ସୁବର୍ଣ୍ଣପୁରରେ ବିଜେପିର ତ୍ରିରଙ୍ଗା ଯାତ୍ରା, ନେତା ବଖାଣିଲେ ଅପରେସନ ସିନ୍ଦୂରର ସଫଳତା

ବିନିକା: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତୀୟ ସେନା ଦ୍ବାରା କରାଯାଇଥିବା ଅପରେସନ ସିନ୍ଦୂରର ସଫଳତାକୁ ନେଇ ତ୍ରିରଙ୍ଗା ଶୋଭାଯାତ୍ରା । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ନିର୍ବାଚନ ମଣ୍ଡଳୀ ସ୍ତରୀୟ ତ୍ରିରଙ୍ଗା ଶୋଭାଯାତ୍ରା ପୂର୍ତ୍ତ ଡାକ ବଙ୍ଗଳାରୁ ବାହାରି ସହର ପରିକ୍ରମା କରିଥିଲା।ଏହି ଶୋଭାଯାତ୍ରାରେ ବୀରମହାରାଜପୁର ବିଧାୟକ ରଘୁନାଥ ଜଗଦଲାଙ୍କ ସହ ଶତାଧିକ ବିଜେପି କର୍ମୀ ସାମିଲ ହୋଇଥିଲେ। ‘‘ଭାରତୀୟ ସେନାର ପରାକ୍ରମରେ ସାରା ପାକିସ୍ତାନ ଥରହର ହୋଇଥିବା ସହ ଆତଙ୍କବାଦୀଙ୍କୁ ନିପାତ୍ କରିବାରେ ଭାରତୀୟ ସେନା ସଫଳ ହୋଇଛି। ଏହି ଅବସରରେ ଭାରତୀୟ ସେନାର ମନୋବଳ ଦୃଢ଼ କରିବାକୁ’’ ଏହି ଶୋଭାଯାତ୍ରା ଆୟୋଜିତ ହୋଇଥିବା କହିଛନ୍ତି ବିଧାୟକ।

ସୁବର୍ଣ୍ଣପୁରରେ ବିଜେପିର ତ୍ରିରଙ୍ଗା ଯାତ୍ରା, ନେତା ବଖାଣିଲେ ଅପରେସନ ସିନ୍ଦୂରର ସଫଳତା

ବିନିକା: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତୀୟ ସେନା ଦ୍ବାରା କରାଯାଇଥିବା ଅପରେସନ ସିନ୍ଦୂରର ସଫଳତାକୁ ନେଇ ତ୍ରିରଙ୍ଗା ଶୋଭାଯାତ୍ରା । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ନିର୍ବାଚନ ମଣ୍ଡଳୀ ସ୍ତରୀୟ ତ୍ରିରଙ୍ଗା ଶୋଭାଯାତ୍ରା ପୂର୍ତ୍ତ ଡାକ ବଙ୍ଗଳାରୁ ବାହାରି ସହର ପରିକ୍ରମା କରିଥିଲା।

ଏହି ଶୋଭାଯାତ୍ରାରେ ବୀରମହାରାଜପୁର ବିଧାୟକ ରଘୁନାଥ ଜଗଦଲାଙ୍କ ସହ ଶତାଧିକ ବିଜେପି କର୍ମୀ ସାମିଲ ହୋଇଥିଲେ। ‘‘ଭାରତୀୟ ସେନାର ପରାକ୍ରମରେ ସାରା ପାକିସ୍ତାନ ଥରହର ହୋଇଥିବା ସହ ଆତଙ୍କବାଦୀଙ୍କୁ ନିପାତ୍ କରିବାରେ ଭାରତୀୟ ସେନା ସଫଳ ହୋଇଛି। ଏହି ଅବସରରେ ଭାରତୀୟ ସେନାର ମନୋବଳ ଦୃଢ଼ କରିବାକୁ’’ ଏହି ଶୋଭାଯାତ୍ରା ଆୟୋଜିତ ହୋଇଥିବା କହିଛନ୍ତି ବିଧାୟକ।