ସୁପ୍ରିମକୋର୍ଟରୁ ଆବେଦନ ପ୍ରତ୍ୟାହାର କଲେ କେଜ୍ରିଓ୍ବାଲ, ପରିବାର ଗୃହବନ୍ଦୀ ଥିବା ଅଭିଯୋଗ ଆଣିଲା ଆପ୍‌

ନୂଆଦିଲ୍ଲୀ ୨୨।୩: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗୁରୁବାର ରାତିରେ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଶୁକ୍ରବାର ସୁପ୍ରିମକୋର୍ଟରେ ତାଙ୍କ ଗିରଫଦାରୀ ବିରୋଧରେ ଦାୟର ମାମଲାର ଶୁଣାଣି ହେବାକୁ ଥିବାବେଳେ ସେ ସେହି ମାମଲା ପ୍ରତ୍ୟାହାର କରିଛନ୍ତି । କେଜ୍ରିଓ୍ବାଲଙ୍କ ଓକିଲ ବରିଷ୍ଠ ଆଇନଜୀବୀ ଅଭିଷେକ ମନୁ ସିଂହଭି କୋର୍ଟଙ୍କୁ କହିଛନ୍ତି ଯେ, ସେ ଟ୍ରାଏଲ କୋର୍ଟରେ ରିମାଣ୍ଡ ବିରୋଧରେ ଯୁକ୍ତି ବାଢିବେ । ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା ସହ ଜଡିତ ଅର୍ଥ ହେରଫେର ମାମଲାରେ କେଜ୍ରିଓ୍ବାଲଙ୍କ ଗିରଫଦାରୀ ବିରୋଧରେ ଶୁଣାଣି କରିବାକୁ ଜଷ୍ଟିସ୍ ସଞ୍ଜୀବ ଖାନ୍ନାଙ୍କ ନେତୃତ୍ୱରେ ସୁପ୍ରିମକୋର୍ଟର ଏକ ସ୍ବତନ୍ତ୍ର ବେଞ୍ଚ ସହମତି ପ୍ରକାଶ କରିଛି । ED ଅଫିସରେ କେମିତି କଟିଲା ଅରବିନ୍ଦ କେଜରିୱାଲଙ୍କ ରାତି, ଜାଣନ୍ତୁ ସକାଳୁ ଉଠି କଲେ କ’ଣ? ସେପଟେ ଅରବିନ୍ଦ କେଜ୍ରିୱାଲଙ୍କ ପରିବାରକୁ ଗୃହବନ୍ଦୀ କରି ରଖାଯାଇଥିବା ଶୁକ୍ରବାର ସକାଳେ ଆମ୍ ଆଦମୀ ପାର୍ଟି ନେତା ତଥା ଦିଲ୍ଲୀ ମନ୍ତ୍ରୀ ଗୋପାଳ ରାଏ ଅଭିଯୋଗ କରିଛନ୍ତି । ସେ କହିଛନ୍ତି, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଗିରଫ ହେବାର କିଛି ଘଣ୍ଟା ପରେ ଇଡି କର୍ତ୍ତୃପକ୍ଷ ତାଙ୍କୁ ତାଙ୍କ ପରିବାର ସହ ଭେଟିବାକୁ ବାରଣ କରିଥିଲେ । ମନ୍ତ୍ରୀ ଜଣଙ୍କ କେଜ୍ରିଓ୍ବାଲଙ୍କ ପରିବାରକୁ ଭେଟିବାକୁ ତାଙ୍କ ବାସଭବନକୁ ଯାଇଥିଲେ କିନ୍ତୁ ସେମାନଙ୍କୁ ଗୃହବନ୍ଦୀ କରି ରଖାଯାଇଥିବା ସ

ସୁପ୍ରିମକୋର୍ଟରୁ ଆବେଦନ ପ୍ରତ୍ୟାହାର କଲେ କେଜ୍ରିଓ୍ବାଲ, ପରିବାର ଗୃହବନ୍ଦୀ ଥିବା ଅଭିଯୋଗ ଆଣିଲା ଆପ୍‌

ନୂଆଦିଲ୍ଲୀ ୨୨।୩: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗୁରୁବାର ରାତିରେ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଶୁକ୍ରବାର ସୁପ୍ରିମକୋର୍ଟରେ ତାଙ୍କ ଗିରଫଦାରୀ ବିରୋଧରେ ଦାୟର ମାମଲାର ଶୁଣାଣି ହେବାକୁ ଥିବାବେଳେ ସେ ସେହି ମାମଲା ପ୍ରତ୍ୟାହାର କରିଛନ୍ତି । କେଜ୍ରିଓ୍ବାଲଙ୍କ ଓକିଲ ବରିଷ୍ଠ ଆଇନଜୀବୀ ଅଭିଷେକ ମନୁ ସିଂହଭି କୋର୍ଟଙ୍କୁ କହିଛନ୍ତି ଯେ, ସେ ଟ୍ରାଏଲ କୋର୍ଟରେ ରିମାଣ୍ଡ ବିରୋଧରେ ଯୁକ୍ତି ବାଢିବେ । 

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା ସହ ଜଡିତ ଅର୍ଥ ହେରଫେର ମାମଲାରେ କେଜ୍ରିଓ୍ବାଲଙ୍କ ଗିରଫଦାରୀ ବିରୋଧରେ ଶୁଣାଣି କରିବାକୁ ଜଷ୍ଟିସ୍ ସଞ୍ଜୀବ ଖାନ୍ନାଙ୍କ ନେତୃତ୍ୱରେ ସୁପ୍ରିମକୋର୍ଟର ଏକ ସ୍ବତନ୍ତ୍ର ବେଞ୍ଚ ସହମତି ପ୍ରକାଶ କରିଛି । 

ED ଅଫିସରେ କେମିତି କଟିଲା ଅରବିନ୍ଦ କେଜରିୱାଲଙ୍କ ରାତି, ଜାଣନ୍ତୁ ସକାଳୁ ଉଠି କଲେ କ’ଣ?

 ସେପଟେ ଅରବିନ୍ଦ କେଜ୍ରିୱାଲଙ୍କ ପରିବାରକୁ ଗୃହବନ୍ଦୀ କରି ରଖାଯାଇଥିବା ଶୁକ୍ରବାର ସକାଳେ ଆମ୍ ଆଦମୀ ପାର୍ଟି ନେତା ତଥା ଦିଲ୍ଲୀ ମନ୍ତ୍ରୀ ଗୋପାଳ ରାଏ ଅଭିଯୋଗ କରିଛନ୍ତି । ସେ କହିଛନ୍ତି, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଗିରଫ ହେବାର କିଛି ଘଣ୍ଟା ପରେ ଇଡି କର୍ତ୍ତୃପକ୍ଷ ତାଙ୍କୁ ତାଙ୍କ ପରିବାର ସହ ଭେଟିବାକୁ ବାରଣ କରିଥିଲେ । ମନ୍ତ୍ରୀ ଜଣଙ୍କ କେଜ୍ରିଓ୍ବାଲଙ୍କ ପରିବାରକୁ ଭେଟିବାକୁ ତାଙ୍କ ବାସଭବନକୁ ଯାଇଥିଲେ କିନ୍ତୁ ସେମାନଙ୍କୁ ଗୃହବନ୍ଦୀ କରି ରଖାଯାଇଥିବା ସେ ଅଭିଯୋଗ କରିଛନ୍ତି । ତେବେ କେଉଁ ଆଇନ ବଳରେ ସେମାନେ ମୋତେ ତାଙ୍କ ପରିବାରକୁ ଭେଟିବାକୁ ବାରଣ କଲେ ?

ସେହିଭଳି ଆପ୍ ନେତା ସୌରଭ ଭରଦ୍ୱାଜ ମଧ୍ୟ ଅଭିଯୋଗ କରିଛନ୍ତି ଯେ, କେଜ୍ରିୱାଲଙ୍କ ପରିବାରକୁ ଭେଟିବାକୁ କେନ୍ଦ୍ର ଅନୁମତି ଦେଉନାହିଁ ।

You Can Read:

ଏଥର ସମସ୍ତ ୨୧ ଲୋକସଭା ଓ ୧୪୭ ବିଧାନସଭା ଆସନରେ ଏକାକୀ ଲଢ଼ିବ ବିଜେପି : ମନମୋହନ