ସୁବଳୟା ରେ ଲକ୍ଷ ପତି ଦିଦି ମାନଙ୍କୁ ତାଲିମ ପ୍ରଦାନ
ବୀରମହାରାଜପୁର : (ସୌମିତ୍ରି ମେହେର) ସୋମବାର ଦିବା ୧୧ ଘଣ୍ଟା ସମୟ ରେ ସୁବଳୟା ଗ୍ରାମ ପଞ୍ଚାୟତ ସ୍ତରୀୟ ସଂଘ ର ବୌଦିଆପଡ଼ା ଓ ଗଡଭିତରପଡ଼ା ର ମୋଟ୍ ୫୨ ଜଣ ସଭ୍ୟା ଙ୍କୁ ନେଇ ଦୁଇ ଦିନିଆ ଲକ୍ଷ ପତି ଦିଦି ତାଲିମ୍ ଶିବିର ଅନୁଷ୍ଠିତ ହୋଇଥିଲା । ପ୍ରଥମ ଦିନ ରେ ସଂଘ ର ସଭାନେତ୍ରୀ, ସମ୍ପାଦିକା ଙ୍କ ସମେତ ଏମବିକେ ଓ ସିଆରପି ଏଵଂ ଲକ୍ଷ ପତି ଦିଦି ଉପସ୍ଥିତ ଥିଲେ। ସଭାନେତ୍ରୀ […] The post ସୁବଳୟା ରେ ଲକ୍ଷ ପତି ଦିଦି ମାନଙ୍କୁ ତାଲିମ ପ୍ରଦାନ appeared first on Odisha.News.

ବୀରମହାରାଜପୁର : (ସୌମିତ୍ରି ମେହେର) ସୋମବାର ଦିବା ୧୧ ଘଣ୍ଟା ସମୟ ରେ ସୁବଳୟା ଗ୍ରାମ ପଞ୍ଚାୟତ ସ୍ତରୀୟ ସଂଘ ର ବୌଦିଆପଡ଼ା ଓ ଗଡଭିତରପଡ଼ା ର ମୋଟ୍ ୫୨ ଜଣ ସଭ୍ୟା ଙ୍କୁ ନେଇ ଦୁଇ ଦିନିଆ ଲକ୍ଷ ପତି ଦିଦି ତାଲିମ୍ ଶିବିର ଅନୁଷ୍ଠିତ ହୋଇଥିଲା । ପ୍ରଥମ ଦିନ ରେ ସଂଘ ର ସଭାନେତ୍ରୀ, ସମ୍ପାଦିକା ଙ୍କ ସମେତ ଏମବିକେ ଓ ସିଆରପି ଏଵଂ ଲକ୍ଷ ପତି ଦିଦି ଉପସ୍ଥିତ ଥିଲେ। ସଭାନେତ୍ରୀ ମୀରା ବାରିକ୍ ସମସ୍ତ ସଭ୍ୟା ଙ୍କୁ ସ୍ଵାଗତ ଜଣାଇ ତାଲିମ୍ କାର୍ଯ୍ୟକ୍ରମ ଆରମ୍ଭ କରିଥିବା ବେଳେ ଏମବିକେ ବବିତା ରାଣୀ ମହାପାତ୍ର ପ୍ରଥମ ଦିନ ରେ ତାଲିମ୍ ଦେଇ ଲକ୍ଷ ପତି ଦିଦି ଙ୍କ ମୁଖ୍ୟ ଭୂମିକା କୁ ଜଣାଇଥିଲେ ଏଵଂ ସିଆରପି ରେଖା ନାଏକ ତାଙ୍କୁ ସହଯୋଗ କରିଥିଲେ । ଶେଷରେ ସମ୍ପାଦିକା ମାଧୁରୀ ମେହେର ଧନ୍ୟବାଦ୍ ଅର୍ପଣ କରିଥିଲେ । ସେହିଭଳି ଭାବରେ ବିରମହାରାଜପୁର ବ୍ଲକ ର ୧୫ଟି ପଞ୍ଚାୟତ ରେ ତାଲିମ ପ୍ରଦାନ କରାଯାଇଛି।
The post ସୁବଳୟା ରେ ଲକ୍ଷ ପତି ଦିଦି ମାନଙ୍କୁ ତାଲିମ ପ୍ରଦାନ appeared first on Odisha.News.