‘ସୁଭଦ୍ରା’ ଯୋଜନାକୁ ନେଇ ପ୍ରଶ୍ନ ଉଠାଇଲେ ପ୍ରମିଳା

ଭୁବନେଶ୍ୱର,୧୪।୮(ଅନିଲ ଦାସ):ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୁଭଦ୍ରା ଯୋଜନାର ଏସ୍‌ଓପି ପ୍ରକାଶ କରିବା ପୂର୍ବରୁ ଜିଲାପାଳମାନଙ୍କ ଦ୍ୱାରା ଜନସାଧାରଣଙ୍କଠାରୁ ଫିଡ୍‌ବ୍ୟାକ ନିଆଯିବ ବୋଲି ଦେଇଥିବା ମନ୍ତବ୍ୟରୁ ଏହି ଯୋଜନାର ସଫଳ ରୂପାୟନକୁ ନେଇ ଜନସାଧାରଣଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି। ମଙ୍ଗଳବାର ଶଙ୍ଖ ଭବନଠାରେ ଖବରଦାତା ସମ୍ମିଳନୀରେ ସେ କହିଛନ୍ତି, ନିର୍ବାଚନ ବେଳେ ଭାଜପା ଦ୍ୱାରା ଦିଆଯାଇଥିବା ସଙ୍କଳ୍ପପତ୍ରରେ ସ୍ପଷ୍ଟ ଭାବେ କୁହାଯାଇଥିଲା ଯେ ସୁଭଦ୍ରା ଯୋଜନା […] The post ‘ସୁଭଦ୍ରା’ ଯୋଜନାକୁ ନେଇ ପ୍ରଶ୍ନ ଉଠାଇଲେ ପ୍ରମିଳା appeared first on Dharitri Odia News.

‘ସୁଭଦ୍ରା’ ଯୋଜନାକୁ ନେଇ ପ୍ରଶ୍ନ ଉଠାଇଲେ ପ୍ରମିଳା

ଭୁବନେଶ୍ୱର,୧୪।୮(ଅନିଲ ଦାସ):ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୁଭଦ୍ରା ଯୋଜନାର ଏସ୍‌ଓପି ପ୍ରକାଶ କରିବା ପୂର୍ବରୁ ଜିଲାପାଳମାନଙ୍କ ଦ୍ୱାରା ଜନସାଧାରଣଙ୍କଠାରୁ ଫିଡ୍‌ବ୍ୟାକ ନିଆଯିବ ବୋଲି ଦେଇଥିବା ମନ୍ତବ୍ୟରୁ ଏହି ଯୋଜନାର ସଫଳ ରୂପାୟନକୁ ନେଇ ଜନସାଧାରଣଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି। ମଙ୍ଗଳବାର ଶଙ୍ଖ ଭବନଠାରେ ଖବରଦାତା ସମ୍ମିଳନୀରେ ସେ କହିଛନ୍ତି, ନିର୍ବାଚନ ବେଳେ ଭାଜପା ଦ୍ୱାରା ଦିଆଯାଇଥିବା ସଙ୍କଳ୍ପପତ୍ରରେ ସ୍ପଷ୍ଟ ଭାବେ କୁହାଯାଇଥିଲା ଯେ ସୁଭଦ୍ରା ଯୋଜନା ମାଧ୍ୟମରେ ରାଜ୍ୟର ପ୍ରତ୍ୟେକ ମହିଳାଙ୍କୁ ୫୦,୦୦୦ ଟଙ୍କାର କ୍ୟାଶ୍‌ ଭାଉଚର ପ୍ରଦାନ କରାଯିବ; ଯାହାକୁ ସେମାନେ ୨ ବର୍ଷ ଭିତରେ ଖର୍ଚ୍ଚ କରିପାରିବେ। କ୍ଷମତାକୁ ଆସିବା ପରେ ଭାଜପା ସରକାରଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ବଜେଟରେ ସୁଭଦ୍ରା ଯୋଜନା ପାଇଁ ମାତ୍ର ୧୦,୦୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଏହି ପରିମାଣରେ ରାଜ୍ୟର ମାତ୍ର ୨୦ ଲକ୍ଷ ମହିଳା ସାମିଲ ହୋଇପାରିବେ। ଏହି ଯୋଜନାରେ ରାଜ୍ୟର ପ୍ରତ୍ୟେକ ମହିଳା ଲାଭବାନ ହୋଇପାରିବେ ନାହିଁ ବୋଲି ପ୍ରମିଳା କହିଛନ୍ତି। ପୁଣି ଉପମୁଖ୍ୟମନ୍ତ୍ରୀ ଦେଇଥିବା ମନ୍ତବ୍ୟ, ଏସ୍‌ଓପି ପ୍ରକାଶ ପୂର୍ବରୁ ଜିଲାପାଳଙ୍କ ମାଧ୍ୟମରେ ଜନସାଧାରଣଙ୍କଠାରୁ ଫିଡ୍‌ବ୍ୟାକ୍‌ ଗ୍ରହଣ କରାଯିବା କଥା ସର୍ବସାଧାରଣଙ୍କ ଦ୍ୱାରା ଗ୍ରହଣୀୟ ହୋଇପାରୁନାହିଁ। ଭତ୍ତା ବୃଦ୍ଧି ପ୍ରସଙ୍ଗରେ ଚତୁରତାର ସହ କେବଳ ୮୦ ବର୍ଷରୁ ଊର୍ଦ୍ଧ୍ୱ ବରିଷ୍ଠ ନାଗରିକ ଓ ୮୦ ପ୍ରତିଶତରୁ ଊର୍ଦ୍ଧ୍ୱ ଭିନ୍ନକ୍ଷମଙ୍କ ଭତ୍ତା ବୃଦ୍ଧି କରି ସଂଖ୍ୟାଧିକ ଭତ୍ତା ପାଉଥିବା ଲୋକଙ୍କ ସହ ପ୍ରତାରଣା କରିଥିବା ସରକାର, ସୁଭଦ୍ରା ଯୋଜନାରେ ମଧ୍ୟ ଅଧିକାଂଶ ମହିଳାଙ୍କ ସହ ଚଞ୍ଚକତା କରିବାକୁ ଯାଉଛନ୍ତି। ରାଜ୍ୟର ୩୦ ଜିଲାରୁ ଫିଡ୍‌ବ୍ୟାକ୍‌ ଆଣିବା ପାଇଁ ମାତ୍ର ୧୦ ଜିଲାପାଳଙ୍କୁ ଦାୟିତ୍ୱ ଦେବା କେବଳ ଧର୍ମକୁ ଆଖିଠାର ସଦୃଶ। ଏହି ଫିଡ୍‌ବ୍ୟାକ୍‌ ଆଣିବା ଆଳରେ କିପରି ଅଧିକାଂଶ ମହିଳା ସୁଭଦ୍ରା ଯୋଜନା ହିତାଧିକାରୀ ତାଲିକାରୁ ବାଦ୍‌ ପଡ଼ିବେ ସେହି ବ୍ୟବସ୍ଥା କରିବା ପାଇଁ ଜିଲାପାଳଙ୍କୁ ଦାୟିତ୍ୱ ଦିଆଯାଇଛି। ଭାଜପା ପାଖରେ ଏସ୍‌ଓପି ପ୍ରସ୍ତୁତ ନ ଥିଲା ବେଳେ ଗତ ନିର୍ବାଚନ ସମୟରେ ମହିଳା ମାନଙ୍କୁ ସୁଭଦ୍ରା ଯୋଜନା ପାଇଁ ଫର୍ମ ପୂରଣ କରେଇବା ଓ ସେମାନଙ୍କୁ ଆୟ ପ୍ରମାଣପତ୍ର ଓ ଜାତି ପ୍ରମାଣପତ୍ର ଇତ୍ୟାଦି ଯୋଗାଡ଼ କରି ଖର୍ଚ୍ଚାନ୍ତ କରିବା ଭାଜପାକୁ ମହଙ୍ଗା ପଡ଼ିବ। ରାଜ୍ୟର ମହିଳାମାନେ ଭାଜପାକୁ ଉଚିତ ଜବାବ ଦେବେ ବୋଲି ପ୍ରମିଳା କହିଛନ୍ତି।

The post ‘ସୁଭଦ୍ରା’ ଯୋଜନାକୁ ନେଇ ପ୍ରଶ୍ନ ଉଠାଇଲେ ପ୍ରମିଳା appeared first on Dharitri Odia News.