ସୁବର୍ଣ୍ଣପୁର ବିନିକାରେ ଗୁଳିକାଣ୍ଡ । କନେଷ୍ଟବଳଙ୍କ ସମେତ ଦୁଇ ମୃତ

କନକ ବ୍ୟୁରୋ: ସୁବର୍ଣ୍ଣପୁର ବିନିକାରେ ଗୁଳିକାଣ୍ଡ । ଗୁଳିମାଡ଼ରେ ଦୁଇ ଜଣଙ୍କ ମୃତ୍ୟୁ ହୋଛି । ଘଟଣାସ୍ଥଳରୁ ପିସ୍ତଲ ଜବତ ହୋଇଥିବା ବେଳେ ଏହା ପୁଲିସ ସର୍ଭିସ ପିସ୍ତଲ ହୋଇଥିବା ସୂଚନା ମିଳିଛି । ବିନିକା ଥାନା ଚୁଲିମାଲରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତକ ଦୁଇ ଜଣ ଚୁଲିମାଲ ଗାଁର ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ କନେଷ୍ଟବଳ ଥିବା ଜଣାପଡ଼ିଛି । ଏକ ପଡ଼ିଆରୁ ଉଭୟଙ୍କ ମୃତଦେହ ଉଦ୍ଧାର କରାଯାଇଛି । କିଏ […] The post ସୁବର୍ଣ୍ଣପୁର ବିନିକାରେ ଗୁଳିକାଣ୍ଡ । କନେଷ୍ଟବଳଙ୍କ ସମେତ ଦୁଇ ମୃତ first appeared on Kanak News.

ସୁବର୍ଣ୍ଣପୁର ବିନିକାରେ ଗୁଳିକାଣ୍ଡ । କନେଷ୍ଟବଳଙ୍କ ସମେତ ଦୁଇ ମୃତ

କନକ ବ୍ୟୁରୋ: ସୁବର୍ଣ୍ଣପୁର ବିନିକାରେ ଗୁଳିକାଣ୍ଡ । ଗୁଳିମାଡ଼ରେ ଦୁଇ ଜଣଙ୍କ ମୃତ୍ୟୁ ହୋଛି । ଘଟଣାସ୍ଥଳରୁ ପିସ୍ତଲ ଜବତ ହୋଇଥିବା ବେଳେ ଏହା ପୁଲିସ ସର୍ଭିସ ପିସ୍ତଲ ହୋଇଥିବା ସୂଚନା ମିଳିଛି । ବିନିକା ଥାନା ଚୁଲିମାଲରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତକ ଦୁଇ ଜଣ ଚୁଲିମାଲ ଗାଁର ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ କନେଷ୍ଟବଳ ଥିବା ଜଣାପଡ଼ିଛି । ଏକ ପଡ଼ିଆରୁ ଉଭୟଙ୍କ ମୃତଦେହ ଉଦ୍ଧାର କରାଯାଇଛି । କିଏ ଓ କାହିଁକି ଗୁଳି କରିଛି ତାହା ଜଣାପଡ଼ି ନାହିଁ । ମୃତଦେହକୁ ବିନିକା ଡାକ୍ତରଖାନାରେ ରଖାଯାଇଛି । ବିନିକା ପୁଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ।

The post ସୁବର୍ଣ୍ଣପୁର ବିନିକାରେ ଗୁଳିକାଣ୍ଡ । କନେଷ୍ଟବଳଙ୍କ ସମେତ ଦୁଇ ମୃତ first appeared on Kanak News.