ସୁପ୍ରିମକୋର୍ଟର ବରିଷ୍ଠ ଓକିଲଙ୍କ ପରଲୋକ, ଇନ୍ଦିରା ସରକାରଙ୍କ ବିରୋଧରେ ଦେଇଥିଲେ ଇସ୍ତଫା

ନୂଆଦିଲ୍ଲୀ,୨୧।୨: ବରିଷ୍ଠ ଭାରତୀୟ ଓକିଲ ଫଲି ଏସ ନରିମନଙ୍କ ଦେହାନ୍ତ ହୋଇଛି। ବୁଧବାର ୯୫ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ବରିଷ୍ଠ ଓକିଲ ନରିମନ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ସରକାରଙ୍କ ନିଷ୍ପତ୍ତି ବିରୋଧରେ ଅତିରିକ୍ତ ସଲିସିଟର ଜେନେରାଲ ପଦରୁ ଇସ୍ତଫା ଦେଇଥିଲେ। ନରିମନ ୧୯୫୦ରେ ବମ୍ବେ ହାଇକୋର୍ଟରୁ ଆଇନ ଅଭ୍ୟାସ ଆରମ୍ଭ କରିଥିଲେ। ୧୯୬୧ରେ ତାଙ୍କୁ ସିନିୟର ଆଡଭୋକେଟ ଭାବରେ ନାମିତ କରାଯାଇଥିଲା। ସେ ୭୦ ବର୍ଷ ଧରି ଆଇନ ଅଭ୍ୟାସ […] The post ସୁପ୍ରିମକୋର୍ଟର ବରିଷ୍ଠ ଓକିଲଙ୍କ ପରଲୋକ, ଇନ୍ଦିରା ସରକାରଙ୍କ ବିରୋଧରେ ଦେଇଥିଲେ ଇସ୍ତଫା appeared first on Dharitri Odia News.

ସୁପ୍ରିମକୋର୍ଟର ବରିଷ୍ଠ ଓକିଲଙ୍କ ପରଲୋକ, ଇନ୍ଦିରା ସରକାରଙ୍କ ବିରୋଧରେ ଦେଇଥିଲେ ଇସ୍ତଫା

ନୂଆଦିଲ୍ଲୀ,୨୧।୨: ବରିଷ୍ଠ ଭାରତୀୟ ଓକିଲ ଫଲି ଏସ ନରିମନଙ୍କ ଦେହାନ୍ତ ହୋଇଛି। ବୁଧବାର ୯୫ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ବରିଷ୍ଠ ଓକିଲ ନରିମନ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ସରକାରଙ୍କ ନିଷ୍ପତ୍ତି ବିରୋଧରେ ଅତିରିକ୍ତ ସଲିସିଟର ଜେନେରାଲ ପଦରୁ ଇସ୍ତଫା ଦେଇଥିଲେ।

ନରିମନ ୧୯୫୦ରେ ବମ୍ବେ ହାଇକୋର୍ଟରୁ ଆଇନ ଅଭ୍ୟାସ ଆରମ୍ଭ କରିଥିଲେ। ୧୯୬୧ରେ ତାଙ୍କୁ ସିନିୟର ଆଡଭୋକେଟ ଭାବରେ ନାମିତ କରାଯାଇଥିଲା। ସେ ୭୦ ବର୍ଷ ଧରି ଆଇନ ଅଭ୍ୟାସ କରିଥିଲେ। ୧୯୭୨ରେ ସୁପ୍ରିମକୋର୍ଟରେ ଆଇନ ଅଭ୍ୟାସ ଆରମ୍ଭ କରିଥିଲେ। ଏହା ପରେ ତାଙ୍କୁ ଭାରତର ଅତିରିକ୍ତ ସଲିସିଟର ଜେନେରାଲ ଭାବରେ ନିଯୁକ୍ତ କରାଯାଇଥିଲା। ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ନରିମନଙ୍କୁ ଜାନୁଆରୀ ୧୯୯୧ ରେ ପଦ୍ମ ଭୂଷଣ ଏବଂ ୨୦୦୭ରେ ପଦ୍ମବିଭୂଷଣ ପ୍ରଦାନ କରାଯାଇଥିଲା।

The post ସୁପ୍ରିମକୋର୍ଟର ବରିଷ୍ଠ ଓକିଲଙ୍କ ପରଲୋକ, ଇନ୍ଦିରା ସରକାରଙ୍କ ବିରୋଧରେ ଦେଇଥିଲେ ଇସ୍ତଫା appeared first on Dharitri Odia News.