ସୁଭଦ୍ରା ଫର୍ମ ଫେରସ୍ତ ମାଗିବାରୁ ଅଙ୍ଗନୱାଡି ଦିଦିଙ୍କୁ ପିଟିଲେ, ଆଉ ଏବେ….
ଚାନ୍ଦବାଲି,୧୧।୯(କିଷାନ ପାତ୍ର): ସୁଭଦ୍ରା ଫର୍ମ ଫେରସ୍ତ ମାଗିବା ଘଟଣାକୁ କେନ୍ଦ୍ରକରି ଚାନ୍ଦବାଲି ବ୍ଲକ ଅଧୀନ ଖଦାଳପୋଖରୀ ପଞ୍ଚାୟତର ବ୍ରହ୍ମଟିକ୍ରି ଅଙ୍ଗନୱାଡି କର୍ମୀ ପ୍ରୀତିରେଖା ବଳଙ୍କୁ ମାଡ଼ ଘଟଣାରେ ମଙ୍ଗଳବାର ଶତାଧିକ ଅଙ୍ଗନୱାଡି କର୍ମୀ ପ୍ରତିବାଦ ଜଣାଇଛନ୍ତି। ସେମାନେ ବିଡିଓଙ୍କୁ ଭେଟି ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରାଯିବାକୁ ଦାବି କରିଛନ୍ତି। ପୋଲିସ ମାମଲା ରୁଜୁ କରିଥିବା ବେଳେ ଏପର୍ଯ୍ୟନ୍ତ କାହାକୁ ଗିରଫ କରିନାହିଁ। ଅଭିଯୁକ୍ତମାନେ ମାନେ ଖୁଲମଖୋଲା ଗାଁରେ ବୁଲୁଥିବା ସେମାନେ ଅଭିଯୋଗ କରିଛନ୍ତି। ୪୮ଘଣ୍ଟା ଭିତରେ ଅଭିଯୁକ୍ତମାନଙ୍କୁ […] The post ସୁଭଦ୍ରା ଫର୍ମ ଫେରସ୍ତ ମାଗିବାରୁ ଅଙ୍ଗନୱାଡି ଦିଦିଙ୍କୁ ପିଟିଲେ, ଆଉ ଏବେ…. appeared first on Dharitri Odia News.
ଚାନ୍ଦବାଲି,୧୧।୯(କିଷାନ ପାତ୍ର): ସୁଭଦ୍ରା ଫର୍ମ ଫେରସ୍ତ ମାଗିବା ଘଟଣାକୁ କେନ୍ଦ୍ରକରି ଚାନ୍ଦବାଲି ବ୍ଲକ ଅଧୀନ ଖଦାଳପୋଖରୀ ପଞ୍ଚାୟତର ବ୍ରହ୍ମଟିକ୍ରି ଅଙ୍ଗନୱାଡି କର୍ମୀ ପ୍ରୀତିରେଖା ବଳଙ୍କୁ ମାଡ଼ ଘଟଣାରେ ମଙ୍ଗଳବାର ଶତାଧିକ ଅଙ୍ଗନୱାଡି କର୍ମୀ ପ୍ରତିବାଦ ଜଣାଇଛନ୍ତି। ସେମାନେ ବିଡିଓଙ୍କୁ ଭେଟି ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରାଯିବାକୁ ଦାବି କରିଛନ୍ତି। ପୋଲିସ ମାମଲା ରୁଜୁ କରିଥିବା ବେଳେ ଏପର୍ଯ୍ୟନ୍ତ କାହାକୁ ଗିରଫ କରିନାହିଁ। ଅଭିଯୁକ୍ତମାନେ ମାନେ ଖୁଲମଖୋଲା ଗାଁରେ ବୁଲୁଥିବା ସେମାନେ ଅଭିଯୋଗ କରିଛନ୍ତି। ୪୮ଘଣ୍ଟା ଭିତରେ ଅଭିଯୁକ୍ତମାନଙ୍କୁ ଗିରଫ କରା ନ ଗଲେ ବ୍ଲକର ସମସ୍ତ ଅଙ୍ଗନୱାଡି କର୍ମୀ ସରକାରଙ୍କ କୌଣସି କାମରେ ସହଯୋଗ କରିବେ ନାହିଁ। ଏଥିସହ ବ୍ଲକ ଅଫିସ୍ ଆଗରେ ଧାରଣା ଦେବେ ବୋଲି ଅଙ୍ଗନୱାଡି କର୍ମୀ ଋତୁପୂର୍ଣ୍ଣା ନାୟକ, ମାଧବୀଲତା ନାୟକ, ସୁପ୍ରଭା ରାଉତ, ମମତା ମଲିକ୍, ରେବତୀ ନାଥ, ଲିଲି ଭୋଇ, ସ୍ବର୍ଣ୍ଣପ୍ରଭା ମହାଳିକ, ମନୋରମା ବଳ, ରଞ୍ଜିତା ନାୟକ ପ୍ରମୁଖ ବିଡିଓଙ୍କୁ ଜଣାଇଛନ୍ତି। ଅଭିଯୁକ୍ତମାନଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି ବିଡିଓ ଅସିତ କୁମାର ମହାନ୍ତି ପ୍ରତିଶ୍ରୁତି ଦେଇଛନ୍ତି। ପ୍ରକାଶଥାଉ କି, ବୟସ ସୀମା ହୋଇ ନ ଥିବା ଜଣେ ୧୯ ବର୍ଷୀୟା ବିବାହିତା ମହିଳା ଅଙ୍ଗନୱାଡି କର୍ମୀ ଅନୁପସ୍ଥିତ ଥିବାବେଳେ ସହାୟିକାଙ୍କଠାରୁ ଫର୍ମ ନେଇଥିଲେ। ପ୍ରୀତିରେଖା ଜାଣିବା ପରେ ଫର୍ମ ଫେରାଇବାକୁ କହିବାରୁ ତାଙ୍କୁ ମାଡ଼ ମାରିଥିଲେ ବୋଲି ସେ ବାଂଶଡ଼ା ଥାନାରେ ଅଭିଯୋଗ କରିଥିଲେ।
The post ସୁଭଦ୍ରା ଫର୍ମ ଫେରସ୍ତ ମାଗିବାରୁ ଅଙ୍ଗନୱାଡି ଦିଦିଙ୍କୁ ପିଟିଲେ, ଆଉ ଏବେ…. appeared first on Dharitri Odia News.