ସୁପ୍ରିମକୋର୍ଟରୁ ଇମ୍ରାନଙ୍କ ଦଳକୁ ମିଳିଲା ଆଶ୍ୱସ୍ତି

ଇସଲାମାବାଦ,୨୭।୧ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପାର୍ଟି ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ)ର ଜେଲରେ ଥିବା ନେତାମାନଙ୍କୁ ଶୁକ୍ରବାର ସୁପ୍ରିମକୋର୍ଟ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ଫେବୃଆରୀ ୮ରେ ହେବାକୁ ଥିବା ସାଧାରଣ ନିର୍ବାଚନରେ ପରଭେଜ ଇଲାହି ଏବଂ ଅନ୍ୟ କେତେକ ବରିଷ୍ଠ ନେତାଙ୍କୁ ପ୍ରାର୍ଥୀ ହେବାକୁ ସର୍ବୋଚ୍ଚ ନ୍ୟାୟାଳୟ ଅନୁମତି ଦେଇଥିଲେ। ତିନିଜଣିଆ ବେଞ୍ଚ ଇଲାହିଙ୍କ ଆବେଦନ ଶୁଣିଥିଲେ। ଲାହୋର ହାଇକୋର୍ଟ ଏବଂ ନିର୍ବାଚନ ଟ୍ରିବ୍ୟୁନାଲ ଦ୍ୱାରା ତାଙ୍କ ପ୍ରାର୍ଥୀପତ୍ର ପ୍ରତ୍ୟାଖ୍ୟାନ ବିରୋଧରେ ଇଲାହି ସୁପ୍ରିମକୋର୍ଟଙ୍କ […] The post ସୁପ୍ରିମକୋର୍ଟରୁ ଇମ୍ରାନଙ୍କ ଦଳକୁ ମିଳିଲା ଆଶ୍ୱସ୍ତି appeared first on Dharitri Odia News.

ସୁପ୍ରିମକୋର୍ଟରୁ ଇମ୍ରାନଙ୍କ ଦଳକୁ ମିଳିଲା ଆଶ୍ୱସ୍ତି

ଇସଲାମାବାଦ,୨୭।୧ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପାର୍ଟି ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ)ର ଜେଲରେ ଥିବା ନେତାମାନଙ୍କୁ ଶୁକ୍ରବାର ସୁପ୍ରିମକୋର୍ଟ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ଫେବୃଆରୀ ୮ରେ ହେବାକୁ ଥିବା ସାଧାରଣ ନିର୍ବାଚନରେ ପରଭେଜ ଇଲାହି ଏବଂ ଅନ୍ୟ କେତେକ ବରିଷ୍ଠ ନେତାଙ୍କୁ ପ୍ରାର୍ଥୀ ହେବାକୁ ସର୍ବୋଚ୍ଚ ନ୍ୟାୟାଳୟ ଅନୁମତି ଦେଇଥିଲେ।
ତିନିଜଣିଆ ବେଞ୍ଚ ଇଲାହିଙ୍କ ଆବେଦନ ଶୁଣିଥିଲେ। ଲାହୋର ହାଇକୋର୍ଟ ଏବଂ ନିର୍ବାଚନ ଟ୍ରିବ୍ୟୁନାଲ ଦ୍ୱାରା ତାଙ୍କ ପ୍ରାର୍ଥୀପତ୍ର ପ୍ରତ୍ୟାଖ୍ୟାନ ବିରୋଧରେ ଇଲାହି ସୁପ୍ରିମକୋର୍ଟଙ୍କ ନିକଟକୁ ଯାଇଥିଲେ। ଆଗାମୀ ନିର୍ବାଚନରେ ଅନ୍ୟ ପିଟିଆଇ ନେତା ଉମର ଅସଲମ, ତାହିର ସାଦିକ, ସନମ ଜାଭେଦ ଏବଂ ଶୌକତ ବସ୍ରାଙ୍କୁ ପ୍ରାର୍ଥୀ ହେବାକୁ ସର୍ବୋଚ୍ଚ ନ୍ୟାୟାଳୟ ଅନୁମତି ଦେଇଛନ୍ତି। ସେପଟେ ଏହାର ୱେବସାଇଟ ଅବରୋଧ କରାଯାଇଛି ବୋଲି ଶୁକ୍ରବାର ଦିନ ପିଟିଆଇ କହିଛି।

The post ସୁପ୍ରିମକୋର୍ଟରୁ ଇମ୍ରାନଙ୍କ ଦଳକୁ ମିଳିଲା ଆଶ୍ୱସ୍ତି appeared first on Dharitri Odia News.