ସୁପ୍ରିମକୋର୍ଟର ୮ ବରିଷ୍ଠ ବିଚାରପତି; ଜଷ୍ଟିସ୍ ଡି.ଓ୍ବାଇ ଚନ୍ଦ୍ରଚୂଡ଼ଙ୍କ ପରେ ‘CJI’ ଭାବେ ଦାୟିତ୍ବ ସମ୍ଭାଳିବେ

ନୂଆଦିଲ୍ଲୀ: ଆସନ୍ତା ମାସରେ ଅବସର ନେବେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଡି.ଓ୍ବାଇ ଚନ୍ଦ୍ରଚୂଡ଼ । ନଭେମ୍ବର ୧୦ ତାରିଖରେ ତାଙ୍କର କାର୍ଯ୍ୟକାଳ ଶେଷ ହେଉଛି । ଜଷ୍ଟିସ୍ ଚନ୍ଦ୍ରଚୂଡ଼ଙ୍କ ସ୍ଥାନରେ ଜଷ୍ଟିସ୍ ସଞ୍ଜୀବ ଖାନ୍ନା ସିଜେଆଇ ଭାବେ ନିଯୁକ୍ତି ପାଇବେ । ନଭେମ୍ବର ୧୧ ତାରିଖରେ ସୁପ୍ରିମକୋର୍ଟର ନୂଆ ବିଚାରପତି ଭାବେ ଶପଥ ନେବେ । ଜଷ୍ଟିସ୍ ଡି.ଓ୍ବାଇ ଚନ୍ଦ୍ରଚୂଡ଼ଙ୍କ ସିଜେଆଇ ଭାବେ ଦୁଇ ବର୍ଷର କାର୍ଯ୍ୟକାଳ ଶେଷ ହେଉଛି । ୨୦୨୨ ନଭେମ୍ବର ୮ ତାରିଖରେ ସେ ପ୍ରଧାନ ବିଚାରପତି ନିଯୁକ୍ତି ପାଇଥିଲେ । ତାଙ୍କ ସମୟରେ ସୁପ୍ରିମକୋର୍ଟରେ ବହୁ ଗୁରୁତ୍ବପୂର୍ଣ୍ଣ ନିର୍ଣ୍ଣୟ ନିଆଯାଇଛି । ଜଷ୍ଟିସ୍ ସଞ୍ଜୀବ ଖାନ୍ନା ସୁପ୍ରିମକୋର୍ଟର ୫୧ତମ ପ୍ରଧାନ ବିଚାରପତି ଭାବେ ଶପଥ ନେବେ । ସେ ଆଗାମୀ ୭ ମାସ ପର୍ଯ୍ୟନ୍ତ ଏହି କାର୍ଯ୍ୟଭାର ସମ୍ଭାଳିବେ । ୨୦୨୫ ମେ’ ୧୩ ତାରିଖରେ ଅବସର ନେବେ । ଜଷ୍ଟିସ୍ ଖାନ୍ନାଙ୍କୁ ମିଶାଇ ସୁପ୍ରିମକୋର୍ଟର ୮ଜଣ ବରିଷ୍ଠ ବିଚାରପତି ୨୦୩୧ ଯାଏଁ ସିଜେଆଇ ଭାବେ ଦାୟିତ୍ବ ସମ୍ଭାଳିବେ ।ଜଷ୍ଟିସ୍ ସଞ୍ଜୀବ ଖାନ୍ନା: ଜଷ୍ଟିସ୍ ସଞ୍ଜୀବ ଖାନ୍ନା ୨୦୧୯ରେ ଜାନୁଆରୀ ମାସରେ ଦିଲ୍ଲୀ ହାଇକୋର୍ଟରୁ ପଦନ୍ନୋତି ପାଇ ସୁପ୍ରିମକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଥିଲେ । ତାଙ୍କ କାର୍ଯ୍ୟକାଳରେ ବହୁ ଗୁରୁତ୍ବପୂର୍ଣ୍ଣ ରାୟ ଆସିଛି । ଶିଳ୍ପା-ଶୈଳେସ ଛାଡ଼ପତ୍ର ମାମଲା, ଭୋପାଳ ଗ୍ୟାସ୍ ଟ୍ରାଜେଡିର UOI ବନାମ

ସୁପ୍ରିମକୋର୍ଟର ୮ ବରିଷ୍ଠ ବିଚାରପତି; ଜଷ୍ଟିସ୍ ଡି.ଓ୍ବାଇ ଚନ୍ଦ୍ରଚୂଡ଼ଙ୍କ ପରେ ‘CJI’ ଭାବେ ଦାୟିତ୍ବ ସମ୍ଭାଳିବେ

ନୂଆଦିଲ୍ଲୀ: ଆସନ୍ତା ମାସରେ ଅବସର ନେବେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଡି.ଓ୍ବାଇ ଚନ୍ଦ୍ରଚୂଡ଼ । ନଭେମ୍ବର ୧୦ ତାରିଖରେ ତାଙ୍କର କାର୍ଯ୍ୟକାଳ ଶେଷ ହେଉଛି । ଜଷ୍ଟିସ୍ ଚନ୍ଦ୍ରଚୂଡ଼ଙ୍କ ସ୍ଥାନରେ ଜଷ୍ଟିସ୍ ସଞ୍ଜୀବ ଖାନ୍ନା ସିଜେଆଇ ଭାବେ ନିଯୁକ୍ତି ପାଇବେ । ନଭେମ୍ବର ୧୧ ତାରିଖରେ ସୁପ୍ରିମକୋର୍ଟର ନୂଆ ବିଚାରପତି ଭାବେ ଶପଥ ନେବେ । ଜଷ୍ଟିସ୍ ଡି.ଓ୍ବାଇ ଚନ୍ଦ୍ରଚୂଡ଼ଙ୍କ ସିଜେଆଇ ଭାବେ ଦୁଇ ବର୍ଷର କାର୍ଯ୍ୟକାଳ ଶେଷ ହେଉଛି । ୨୦୨୨ ନଭେମ୍ବର ୮ ତାରିଖରେ ସେ ପ୍ରଧାନ ବିଚାରପତି ନିଯୁକ୍ତି ପାଇଥିଲେ । ତାଙ୍କ ସମୟରେ ସୁପ୍ରିମକୋର୍ଟରେ ବହୁ ଗୁରୁତ୍ବପୂର୍ଣ୍ଣ ନିର୍ଣ୍ଣୟ ନିଆଯାଇଛି । 

ଜଷ୍ଟିସ୍ ସଞ୍ଜୀବ ଖାନ୍ନା ସୁପ୍ରିମକୋର୍ଟର ୫୧ତମ ପ୍ରଧାନ ବିଚାରପତି ଭାବେ ଶପଥ ନେବେ । ସେ ଆଗାମୀ ୭ ମାସ ପର୍ଯ୍ୟନ୍ତ ଏହି କାର୍ଯ୍ୟଭାର ସମ୍ଭାଳିବେ । ୨୦୨୫ ମେ’ ୧୩ ତାରିଖରେ ଅବସର ନେବେ । ଜଷ୍ଟିସ୍ ଖାନ୍ନାଙ୍କୁ ମିଶାଇ ସୁପ୍ରିମକୋର୍ଟର ୮ଜଣ ବରିଷ୍ଠ ବିଚାରପତି ୨୦୩୧ ଯାଏଁ ସିଜେଆଇ ଭାବେ ଦାୟିତ୍ବ ସମ୍ଭାଳିବେ ।

ଜଷ୍ଟିସ୍ ସଞ୍ଜୀବ ଖାନ୍ନା: 

ଜଷ୍ଟିସ୍ ସଞ୍ଜୀବ ଖାନ୍ନା ୨୦୧୯ରେ ଜାନୁଆରୀ ମାସରେ ଦିଲ୍ଲୀ ହାଇକୋର୍ଟରୁ ପଦନ୍ନୋତି ପାଇ ସୁପ୍ରିମକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଥିଲେ । ତାଙ୍କ କାର୍ଯ୍ୟକାଳରେ ବହୁ ଗୁରୁତ୍ବପୂର୍ଣ୍ଣ ରାୟ ଆସିଛି । ଶିଳ୍ପା-ଶୈଳେସ ଛାଡ଼ପତ୍ର ମାମଲା, ଭୋପାଳ ଗ୍ୟାସ୍ ଟ୍ରାଜେଡିର UOI ବନାମ UCC ମାମଲାର ପିଟିସନକୁ ଖାରଜ୍ କରିଥିଲେ । ୨୦୧୯ରେ ଆରଟିଆଇ ମାମଲାରେ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଥିଲେ । 

ଜଷ୍ଟିସ୍ ବି. ଆର୍ ଗଓ୍ବାଇ

ଜଷ୍ଟିସ୍ ସଞ୍ଜୀବ ଖାନ୍ନାଙ୍କ ଅବସର ପରେ ୨୦୨୫ ମେ’ ୧୪ ତାରିଖରେ ସିଜେଆଇ ଭାବେ ଦାୟିତ୍ବ ଶପଥ ନେବେ ଜଷ୍ଟିସ୍ ବି. ଆର୍ ଗଓ୍ବାଇ । ସେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଭାବେ ୬ମାସ କାର୍ଯ୍ୟଭାର ସମ୍ଭାଳିବା ପରେ ନଭେମ୍ବର ୨୩ ତାରିଖ ୨୦୨୫ରେ ଅବସର ନେବେ । ସେ ୨୦୧୯ରେ ବମ୍ବେ ହାଇକୋର୍ଟରୁ ପଦନ୍ନୋତି ପାଇଁ ସୁପ୍ରିମକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଥିଲେ । 

ଜଷ୍ଟିସ ସୂର୍ଯ୍ୟ କାନ୍ତ: 

ଜଷ୍ଟିସ୍ ବି. ଆର୍ ଗଓ୍ବାଇଙ୍କ ଅବସର ପରେ ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତି ଭାବେ ଜଷ୍ଟିସ୍ ସୂର୍ଯ୍ୟ କାନ୍ତ, ସିଜେଆଇ ଭାବେ ଶପଥ ନେବେ । ତାଙ୍କ କାର୍ଯ୍ୟକାଳ ୨୪ ନଭେମ୍ବର ୨୦୨୫ରେ ଆରମ୍ଭ ହୋଇ ୯ ଫେବ୍ରୁଆରୀ ୨୦୨୭ରେ ଶେଷ । ସେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଭାବେ ଦେଢ଼ ବର୍ଷ କାର୍ଯ୍ୟ କରିବେ । ୨୦୧୯ ମେ’ ମାସରେ ସର୍ବୋଚ୍ଚ ଅଦାଲାତରେ ବିଚାରପତି ଭାବେ ନିଯୁକ୍ତି ପାଇଥିଲେ । 

ଜଷ୍ଟିସ୍ ବିକ୍ରମ ନାଥ:

ଜଷ୍ଟିସ୍ ସୂର୍ଯ୍ୟ କାନ୍ତଙ୍କ ପରେ ସୁପ୍ରିମକୋର୍ଟର ସିନିୟର ମୋଷ୍ଟ ଜର୍ଜ ଭାବେ ଜଷ୍ଟିସ୍ ବିକ୍ରମ ନାଥ ସିଜେଆଇ ଭାବେ ନିଯୁକ୍ତି ପାଇବେ ।  ୨୦୨୭ ଫେବ୍ରୁଆରୀ ୭ ତାରିଖରେ ପ୍ରଧାନ ବିଚାରପତି ଭାବେ ଶପଥ ନେବେ । ତାଙ୍କର କାର୍ଯ୍ୟକାଳ ସେପ୍ଟେମ୍ବର ୨୩ ତାରିଖ ପର୍ଯ୍ୟନ୍ତ ରହିବ । ପ୍ରାୟ ୮ମାସ ସେ ସିଜେଆଇ ଭାବେ ଦାୟିତ୍ବ ସମ୍ଭାଳିବେ । ଆହ୍ଲାବାଦ ହାଇକୋର୍ଟରୁ ପଦନ୍ନୋତି ପାଇ ୨୦୨୧ ଅଗଷ୍ଟ ମାସରେ ସୁପ୍ରିମକୋର୍ଟରେ ନିଯୁକ୍ତି ପାଇଥିଲେ । 

ଜଷ୍ଟିସ୍ ବି.ଭି ନାଗରତ୍ନା: 

ଜଷ୍ଟିସ୍ ବିକ୍ରମ ନାଥଙ୍କ ପରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ହେବେ ଜଷ୍ଟିସ୍ ବି.ଭି ନାଗରତ୍ନା । ୨୦୨୭ ସେଫ୍ଟେମ୍ବର ମାସରେ ନିଯୁକ୍ତି ପାଇବା ପରେ ମାତ୍ର ୩୬ଦିନ ପାଇଁ ଦାୟିତ୍ବ ସମ୍ଭାଳିବେ । ଏହା ପରେ ଅକ୍ଟୋବର ମାସ ୨୯ ତାରିଖ ୨୦୨୭ରେ ଅବସର ନେବେ ।

ଜଷ୍ଟିସ୍ ପି. ନରସିଂହା  

ଅକ୍ଟୋବର ୩୦ ତାରିଖ ୨୦୨୭ରେ ଜଷ୍ଟିସ୍ ପି. ନରସିଂହା ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭାବେ ଶପଥ ନେବେ । ସିଜେଆଇ ଜଷ୍ଟିସ୍ ଏସ.ଏମ୍. ସିକ୍ରି ଏବଂ ଜଷ୍ଟିସ୍ ୟୁ ୟୁ ଲଲିତଙ୍କ ପରେ ସୁପ୍ରିମକୋର୍ଟ ବାର୍‌ର ତୃତୀୟ ବିଚାରପତି ହେବେ,  ଯିଏ ପଦନ୍ନୋତି ପାଇ ସର୍ବୋଚ୍ଚ ଅଦାଲତର ପ୍ରଧାନ ବିଚାରପତି ହେବାକୁ ଯାଉଛନ୍ତି । ସେ ୬ ମାସ ପାଇଁ ସିଜେଆଇ ଦାୟିତ୍ବ ସମ୍ଭାଳିବେ । 

ଜଷ୍ଟିସ୍ ଜେ.ବି. ପର୍ଡିଓ୍ବାଲା

ଜଷ୍ଟିସ୍ ଜେ.ବି. ପର୍ଡିଓ୍ବାଲା ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭାବେ ୨୦୨୮ ମେ’ ୩ ତାରିଖରେ ଶପଥ ଗ୍ରହଣ କରିବେ । ସେ ଦୁଇ ବର୍ଷ ୩ ମାସ ଏହି କାର୍ଯ୍ୟ ସମ୍ଭଳିବେ । ଅଗଷ୍ଟ ୧୧ ତାରିଖ ୨୦୩୦ରେ ସେ ଅବସର ନେବେ ।  

ଜଷ୍ଟିସ କେ.ଭି. ବିଶ୍ବନାଥନ: 

ଜଷ୍ଟିସ୍ ଜେ.ବି. ପର୍ଡିଓ୍ବାଲାଙ୍କ ପରେ ଜଷ୍ଟିସ କେ.ଭି. ବିଶ୍ବନାଥନ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭାବେ ଦାୟିତ୍ବ ନେବେ । ଅଗଷ୍ଟ ୨୦୩୦ରୁ   ୨୫ ଅଗଷ୍ଟ ୨୦୩୧ ପର୍ଯ୍ୟନ୍ତ ଦାୟିତ୍ବରେ ରହିବେ । ତାଙ୍କ ସମୟରେ ହ୍ବାଟ୍ସଆପ୍ ପ୍ରାଇଭେଟ୍ ପଲିସି ଏବଂ ବିବାହ ଉପରେ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଥିଲେ ।