ଜୟଶଙ୍କରଙ୍କୁ ଭେଟିଲେ ମୁଇଜୁ
ନୂଆଦିଲ୍ଲୀ, ୭।୧୦: ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ରବିବାର ତାଙ୍କ ୪ ଦିନିଆ ଭାରତ ଗସ୍ତ ଆରମ୍ଭ କରିଛନ୍ତି। ସେ ମାଳଦ୍ୱୀପର ପ୍ରଥମ ମହିଳା ସାଜିଦା ମହମ୍ମଦଙ୍କ ସହ ଦିଲ୍ଲୀରେ ଆସି ପହଞ୍ଚିଛନ୍ତି। ଏହାପରେ ସେ ବହିର୍ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କରଙ୍କ ସହ ଆଲୋଚନା କରିଛନ୍ତି। ଏନେଇ ଜୟଶଙ୍କର ଏକ୍ସ’ରେ ସୂଚନା ଦେଇଛନ୍ତି। ଭାରତ ଓ ମାଳଦ୍ୱୀପ ମଧ୍ୟରେ ଥିବା ସମ୍ପର୍କକୁ ବଢ଼ାଇବା ପାଇଁ ମୁଇଜୁଙ୍କ ଏହି ଗସ୍ତ ସହାୟକ ହେବ ବୋଲି ସେ କହିଛନ୍ତି। ଉଭୟ ଦେଶର […] The post ଜୟଶଙ୍କରଙ୍କୁ ଭେଟିଲେ ମୁଇଜୁ appeared first on Dharitri Odia News.
ନୂଆଦିଲ୍ଲୀ, ୭।୧୦: ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ରବିବାର ତାଙ୍କ ୪ ଦିନିଆ ଭାରତ ଗସ୍ତ ଆରମ୍ଭ କରିଛନ୍ତି। ସେ ମାଳଦ୍ୱୀପର ପ୍ରଥମ ମହିଳା ସାଜିଦା ମହମ୍ମଦଙ୍କ ସହ ଦିଲ୍ଲୀରେ ଆସି ପହଞ୍ଚିଛନ୍ତି। ଏହାପରେ ସେ ବହିର୍ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କରଙ୍କ ସହ ଆଲୋଚନା କରିଛନ୍ତି। ଏନେଇ ଜୟଶଙ୍କର ଏକ୍ସ’ରେ ସୂଚନା ଦେଇଛନ୍ତି। ଭାରତ ଓ ମାଳଦ୍ୱୀପ ମଧ୍ୟରେ ଥିବା ସମ୍ପର୍କକୁ ବଢ଼ାଇବା ପାଇଁ ମୁଇଜୁଙ୍କ ଏହି ଗସ୍ତ ସହାୟକ ହେବ ବୋଲି ସେ କହିଛନ୍ତି। ଉଭୟ ଦେଶର ପାରସ୍ପରିକ ସ୍ବାର୍ଥକୁ ଦୃଷ୍ଟିରେ ରଖି ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ମୁଇଜୁଙ୍କର ବିଭିନ୍ନ ଦ୍ୱିପାକ୍ଷିକ, ଆଞ୍ଚଳିକ ଏବଂ ଅନ୍ତର୍ଜାତୀୟ ପ୍ରସଙ୍ଗରେ ଆଲୋଚନା ହେବ ବୋଲି ଜୟଶଙ୍କର ସୂଚନା ଦେଇଛନ୍ତି। ତେବେ ୪ ମାସ ମଧ୍ୟରେ ଏହା ହେଉଛି ମୁଇଜୁଙ୍କର ଦ୍ୱିତୀୟ ଭାରତ ଗସ୍ତ। ସେ ଗତ ଜୁନ୍ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଶପଥ ଗ୍ରହଣ ସମାରୋହରେ ଯୋଗ ଦେଇଥିଲେ। ତେବେ ଦ୍ୱିପାକ୍ଷିକ ଆଲୋଚନା ପାଇଁ ମୁଇଜୁ ପ୍ରଥମଥର ପାଇଁ ଭାରତ ଗସ୍ତରେ ଆସିଛନ୍ତି।
The post ଜୟଶଙ୍କରଙ୍କୁ ଭେଟିଲେ ମୁଇଜୁ appeared first on Dharitri Odia News.