ସୁଭଦ୍ରା ଯୋଜନା ନେଇ ସରକାରଙ୍କ ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇଲେ ବିଜେଡି ଓ କଂଗ୍ରେସ

ଭୁବନେଶ୍ବର : ଆଉ ୪୦ ଲକ୍ଷ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଟଙ୍କା। ଅକ୍ଟୋବର ୯ ତାରିଖରେ ବାରିପଦାରେ ହେବ ମହାସମାରୋହ।... The post ସୁଭଦ୍ରା ଯୋଜନା ନେଇ ସରକାରଙ୍କ ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇଲେ ବିଜେଡି ଓ କଂଗ୍ରେସ appeared first on .

ସୁଭଦ୍ରା ଯୋଜନା ନେଇ ସରକାରଙ୍କ ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇଲେ ବିଜେଡି ଓ କଂଗ୍ରେସ

ଭୁବନେଶ୍ବର : ଆଉ ୪୦ ଲକ୍ଷ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଟଙ୍କା। ଅକ୍ଟୋବର ୯ ତାରିଖରେ ବାରିପଦାରେ ହେବ ମହାସମାରୋହ। ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ପରିଷଦର ସଦସ୍ୟଙ୍କ ଉପସ୍ଥିତିରେ ସୁଭଦ୍ରା ଯୋଜନାର ଦ୍ବିତୀୟ ଦଫାର ହେବ ଶୁଭାରମ୍ଭ। ଅକ୍ଟୋବର ୭ ତାରିଖ ସୁଦ୍ଧା ଯେତିକି ହିତାଧିକାରୀ ପଞ୍ଜିକରଣ କରିଥିବେ, ସେଥିରୁ ୪୦ ଲକ୍ଷ ହିତାଧିକାରୀଙ୍କୁ ଡିବିଟି ଜରିଆରେ ସହାୟତା ରାଶି ପ୍ରଦାନ କରାଯିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଏବେ ସୁଦ୍ଧା ୯୬ ଲକ୍ଷ ହିତାଧିକାରୀ ପଞ୍ଜିକରଣ କରିସାରିଲେଣି। ବାରିପଦା ଉତ୍ସବରେ ପ୍ରଥମ ଓ କୋଟିଏ ତମ ହିତାଧିକାରୀଙ୍କୁ ସମ୍ବର୍ଦ୍ଧିତ କରାଯିବ।

ସୁଭଦ୍ରା ଯୋଜନା ନେଇ ସରକାରଙ୍କ ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ କଂଗ୍ରେସ ଓ ବିଜେଡି। ରାଜ୍ୟର ମହିଳାଙ୍କ ସହ ପ୍ରତାରଣା କରିଛନ୍ତି ସରକାର। ଦୁଇ ବର୍ଷରେ ୫୦ ହଜାର ଦେବା କଥା କହି ଠକିଛନ୍ତି। ଏବେ ବର୍ଷକୁ ୧୦ ହଜାର ଦେବା କଥା କହୁଛନ୍ତି। ଯୋଜନାରୁ ଅନେକ ମହିଳା ବଞ୍ଚିତ ହେଉଛନ୍ତି ବୋଲି ବିଜେଡି ଅଭିଯୋଗ କରିବାରୁ ଚେତିଲେ ସରକାର। ଏବେ ଆଉ କିଛି ଲୋକଙ୍କୁ ସହାୟତା ଦେବେ ବୋଲି କହୁଛନ୍ତି। ହେଲେ ୫ ହଜାର ଟଙ୍କାରେ ମହିଳା ମାନେ କିପରି ସ୍ୱାବଲମ୍ବୀ ହେବେ ବୋଲି ପ୍ରଶ୍ନ କରିଛନ୍ତି ବିଜେଡି ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ବାଳ। କଂଗ୍ରେସ ମଧ୍ୟ ବିଜେଡି ସହ ସ୍ବର ମିଳାଇ ସୁଭଦ୍ରା ଯୋଜନାର ଅସଲ ଉଦ୍ଦେଶ୍ୟକୁ ନେଇ ପ୍ରଶ୍ନ ଉଠାଇଛି। ସରକାରଙ୍କ ପ୍ରଚାର ବାସ୍ତବତା ଠାରୁ ଅନେକ ଦୂରରେ ବୋଲି କଂଗ୍ରେସ ବିଧାୟକ ତାରା ବାହିନୀପତି କହିଛନ୍ତି।

ଗତ ସେପ୍ଟେମ୍ବର ୧୭ ତାରିଖରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ। ଆସନ୍ତା ଅକ୍ଟୋବର ୯ ତାରିଖରେ ଦ୍ବିତୀୟ ଦଫା ସହାୟତା ରାଶି ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ।

The post ସୁଭଦ୍ରା ଯୋଜନା ନେଇ ସରକାରଙ୍କ ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇଲେ ବିଜେଡି ଓ କଂଗ୍ରେସ appeared first on .