ସୁପ୍ରିମକୋର୍ଟଙ୍କ ୮ ଏପ୍ରିଲ ନିଷ୍ପତ୍ତିକୁ ନେଇ ରାଷ୍ଟ୍ରପତିଙ୍କ କଡ଼ା ଆପତ୍ତି, ଜାଣନ୍ତୁ ପଚାରିଛନ୍ତି କ’ଣ?

ନୂଆଦିଲ୍ଲୀ ୧୫।୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୁପ୍ରିମକୋର୍ଟଙ୍କ ୮ ଏପ୍ରିଲ ନିଷ୍ପତ୍ତି ଉପରେ କଡ଼ା ଆପତ୍ତି କରିଛନ୍ତି। ଏହି ନିଷ୍ପତ୍ତିରେ ସୁପ୍ରିମକୋର୍ଟ ରାଜ୍ୟ ବିଧାନସଭାମାନଙ୍କ ଦ୍ୱାରା ଗୃହୀତ ବିଧେୟକ ଉପରେ ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କ ନିର୍ଣ୍ଣୟ ନେବାର ସମୟ ସୀମା ନିର୍ଦ୍ଧାରଣ କରିଥିଲେ। ତେବେ ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତିକୁ ରାଷ୍ଟ୍ରପତି ସାମ୍ବିଧାନିକ ମୂଲ୍ୟ ଓ ବ୍ୟବସ୍ଥାର ବିପରୀତ ଓ ସମ୍ବିଧାନିକ ସୀମାର ଅତିକ୍ରମଣ  ବୋଲି କହିଛନ୍ତି।   ସମ୍ବିଧାନର ଅନୁଚ୍ଛେଦ ୧୪୩(୧) ଅନୁସାରେ ରାଷ୍ଟ୍ରପତି ସର୍ବୋଚ୍ଚନ୍ୟାୟାଳଙ୍କୁ ୧୪ ସମ୍ବିଧାନିକ ପ୍ରଶ୍ନ ଉପରେ ରାୟ ମାଗିଛନ୍ତି। ଏହି ପ୍ରାବଧାନ ବହୁତ କମ୍ ଉପଯୋଗରେ ଆସିଥାଏ, ତେବେ କେନ୍ଦ୍ର ସରକାର ଓ ରାଷ୍ଟ୍ରପତି ଏହାକୁ ଏଥି ପାଇଁ ବାଛିଛନ୍ତି କାରଣ ସମୀକ୍ଷା ନିବେଦନ ସେହି ପୀଠକୁ ଯିବ ଯିଏ ମୂଳ ନିର୍ଣ୍ଣୟ ଦେଇଥିଲେ। ସୁପ୍ରିମକୋର୍ଟଙ୍କ ଯେଉଁ ପୀଠ ରାୟ ଦେଇଥିଲେ ସେଥିରେ ଜଷ୍ଟିସ୍ ଜେ.ବି.ପାରଦୀୱାଲା ଓ ଜଷ୍ଟିସ୍ ଆର.ମହାଦେବନ ମଧ୍ୟ ସାମିଲ ଥିଲେ। ସୁପ୍ରିମକୋର୍ଟ ତାଙ୍କ ରାୟରେ କହିଥିଲେ ଯେ କୌଣସି ବିଧେୟକ ଉପରେ ରାଜ୍ୟପାଳଙ୍କୁ ୩ ମାସ ମଧ୍ୟରେ ନିଷ୍ପତ୍ତି ନେବାକୁ ହେବ। ଏହି ସମୟ ସୀମାରେ ରାଜ୍ୟପାଳ ବିଧେୟକକୁ ସ୍ୱୀକୃତି ଦେଇ ପାରନ୍ତି ଅଥବା ପୁନର୍ବିଚାର ନିମନ୍ତେ ଲେଉଟାଇ ଦେଇ ପାରିବେ। ଯଦି ବିଧାନସଭା ବିଧେୟକକୁ ପୁନଃ ଗୃହୀତ କରେ ତେବେ ରାଜ୍ୟପାଳଙ୍କୁ

ସୁପ୍ରିମକୋର୍ଟଙ୍କ ୮ ଏପ୍ରିଲ ନିଷ୍ପତ୍ତିକୁ ନେଇ ରାଷ୍ଟ୍ରପତିଙ୍କ କଡ଼ା ଆପତ୍ତି, ଜାଣନ୍ତୁ ପଚାରିଛନ୍ତି କ’ଣ?

ନୂଆଦିଲ୍ଲୀ ୧୫।୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୁପ୍ରିମକୋର୍ଟଙ୍କ ୮ ଏପ୍ରିଲ ନିଷ୍ପତ୍ତି ଉପରେ କଡ଼ା ଆପତ୍ତି କରିଛନ୍ତି। ଏହି ନିଷ୍ପତ୍ତିରେ ସୁପ୍ରିମକୋର୍ଟ ରାଜ୍ୟ ବିଧାନସଭାମାନଙ୍କ ଦ୍ୱାରା ଗୃହୀତ ବିଧେୟକ ଉପରେ ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କ ନିର୍ଣ୍ଣୟ ନେବାର ସମୟ ସୀମା ନିର୍ଦ୍ଧାରଣ କରିଥିଲେ। ତେବେ ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତିକୁ ରାଷ୍ଟ୍ରପତି ସାମ୍ବିଧାନିକ ମୂଲ୍ୟ ଓ ବ୍ୟବସ୍ଥାର ବିପରୀତ ଓ ସମ୍ବିଧାନିକ ସୀମାର ଅତିକ୍ରମଣ  ବୋଲି କହିଛନ୍ତି।   

ସମ୍ବିଧାନର ଅନୁଚ୍ଛେଦ ୧୪୩(୧) ଅନୁସାରେ ରାଷ୍ଟ୍ରପତି ସର୍ବୋଚ୍ଚନ୍ୟାୟାଳଙ୍କୁ ୧୪ ସମ୍ବିଧାନିକ ପ୍ରଶ୍ନ ଉପରେ ରାୟ ମାଗିଛନ୍ତି। ଏହି ପ୍ରାବଧାନ ବହୁତ କମ୍ ଉପଯୋଗରେ ଆସିଥାଏ, ତେବେ କେନ୍ଦ୍ର ସରକାର ଓ ରାଷ୍ଟ୍ରପତି ଏହାକୁ ଏଥି ପାଇଁ ବାଛିଛନ୍ତି କାରଣ ସମୀକ୍ଷା ନିବେଦନ ସେହି ପୀଠକୁ ଯିବ ଯିଏ ମୂଳ ନିର୍ଣ୍ଣୟ ଦେଇଥିଲେ। ସୁପ୍ରିମକୋର୍ଟଙ୍କ ଯେଉଁ ପୀଠ ରାୟ ଦେଇଥିଲେ ସେଥିରେ ଜଷ୍ଟିସ୍ ଜେ.ବି.ପାରଦୀୱାଲା ଓ ଜଷ୍ଟିସ୍ ଆର.ମହାଦେବନ ମଧ୍ୟ ସାମିଲ ଥିଲେ। 

ସୁପ୍ରିମକୋର୍ଟ ତାଙ୍କ ରାୟରେ କହିଥିଲେ ଯେ କୌଣସି ବିଧେୟକ ଉପରେ ରାଜ୍ୟପାଳଙ୍କୁ ୩ ମାସ ମଧ୍ୟରେ ନିଷ୍ପତ୍ତି ନେବାକୁ ହେବ। ଏହି ସମୟ ସୀମାରେ ରାଜ୍ୟପାଳ ବିଧେୟକକୁ ସ୍ୱୀକୃତି ଦେଇ ପାରନ୍ତି ଅଥବା ପୁନର୍ବିଚାର ନିମନ୍ତେ ଲେଉଟାଇ ଦେଇ ପାରିବେ। ଯଦି ବିଧାନସଭା ବିଧେୟକକୁ ପୁନଃ ଗୃହୀତ କରେ ତେବେ ରାଜ୍ୟପାଳଙ୍କୁ ୧ ମାସ ମଧ୍ୟରେ ଏହାକୁ ସ୍ୱୀକୃତି ଦେବାକୁ ପଡିବ। ଯଦି କୌଣସି ବିଧେୟକକୁ ରାଷ୍ଟ୍ରପତିଙ୍କ ନିକଟକୁ ପଠା ଯାଉଛି ତେବେ ରାଷ୍ଟ୍ରପତିଙ୍କୁ ମଧ୍ୟ ୩ ମାସ ମଧ୍ୟରେ ନିଷ୍ପତ୍ତି ନେବାକୁ ହେବ। 

ତେବେ ରାଷ୍ଟ୍ରପତି ଏହି ଭାବନାକୁ ସମ୍ବିଧାନର ପ୍ରତିକୂଳ ବୋଲି କହିଛନ୍ତି ଓ କହିଛନ୍ତି ଯେ ଅନୁଚ୍ଛେଦ ୨୦୦ ଏବଂ ଅନୁଚ୍ଛେଦ ୨୦୧ରେ ଏପରି କୌଣସି ସମୟସୀମା ନିର୍ଦ୍ଧାରିତ ହୋଇନାହିଁ। ରାଷ୍ଟ୍ରପତି କହିଛନ୍ତି ଯେ ‘ସମ୍ବିଧାନରେ ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କ ବିବେକାଧୀନ ନିଷ୍ପତ୍ତି ନିମନ୍ତେ କୌଣସି ସମୟସୀମାର ଉଲ୍ଲେଖ ନାହିଁ। କୋର୍ଟଙ୍କ ଏହି ନିଷ୍ପତ୍ତି ସମ୍ବିଧାନର ସଂଘୀୟ ଢାଞ୍ଚା, ଆଇନର ସମାନତା, ଜାତୀୟ ସୁରକ୍ଷା ଓ କ୍ଷମତାର ବିକେନ୍ଦ୍ରିକରଣ ଭଳି ବହୁମୁଖୀ ବିଚାର ଉପରେ ଆଧାରିତ ହୋଇଥାଏ’। 

ସୁପ୍ରିମକୋର୍ଟ ତାଙ୍କ ରାୟରେ କହିଥିଲେ ଯେ ଯଦି ବିଧେୟକ ଧାର୍ଯ୍ୟ ସମୟ ପର୍ଯ୍ୟନ୍ତ ଲମ୍ବିତ ରହେ ତେବେ ଏହାକୁ ‘ମଞ୍ଜୁରୀ ପ୍ରାପ୍ତ’ ମନେ କାରଯିବ। ରାଷ୍ଟ୍ରପତି ଏହି ଅବଧାରଣକୁ ମୂଳରୁ ଖଣ୍ଡନ କରିଥିବା ବେଳେ କହିଛନ୍ତି ଯେ ‘ମଞ୍ଜୁରୀ ପ୍ରାପ୍ତର ଅବଧାରଣା ସମ୍ବିଧାନିକ ବ୍ୟବସ୍ଥାର ବିରୁଦ୍ଧ ଓ ରାଷ୍ଟ୍ରପତି ଏବଂ ରାଜ୍ୟପାଳଙ୍କ ଶକ୍ତିକୁ ସୀମିତ କରୁଛି’। ରାଷ୍ଟ୍ରପତି ଏହା ବି ପ୍ରଶ୍ନ କରିଛନ୍ତି ଯେ ଯେବେ ସମ୍ବିଧାନ ସ୍ପଷ୍ଟ ରୂପେ ରାଷ୍ଟ୍ରପତିଙ୍କୁ କୌଣସି ବିଧେୟକ ଉପରେ ନିଷ୍ପତ୍ତି ନେବା ପାଇଁ ବିବେକାଧିକାର ଦେଉଛି ସେତେବେଳେ ସୁପ୍ରିମକୋର୍ଟ ଏହି ପ୍ରକ୍ରିୟାରେ ହସ୍ତକ୍ଷେପ କିପରି କରିବେ?

ଧାର ୧୪୨ର ଉପଯୋଗ ଉପରେ ବି ଉଠାଇଛନ୍ତି ପ୍ରଶ୍ନ
ରାଷ୍ଟ୍ରପତି ସୁପ୍ରିମକୋର୍ଟ ଅନୁଚ୍ଛେଦ ୧୪୨ରେ କରିଥିବା ବ୍ୟାଖ୍ୟା ଓ କ୍ଷମତାର ପ୍ରୟୋଗ ଉପରେ ପ୍ରଶ୍ନ ଉଠାଇଛନ୍ତି। ଏହି ଅନୁସାରେ ନ୍ୟାୟାଳୟଙ୍କୁ ପୂର୍ଣ୍ଣ ନ୍ୟାୟର ଅଧିକାର ମିଳୁଛି। ରାଷ୍ଟ୍ରପତି କହିଛନ୍ତି ଯେ ଯେଉଁଠି ସମ୍ବିଧାନ ଓ ଆଇନରେ ସ୍ପଷ୍ଟତା ରହିଛି ସେଠାରେ ଧାରା ୧୪୨ ପ୍ରୟୋଗ କରିବା ସାମ୍ବିଧାନିକ ଅସନ୍ତୁଳନ ସୃଷ୍ଟି କରିବାର ଆଶଙ୍କା ସୃଷ୍ଟି କରୁଛି। 

ଅନୁଚ୍ଛେଦ ୩୨ର ଦୂରୁପୋଯଗ
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ମଧ୍ୟ କରିଛନ୍ତି। ସେ କହିଛନ୍ତି ରାଜ୍ୟ ସରକାରମାନେ ସଂଘୀୟ ପ୍ରସଙ୍ଗରେ ଅନୁଚ୍ଛେଦ ୧୩୧ (କେନ୍ଦ୍ର-ରାଜ୍ୟ ବିବାଦ) ବଦଳେ ଅନୁଚ୍ଛେଦ ୩୨ (ନାଗରିକଙ୍କ ମୌଳିକ ଅଧିକାରର ସୁରକ୍ଷା)ର ଉପଯୋଗ କାହିଁକି କରୁଛନ୍ତି। ସେ କହିଛନ୍ତି ‘ରାଜ୍ୟ ସରକାରମାନେ ଏହି ପ୍ରସଙ୍ଗରେ ରିଟ୍ ପିଟିସନ ମାଧ୍ୟମରେ ସିଧା ସୁପ୍ରିମକୋର୍ଟଙ୍କୁ ଆସୁଛନ୍ତି। ଏହା ସମ୍ବିଧାନର ଅନୁଚ୍ଛେଦ ୧୩୧ ପ୍ରାବଧାନକୁ ଦୁର୍ବଳ କରୁଛି’।