ସୁପ୍ରିମକୋର୍ଟରୁ ବାବା ରାମଦେବ-ବାଲକ୍ରିଷ୍ଣାଙ୍କୁ ଆଶ୍ୱସ୍ତି

ନୂଆଦିଲ୍ଲୀ,୧୪।୫: ପତଞ୍ଜଳିର ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ଆଚାର୍ଯ୍ୟ ବାଲକ୍ରିଷ୍ଣା ଏବଂ ବାବା ରାମଦେବ ସୁପ୍ରିମକୋର୍ଟଙ୍କଠାରୁ ଆଶ୍ୱସ୍ତି ପାଇଛନ୍ତି। ଯୋଗ ଗୁରୁ ସ୍ବାମୀ ରାମଦେବ ଏବଂ ବାଲକ୍ରିଷ୍ଣାଙ୍କୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ସୁପ୍ରିମକୋର୍ଟ ଛାଡ କରିଛନ୍ତି। କେବଳ ଏତିକି ନୁହେଁ ଯୋଗ କ୍ଷେତ୍ରରେ ବାବା ରାମଦେବଙ୍କ ଅବଦାନକୁ କୋର୍ଟ ମଧ୍ୟ ପ୍ରଶଂସା କରିଛନ୍ତି। ତେବେ ସୁପ୍ରିମକୋର୍ଟରେ ଜଷ୍ଟିସ ହିମା କୋହଲି ଏବଂ ଜଷ୍ଟିସ ଅହସାନୁଦ୍ଦିନ ଅମାନୁଲ୍ଲାଙ୍କ ବେଞ୍ଚ ବାବା ରାମଦେବ ଏବଂ ବାଲକ୍ରିଷ୍ଣାଙ୍କୁ କୋର୍ଟ ଅବମାନନା ମାମଲା ଚାଲିବ […] The post ସୁପ୍ରିମକୋର୍ଟରୁ ବାବା ରାମଦେବ-ବାଲକ୍ରିଷ୍ଣାଙ୍କୁ ଆଶ୍ୱସ୍ତି appeared first on Dharitri Odia News.

ସୁପ୍ରିମକୋର୍ଟରୁ ବାବା ରାମଦେବ-ବାଲକ୍ରିଷ୍ଣାଙ୍କୁ ଆଶ୍ୱସ୍ତି

ନୂଆଦିଲ୍ଲୀ,୧୪।୫: ପତଞ୍ଜଳିର ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ଆଚାର୍ଯ୍ୟ ବାଲକ୍ରିଷ୍ଣା ଏବଂ ବାବା ରାମଦେବ ସୁପ୍ରିମକୋର୍ଟଙ୍କଠାରୁ ଆଶ୍ୱସ୍ତି ପାଇଛନ୍ତି। ଯୋଗ ଗୁରୁ ସ୍ବାମୀ ରାମଦେବ ଏବଂ ବାଲକ୍ରିଷ୍ଣାଙ୍କୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ସୁପ୍ରିମକୋର୍ଟ ଛାଡ କରିଛନ୍ତି। କେବଳ ଏତିକି ନୁହେଁ ଯୋଗ କ୍ଷେତ୍ରରେ ବାବା ରାମଦେବଙ୍କ ଅବଦାନକୁ କୋର୍ଟ ମଧ୍ୟ ପ୍ରଶଂସା କରିଛନ୍ତି। ତେବେ ସୁପ୍ରିମକୋର୍ଟରେ ଜଷ୍ଟିସ ହିମା କୋହଲି ଏବଂ ଜଷ୍ଟିସ ଅହସାନୁଦ୍ଦିନ ଅମାନୁଲ୍ଲାଙ୍କ ବେଞ୍ଚ ବାବା ରାମଦେବ ଏବଂ ବାଲକ୍ରିଷ୍ଣାଙ୍କୁ କୋର୍ଟ ଅବମାନନା ମାମଲା ଚାଲିବ କି ନାହିଁ ସେନେଇ ନିଷ୍ପତ୍ତି ସଂରକ୍ଷିତ ରଖାଯାଇଛି।

ସୂଚନାଯୋଗ୍ୟ, ଯୋଗଗୁରୁ ରାମଦେବ ଏବଂ ପତଞ୍ଜଳି ଆୟୁର୍ବେଦ ଏମ.ଡି. ଏହି ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ ପତଞ୍ଜଳିଙ୍କୁ ଯେଉଁ ଔଷଧଗୁଡ଼ିକର ଲାଇସେନ୍ସ ସ୍ଥଗିତ ରଖାଯାଇଛି ଏବଂ ସେମାନଙ୍କୁ ଫେରାଇ ଆଣିବା ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଏକ ଆଫିଡେଭିଟ ଦାଖଲ କରିବାକୁ କହିଛନ୍ତି।

ତିନି ସପ୍ତାହ ମଧ୍ୟରେ ଏହି ପ୍ରସଙ୍ଗରେ ପତଞ୍ଜଳିଙ୍କଠାରୁ ସୁପ୍ରିମକୋର୍ଟ ଉତ୍ତର ମାଗିଛନ୍ତି। ପତଞ୍ଜଳି ମାମଲାର ଶୁଣାଣି ସମୟରେ ଉଭୟ ଆଚାର୍ଯ୍ୟ ବାଲକ୍ରିଷ୍ଣା ଏବଂ ବାବା ରାମଦେବ କୋର୍ଟରେ ହାଜର ହୋଇଥିଲେ। ଏହା ପରେ ସୁପ୍ରିମକୋର୍ଟ କହିଛନ୍ତି ଯେ ଆମର ଲକ୍ଷ୍ୟ କେବଳ ଲୋକମାନେ ସଜାଗ ରହିବା ଉଚିତ। ଲୋକମାନେ ବାବା ରାମଦେବଙ୍କ ଉପରେ ବିଶ୍ୱାସ କରନ୍ତି । ସେ ସେମାନଙ୍କୁ ସକାରାତ୍ମକ ବ୍ୟବହାର କରିବା ଉଚିତ୍‌। ଯୋଗର ପ୍ରଚାର ପ୍ରସାରରେ ବାବା ରାମଦେବ ମଧ୍ୟ ସହଯୋଗ କରିଛନ୍ତି। ଏହା ପରେ ବାବା ରାମଦେବ ସୁପ୍ରିମକୋର୍ଟଙ୍କ ବେଞ୍ଚକୁ ଧନ୍ୟବାଦ ଜଣାଇବା ସହ ଅଭିବାଦନ ଜଣାଇଛନ୍ତି ଯେଉଁଥିରେ ଜଷ୍ଟିସ ଅମାନୁଲ୍ଲା କହିଛନ୍ତି ଯେ ଆମେ ମଧ୍ୟ ତାଙ୍କୁ ନମସ୍କାର କରୁଛୁ।

The post ସୁପ୍ରିମକୋର୍ଟରୁ ବାବା ରାମଦେବ-ବାଲକ୍ରିଷ୍ଣାଙ୍କୁ ଆଶ୍ୱସ୍ତି appeared first on Dharitri Odia News.