କୁକୁଡ଼ାଖଣ୍ଡିରେ 5T ଅଧ୍ୟକ୍ଷଙ୍କ ବିକାଶ ସମୀକ୍ଷା

ନନ୍ଦିଘୋଷ ବ୍ୟୁରୋ: ଗଞ୍ଜାମ କୁକୁଡ଼ାଖଣ୍ଡି ଅଞ୍ଚଳର ବିକାଶ ଲାଗି ୫୦ କୋଟି ଟଙ୍କା ମଞ୍ଜୁର ହୋଇଛି। ଖେମୁଣ୍ଡି କଲେଜ ଲାଗି... The post କୁକୁଡ଼ାଖଣ୍ଡିରେ 5T ଅଧ୍ୟକ୍ଷଙ୍କ ବିକାଶ ସମୀକ୍ଷା appeared first on .

କୁକୁଡ଼ାଖଣ୍ଡିରେ 5T ଅଧ୍ୟକ୍ଷଙ୍କ ବିକାଶ ସମୀକ୍ଷା

ନନ୍ଦିଘୋଷ ବ୍ୟୁରୋ: ଗଞ୍ଜାମ କୁକୁଡ଼ାଖଣ୍ଡି ଅଞ୍ଚଳର ବିକାଶ ଲାଗି ୫୦ କୋଟି ଟଙ୍କା ମଞ୍ଜୁର ହୋଇଛି। ଖେମୁଣ୍ଡି କଲେଜ ଲାଗି ୨ କୋଟି ଟଙ୍କା ମଞ୍ଜୁର ହୋଇଥିବାବେଳେ କୁକୁଡ଼ାଖଣ୍ଡି ସାଇନସ କଲେଜ ଲାଗି ୧ କୋଟି ମଞ୍ଜୁର ହୋଇଛି। ମହୁରୀକାଳୁଆ ମନ୍ଦିରର ଉନ୍ନତି ଲାଗି ୧ କୋଟି ୮୦ ଲକ୍ଷ ଏବଂ ବି. ତୁରୁବୁଡ଼ି ପଞ୍ଚାୟତସ୍ଥିତ ମା ନିଜବଙ୍କେଶ୍ବର ମନ୍ଦିର ଲାଗି ୧ କୋଟି ୮୫ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି ବୋଲି କହିଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। କୁକୁଡ଼ାଖଣ୍ଡିରେ ଆୟୋଜିତ ଜନସଭାରେ ଉଦବୋଧନ ଦେଇ ସେ କହିଛନ୍ତି- ଗତଥର ଆସିଥିବାବେଳେ ସେ  ୫୫୦ ଦରଖାସ୍ତ ପାଇଥିଲେ। ସେଥିରୁ ୫୦୦ଟି ସମାଧାନହୋଇଛି। ଘଟକେଶ୍ବର ଜଳସେଚନ ପ୍ରକଳ୍ପ ଲୋକାର୍ପିତ ହୋଇଛି। ୨୯ ତାରିଖ ସୁଦ୍ଧା ମନ୍ଦିର, ମସଜିଦ, ଚର୍ଚ୍ଚ ଆଦି ଲାଗି ଆସିବ ଖୁସି ଖବର। ଦିଗପହଣ୍ଡିରେ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିଅମ କାମ ଚାଲିଛି। ବୋମକେଇରେ ଆମ ହସ୍ପିଟାଲ ଲୋକାର୍ପିତ ହୋଇଛି। ଯୁବ ପିଢ଼ିଙ୍କୁ ବିନା କାଗଜରେ ୧ ଲକ୍ଷ ଟଙ୍କା ଯାଏ ଵିଜନେସ ପାଇଁ ଋଣ ବ୍ଯବସ୍ଥା ମୁଖ୍ଯମନ୍ତ୍ରୀ କରିଛନ୍ତି ବୋଲି କହିଛନ୍ତି କାର୍ତ୍ତିକ ପାଣ୍ଡିଆନ।

The post କୁକୁଡ଼ାଖଣ୍ଡିରେ 5T ଅଧ୍ୟକ୍ଷଙ୍କ ବିକାଶ ସମୀକ୍ଷା appeared first on .