ସୁପ୍ରିମକୋର୍ଟରେ ଶୁଣାଣି ବେଳେ ଏଭଳି ଭୁଲ କରିଦେଲେ ଓକିଲ, ରାଗରେ ବର୍ଷିଲେ CJI ଚନ୍ଦ୍ରଚୂଡ଼
ନୂଆଦିଲ୍ଲୀ,୨୦।୭: ଭାରତର ମୁଖ୍ୟ ବିଚାରପତି ଡି ଓ୍ବାଇ ଚନ୍ଦ୍ରଚୂଡ଼ ଶୁକ୍ରବାର ସୁପ୍ରିମକୋର୍ଟରେ ଶୁଣାଣି ବେଳେ ଜଣେ ଓକିଲଙ୍କ ଉପରେ ବର୍ଷିଛନ୍ତି। ସେ ନେକ୍ବ୍ୟାଣ୍ଡ ନ ପିନ୍ଧି କୋର୍ଟରୁମ୍ରେ ପହଞ୍ଚିଥିଲେ। ଏହାକୁ ନେଇ ଚନ୍ଦ୍ରଚୂଡ଼ ତାଙ୍କୁ କହିଥିଲେ ଯେ ଏହା କୌଣସି ଫ୍ୟାଶନ ପରେଡ୍ ହେଉଛି କି? ଯେତେବେଳେ ଓକିଲଜଣଙ୍କ ଶୀଘ୍ର ଆସିବାକୁ ଯାଇ ନେକ୍ବ୍ୟାଣ୍ଡ ପିନ୍ଧି ନ ଥିବା କହିଥିଲେ, ଚନ୍ଦ୍ରଚୂଡ଼ ତାଙ୍କୁ କେସ୍ ଶୁଣି ପାରିବେ ନାହିଁ ବୋଲି କହିଥିଲେ। ସଠିକ୍ ୟୁନିଫର୍ମରେ ନ ଥିବାରୁ […] The post ସୁପ୍ରିମକୋର୍ଟରେ ଶୁଣାଣି ବେଳେ ଏଭଳି ଭୁଲ କରିଦେଲେ ଓକିଲ, ରାଗରେ ବର୍ଷିଲେ CJI ଚନ୍ଦ୍ରଚୂଡ଼ appeared first on Dharitri Odia News.
ନୂଆଦିଲ୍ଲୀ,୨୦।୭: ଭାରତର ମୁଖ୍ୟ ବିଚାରପତି ଡି ଓ୍ବାଇ ଚନ୍ଦ୍ରଚୂଡ଼ ଶୁକ୍ରବାର ସୁପ୍ରିମକୋର୍ଟରେ ଶୁଣାଣି ବେଳେ ଜଣେ ଓକିଲଙ୍କ ଉପରେ ବର୍ଷିଛନ୍ତି। ସେ ନେକ୍ବ୍ୟାଣ୍ଡ ନ ପିନ୍ଧି କୋର୍ଟରୁମ୍ରେ ପହଞ୍ଚିଥିଲେ। ଏହାକୁ ନେଇ ଚନ୍ଦ୍ରଚୂଡ଼ ତାଙ୍କୁ କହିଥିଲେ ଯେ ଏହା କୌଣସି ଫ୍ୟାଶନ ପରେଡ୍ ହେଉଛି କି? ଯେତେବେଳେ ଓକିଲଜଣଙ୍କ ଶୀଘ୍ର ଆସିବାକୁ ଯାଇ ନେକ୍ବ୍ୟାଣ୍ଡ ପିନ୍ଧି ନ ଥିବା କହିଥିଲେ, ଚନ୍ଦ୍ରଚୂଡ଼ ତାଙ୍କୁ କେସ୍ ଶୁଣି ପାରିବେ ନାହିଁ ବୋଲି କହିଥିଲେ। ସଠିକ୍ ୟୁନିଫର୍ମରେ ନ ଥିବାରୁ ସେ ଶୁଣାଣି କରିବାକୁ ମନା କରିଥିଲେ।
ଏଭଳି ସ୍ଥିତିରେ ଆପଣଙ୍କ ମନରେ ପ୍ରଶ୍ନ ଆସୁଥାଇପାରେ ଓକିଲଙ୍କ ନେକ୍ବ୍ୟାଣ୍ଡ କ’ଣ? ଏହା ଏତେ ଜରୁରୀ କାହିଁକି? ଆସନ୍ତୁ ଜାଣିବା…
ଅଦାଲତରେ ହାଜର ହେଉଥିବା ଓକିଲଙ୍କ ଲାଗି ଡ୍ରେସ୍ କୋର୍ଡ ବ୍ୟବସ୍ଥା ରହିଛି। ବାର୍ କାଉନ୍ସିଲ୍ ଅଫ୍ ଇଣ୍ଡିଆ ନିୟମ ମୁତାବକ ସୁପ୍ରିମକୋର୍ଟ, ହାଇକୋର୍ଟ, ନିମ୍ନ କୋର୍ଟ, ଟ୍ରିବ୍ୟୁନାଲ ଏବଂ ଅଥରିଟିରେ ହାଜର ହେବା ସମୟରେ ଓକିଲଙ୍କୁ ଡ୍ରେସକୋର୍ଡ ସଠିକ୍ ଭାବେ ପରିଧାନ କରିବା ଜରୁରୀ ଅଟେ। ଅଧ୍ୟାୟ ଆଇଭିରେ ଏନେଇ ସୂଚନା ଦିଆଯାଇଛି।
ସମ୍ମାନଜନକ ପୋଷାକ ଅର୍ଥ କଳା କୋଟ୍, କଳା ଶେରଓ୍ବାନୀ, ଓକିଲଙ୍କ ଗାଉନ୍ ଏବଂ ଧଳା ନେକ୍ବ୍ୟାଣ୍ଡ ଭଳି ଜିନିଷ ରହିଛି। ଏହାଛଡ଼ା କଳା କୋର୍ଟ, ଧଳା ଶାର୍ଟ, ଆଡଭୋକେଟ୍ ଗାଉନ୍ ସହ ଧଳା ବ୍ୟାଣ୍ଡ ବି ପିନ୍ଧା ଯାଇପାରେ। କୌଣସି ପରିସ୍ଥିତିରେ ଓକିଲ ଜିନ୍ସ ପିନ୍ଧି କୋର୍ଟ ଯାଇପାରିବେ ନାହିଁ। ସର୍ବୋଚ୍ଚ ନ୍ୟାୟାଳୟ, ଉଚ୍ଚ ନ୍ୟାୟାଳୟ, ସିଟି ସିଭିଲ କୋର୍ଟ ବ୍ୟତିତ ଅନ୍ୟ କୋର୍ଟରେ ବ୍ୟାଣ୍ଡ ପରିବର୍ତ୍ତେ ଏକ କଳା ଟାଇ ମଧ୍ୟ ପିନ୍ଧିହେବ।
ମହିଳା ଓକିଲଙ୍କ ପାଇଁ କଳା ଜ୍ୟାକେଟ୍ ଅଥବା ବ୍ଲାଉଜ୍, ଧଳା କଲର୍, ଧଳା ବ୍ୟାଣ୍ଡ ସହ ଆଡଭୋକେଟ୍ ଗାଉନ୍ ପିନ୍ଧିବାର ନିୟମ ରହିଛି। ଏହାଛଡ଼ା ମହିଳା ଶାଢ଼ି ନଚେତ ଲମ୍ବା ସ୍କର୍ଟ(ଧଳା ନଚେତ କଳା) ଅଥବା ପଞ୍ଜାବୀ ଚୁଡିଦାର କୁର୍ତ୍ତା , ସାଲଓ୍ବାର, କଳା କୋର୍ଟ ଏବଂ ବ୍ୟାଣ୍ଡ ସହ ପାରମ୍ପରିକ ପୋଷାକ ପରିଧାନ କରିପାରିବେ।
ଓକିଲଙ୍କ ପୋଷାକରେ ଧଳା ନେକବ୍ୟାଣ୍ଡ ବେଶ ଜରୁରୀ। ଯେଉଁଭଳି ଭାବେ ନ୍ୟାୟର ନିକିତି ଅଦାଲତର ପ୍ରତୀକ, ସେହିଭଳି ନେକବ୍ୟାଣ୍ଡ ଓକିଲଙ୍କ ପରିଚୟ। ଏହା ‘ଟାବଲେଟ୍ ଅଫ୍ ଲ’ର ପ୍ରତୀକ।
The post ସୁପ୍ରିମକୋର୍ଟରେ ଶୁଣାଣି ବେଳେ ଏଭଳି ଭୁଲ କରିଦେଲେ ଓକିଲ, ରାଗରେ ବର୍ଷିଲେ CJI ଚନ୍ଦ୍ରଚୂଡ଼ appeared first on Dharitri Odia News.