଧାନବାଦକୁ ନିର୍ଦ୍ଦେଶ ଦେଇଛନ୍ତି। ଅତୁଲ ସୁପ୍ରିମକୋର୍ଟଙ୍କୁ ଧନ୍ୟବାଦ ଦେବା ସହ ଏବେ ଟ୍ରେନ୍ ଟ୍ରାକ୍କୁ ଫେରିଛି ଏବଂ ସେ ଭଲ ପାଠ ପଢ଼ିବେ ବୋଲି କହିଛନ୍ତି।
The post ସୁପ୍ରିମକୋର୍ଟଙ୍କ ଯୋଗୁ ଆଇଆଇଟି ସିଟ୍ ପାଇଲେ ଦଳିତ ଛାତ୍ର appeared first on Dharitri Odia News.