୧୨ ରେ ଆସ୍ଥା ଭୋଟର ସମ୍ମୁଖିନ ହେବେ ପୁରୁଷୋତ୍ତମପୁର ଏନଏସି ଅଧ୍ୟକ୍ଷା

ପୁରୁଷୋତ୍ତମପୁର,୫।୯(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନଏସିରେ ରାଜନୈତିକ ଉଷ୍ନତା ଦିନକୁଦିନ ତିବ୍ରତର ହେବାରେ ଲାଗିଛି। ଅଧ୍ୟକ୍ଷା ପ୍ରିୟଙ୍କା ଗୌଡଙ୍କ ବିରୋଧରେ ବିଭିନ୍ନ ଅଭିଯୋଗ ଆଣି ଉପାଧ୍ୟକ୍ଷ କ୍ରୁଷ୍ଣଚନ୍ଦ୍ର ପଣ୍ଡାଙ୍କ ସମେତ ୯ ଜଣ କାଉନସିଲର ସୋମବାର ଜିଲାପାଳ ଦିବ୍ଯଜ୍ଯୋତି ପରିଡାଙ୍କ ଠାରେ ଫେରାଦ ହୋଇ ଅନାସ୍ଥା ପ୍ରସ୍ତାବ ଲାଗି ଦାବୀ ପତ୍ର ପ୍ରଦାନ କରିଥିଲେ। ଏହାକୁ ନେଇ ଜିଲାପାଳ ବିଚାର ବିମର୍ସ କରି ଆସନ୍ତା ୧୨ ତାରିଖରେ ଆସ୍ଥା ଭୋଟ ଲାଗି ଅଧ୍ୟକ୍ଷା ଓ ୧୩ […] The post ୧୨ ରେ ଆସ୍ଥା ଭୋଟର ସମ୍ମୁଖିନ ହେବେ ପୁରୁଷୋତ୍ତମପୁର ଏନଏସି ଅଧ୍ୟକ୍ଷା appeared first on Dharitri Odia News.

୧୨ ରେ ଆସ୍ଥା ଭୋଟର ସମ୍ମୁଖିନ ହେବେ ପୁରୁଷୋତ୍ତମପୁର ଏନଏସି ଅଧ୍ୟକ୍ଷା

ପୁରୁଷୋତ୍ତମପୁର,୫।୯(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନଏସିରେ ରାଜନୈତିକ ଉଷ୍ନତା ଦିନକୁଦିନ ତିବ୍ରତର ହେବାରେ ଲାଗିଛି। ଅଧ୍ୟକ୍ଷା ପ୍ରିୟଙ୍କା ଗୌଡଙ୍କ ବିରୋଧରେ ବିଭିନ୍ନ ଅଭିଯୋଗ ଆଣି ଉପାଧ୍ୟକ୍ଷ କ୍ରୁଷ୍ଣଚନ୍ଦ୍ର ପଣ୍ଡାଙ୍କ ସମେତ ୯ ଜଣ କାଉନସିଲର ସୋମବାର ଜିଲାପାଳ ଦିବ୍ଯଜ୍ଯୋତି ପରିଡାଙ୍କ ଠାରେ ଫେରାଦ ହୋଇ ଅନାସ୍ଥା ପ୍ରସ୍ତାବ ଲାଗି ଦାବୀ ପତ୍ର ପ୍ରଦାନ କରିଥିଲେ।

ଏହାକୁ ନେଇ ଜିଲାପାଳ ବିଚାର ବିମର୍ସ କରି ଆସନ୍ତା ୧୨ ତାରିଖରେ ଆସ୍ଥା ଭୋଟ ଲାଗି ଅଧ୍ୟକ୍ଷା ଓ ୧୩ ଜଣ କାଉନସିଲରଙ୍କୁ ଗୁରବାର ନୋଟିସ ଜାରି କରିଥିବା ବେଳେ ଏହି ଆସ୍ଥା ଭୋଟକୁ ପରିଚାଳନା କରିବା ଲାଗି ଛତ୍ରପୁର ଉପ ଜିଲାପାଳ ଦେବଦତ୍ତ ମହନ୍ତଙ୍କୁ ପ୍ରିଜାଇଡିଂ ଅଫିସର ଭାବେ ନିଯୁକ୍ତ କରିଛନ୍ତି। ଆସ୍ଥାଭୋଟ ଲାଗି ସକାଳ ୧୧ ଘଣ୍ଟ ସମୟ ନିର୍ଦ୍ଧାରିତ ହୋଇଥିବା ଏନଏସି ନିର୍ବାହି ଅଧିକାରୀ ଗୋବିନ୍ଦ ଡନସେନା କହିଛନ୍ତି।

ଫଳରେ ଅଧ୍ୟକ୍ଷା ପ୍ରିୟଙ୍କା ଗୌଡ ଆସ୍ଥା ଭୋଟର ସମ୍ମୁଖୀନ ହେବା ସ୍ପଷ୍ଟ ହୋଇ ପଡିଛି। ଅଧ୍ୟକ୍ଷାଙ୍କୁ ନିଶ୍ଚିତ ଭାବରେ ଗାଦିତ୍ଯୁତ କରିବା ଲକ୍ଷରେ ଉପାଧ୍ୟକ୍ଷ ଓ ୮ ଜଣ କାଉନସିଲର ଏକତ୍ର ହୋଇ ୬ ଦିନହେଲା ଅଜ୍ଞାତ ବାସରେ ରହିଥିବା ବେଳେ ଅଧ୍ୟକ୍ଷା ମଧ୍ଯ କିପରି ପଦ ବଜାୟ ରଖିବେ ସେଥିନେଇ ଆପ୍ରାଣ ଉଦ୍ଯମ କରିବାରେ ଲାଗିପଡିଛନ୍ତି। ଏହାକୁ ନେଇ ସହରରେ ରାଜନୈତିକ ଉଷ୍ମତା ବଢ଼ିବାରେ ଲାଗିଛି।

The post ୧୨ ରେ ଆସ୍ଥା ଭୋଟର ସମ୍ମୁଖିନ ହେବେ ପୁରୁଷୋତ୍ତମପୁର ଏନଏସି ଅଧ୍ୟକ୍ଷା appeared first on Dharitri Odia News.