ଅବାଧ ନିର୍ବାଚନ ପାଇଁ ପ୍ରଶାସନର ଜୋର୍ଦାର ପ୍ରୟାସ
ଦାରିଙ୍ଗବାଡ଼ି,୧୨ା୫(ଅରୁଣ ସାହୁ): ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ସାରା ରାଜ୍ୟରେ ପୋଲିସ ସକ୍ରିୟ ହୋଇ ଉଠିଥିବା ବେଳେ ପାଟ୍ରୋଲିଂକୁ କଡ଼ାକଡ଼ି କରାଯିବା ସହ ଫ୍ଲାଗ୍ମାର୍ଚ୍ଚ ଆଦି କରି ଲୋକଙ୍କୁ ସଚେତନ କରାଯାଉଛି। ଏହି କ୍ରମରେ କନ୍ଧମାଳ ପ୍ରଶାସନର ନିର୍ଦ୍ଦେଶକ୍ରମେ ଦାରିଙ୍ଗବାଡ଼ି ଅଞ୍ଚଳରେ ଫ୍ଲାଇଂ ସ୍କ୍ବାଡ୍ ପକ୍ଷରୁ ଦାରିଙ୍ଗବାଡ଼ି ଏବଂ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଗାଡ଼ିମୋଟର ଯାଞ୍ଚ କରାଯାଉଛି। ରବିବାର ଉକ୍ତ ବ୍ଲକର ୫୯ ନଂ ଜାତୀୟ ରାଜପଥର ବିଭିନ୍ନ ସ୍ଥାନରେ ଗାଡ଼ିମୋଟର,ବାଇକ୍ ଡିକି, କାର୍ ଓ […] The post ଅବାଧ ନିର୍ବାଚନ ପାଇଁ ପ୍ରଶାସନର ଜୋର୍ଦାର ପ୍ରୟାସ appeared first on Dharitri Odia News.
ଦାରିଙ୍ଗବାଡ଼ି,୧୨ା୫(ଅରୁଣ ସାହୁ): ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ସାରା ରାଜ୍ୟରେ ପୋଲିସ ସକ୍ରିୟ ହୋଇ ଉଠିଥିବା ବେଳେ ପାଟ୍ରୋଲିଂକୁ କଡ଼ାକଡ଼ି କରାଯିବା ସହ ଫ୍ଲାଗ୍ମାର୍ଚ୍ଚ ଆଦି କରି ଲୋକଙ୍କୁ ସଚେତନ କରାଯାଉଛି। ଏହି କ୍ରମରେ କନ୍ଧମାଳ ପ୍ରଶାସନର ନିର୍ଦ୍ଦେଶକ୍ରମେ ଦାରିଙ୍ଗବାଡ଼ି ଅଞ୍ଚଳରେ ଫ୍ଲାଇଂ ସ୍କ୍ବାଡ୍ ପକ୍ଷରୁ ଦାରିଙ୍ଗବାଡ଼ି ଏବଂ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଗାଡ଼ିମୋଟର ଯାଞ୍ଚ କରାଯାଉଛି। ରବିବାର ଉକ୍ତ ବ୍ଲକର ୫୯ ନଂ ଜାତୀୟ ରାଜପଥର ବିଭିନ୍ନ ସ୍ଥାନରେ ଗାଡ଼ିମୋଟର,ବାଇକ୍ ଡିକି, କାର୍ ଓ ତାଠାରୁ ବଡ଼ ଗାଡ଼ିକୁ ତନତନ ଯାଞ୍ଚ କରାଯାଇଥିବା ଗାଡ଼ିରେ ଯାତ୍ରା କରୁଥିବା ଲୋକଙ୍କ ବ୍ୟାଗ୍ ଆଦି ଯାଞ୍ଚ କରାଯାଇଥିବା ବେଳେ ଏଥିରୁ ଆମ୍ବୁଲାନ୍ସ ବାଦ ପଡ଼ିନାହିଁ ଏକ ରୋଗୀ ବିହିନ ଆମ୍ବୁଲାନ୍ସ ଦାରିଙ୍ଗବାଡ଼ିରୁ ବାଲିଗୁଡ଼ା ଅଭିମୁଖେ ଯାତ୍ରା କରୁଥିବା ବେକେ ସିମନବାଡ଼ି ନିକଟରେ ଅଟକାଇ ତାକୁ ଯାଞ୍ଚ କରିବାକୁ ଫ୍ଲାଇ ସ୍କ୍ବାଡ୍ ର ମୁଖ୍ୟ ତଥା ଅତିରିକ୍ତ ତହସିଲଦାର କୃଷ୍ଣଚନ୍ଦ୍ର ନାୟକ ନିର୍ଦ୍ଦେଶ ଦେଇଥିଲେ। ଏଏସ୍ଆଇ ଶ୍ରୀନିବାସ ରାଓ ସଦଳବଳ ଉକ୍ତ ଆମ୍ବୁଲାନ୍ସକୁ ଯାଞ୍ଚ କରିଥିଲେ। ତେବେ ଆମ୍ବୁଲାନ୍ସରେ କୌଣସି ରୋଗୀ ନ ଥିବା ଜଣାପଡ଼ିଛି। ସେହିପରି ଦାରିଙ୍ଗବାଡ଼ି ଆଇଆଇସି ଆନନ୍ଦ ଚନ୍ଦ୍ର ପାତ୍ରଙ୍କ ନେତୃତ୍ୱରେ ଦାରିଙ୍ଗବାଡ଼ିର ଡବେରୀଠାରେ ଏକ ଅସ୍ଥାୟୀ ପୋଲିସ କ୍ୟାମ୍ପ୍ କରାଯାଇ ଗାଡ଼ିମୋଟର ଯାଞ୍ଚ କରାଯାଉଥିବା ବେଳେ ବ୍ରାହ୍ମଣୀଗାଁ ଥାନା ଅଧିକାରୀ ଚିରଞ୍ଜିବୀ ବେହେରାଙ୍କ ନେତୃତ୍ୱରେ ଥାନା ଛକ ନିକଟରେ କ୍ୟାମ୍ପ୍ କରି ପୋଲିସ ପକ୍ଷରୁ ଗାଡ଼ିମୋଟର ଯାଞ୍ଚ କରାଯାଉଛି।
The post ଅବାଧ ନିର୍ବାଚନ ପାଇଁ ପ୍ରଶାସନର ଜୋର୍ଦାର ପ୍ରୟାସ appeared first on Dharitri Odia News.