ସୁଭଦ୍ରା ଯୋଜନାର ଏସ୍ଓପି ଆସିବା ପରେ ଭାଜପାକୁ ନେଇ ଏମିତି କହିଦେଲେ ସୁଲତା
ଭୁବନେଶ୍ୱର,୨୪।୮ (ଅନିଲଦାସ): ବହୁ ଚର୍ଚ୍ଚିତ ସୁଭଦ୍ରା ଯୋଜନାର ଏସ୍ଓପି ଆସିବା ପରେ ଭାଜପା ସୁଭଦ୍ରା ଯୋଜନାକୁ ନେଇ ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତି ପୂରଣ ଦିଗରେ ଚଞ୍ଚକତା କରିଥିବା ଦେଖିବାକୁ ମିଳିଛି । ଏହି ଯୋଜନା ବହୁ ଆଡ଼ମ୍ବରରେ ଲଘୁକ୍ରିୟାରେ ପରିଣତ ହୋଇଛି ବୋଲି ବିଜେଡି ମୁଖପାତ୍ର ସୁଲତା ଦେଓ କହିଛନ୍ତି । ଶୁକ୍ରବାର ଶଙ୍ଖଭନଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଦଳର ସୁଲତା କହିଛନ୍ତି, ରାଜ୍ୟର ଭତ୍ତାଧାରୀମାନଙ୍କ ଭତ୍ତାକୁ ୩୦୦୦ରୁ ୩୫୦୦ ଟଙ୍କାକୁ ବୃଦ୍ଧି କରିବାକୁ ପ୍ରତିଶ୍ରୁତି […] The post ସୁଭଦ୍ରା ଯୋଜନାର ଏସ୍ଓପି ଆସିବା ପରେ ଭାଜପାକୁ ନେଇ ଏମିତି କହିଦେଲେ ସୁଲତା appeared first on Dharitri Odia News.
ଭୁବନେଶ୍ୱର,୨୪।୮ (ଅନିଲଦାସ): ବହୁ ଚର୍ଚ୍ଚିତ ସୁଭଦ୍ରା ଯୋଜନାର ଏସ୍ଓପି ଆସିବା ପରେ ଭାଜପା ସୁଭଦ୍ରା ଯୋଜନାକୁ ନେଇ ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତି ପୂରଣ ଦିଗରେ ଚଞ୍ଚକତା କରିଥିବା ଦେଖିବାକୁ ମିଳିଛି । ଏହି ଯୋଜନା ବହୁ ଆଡ଼ମ୍ବରରେ ଲଘୁକ୍ରିୟାରେ ପରିଣତ ହୋଇଛି ବୋଲି ବିଜେଡି ମୁଖପାତ୍ର ସୁଲତା ଦେଓ କହିଛନ୍ତି ।
ଶୁକ୍ରବାର ଶଙ୍ଖଭନଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଦଳର ସୁଲତା କହିଛନ୍ତି, ରାଜ୍ୟର ଭତ୍ତାଧାରୀମାନଙ୍କ ଭତ୍ତାକୁ ୩୦୦୦ରୁ ୩୫୦୦ ଟଙ୍କାକୁ ବୃଦ୍ଧି କରିବାକୁ ପ୍ରତିଶ୍ରୁତି ଦେଇଥିବା ବେଳେ ରାଜ୍ୟ ବଜେଟରେ କେବଳ ୮୦ ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ଓ ୮୦ ପ୍ରତିଶତରୁ ଊର୍ଦ୍ଧ୍ୱ ବିକଳାଙ୍ଗଙ୍କ ଭତ୍ତା ବୃଦ୍ଧି କରିଥିଲେ ହେଁ ରାଜ୍ୟର ପ୍ରାୟ ୯୦ ପ୍ରତିଶତ ଭତ୍ତାଧାରୀମାନେ ଏହି ସୁବିଧା ପାଇବାରୁ ବଞ୍ଚିତ ହୋଇଛନ୍ତି। ସୁଭଦ୍ରା ଯୋଜନାରେ ରାଜ୍ୟର ପ୍ରତ୍ୟେକ ମହିଳାଙ୍କୁ ୨ ବର୍ଷରେ ୫୦ ହଜାର ଟଙ୍କାର ଭାଉଚର ପ୍ରଦାନ କରାଯିବ ବୋଲି ଭାଜପା ତରଫରୁ କୁହାଯାଇଥିଲା। ଏହି ଯୋଜନାର ହିତାଧିକାରୀମାନେ୨ ବର୍ଷରେ ୫୦ ହଜାର ଟଙ୍କା ଅର୍ଥାତ୍ ମାସିକ ପ୍ରାୟ ୨୧୦୦ଟଙ୍କା ପାଇବେ ବୋଲି କୁହାଯାଇଥିଲା। ପ୍ରକାଶିତ ହୋଇଥିବା ଏସ୍ଓପିରେ ସ୍ପଷ୍ଟ ହୋଇଛି ଯେ, ୨ ବର୍ଷରେ ନୁହେଁ ୫ ବର୍ଷରେ ୫୦ ହଜାର ଟଙ୍କା ମିଳିବ; ଯାହାର ଅର୍ଥ ମାସକୁ ୨୧୦୦ ଟଙ୍କା ନୁହେଁ ବରଂ ମାତ୍ର ୮୩୩ ଟଙ୍କା ମିଳିବ। ଭାଜପାଶାସିତ ରାଜ୍ୟରେ ଯେଉଁଠି ଆଳୁ ଦର ୪୦ ଉପରେ ଓ ପିଆଜ ଦର ୫୫ ଟଙ୍କା ରହିଛି, ସେହି ସମୟରେ ମାତ୍ର ୨୭ ଟଙ୍କା ପ୍ରଦାନ ରାଜ୍ୟର ମହିଳାଙ୍କ ଦୁଃଖ ଦୂର କରିବାରେ କେତେଦୂର ସହାୟକ ହେବ ବୋଲି ସୁଲତା ପ୍ରଶ୍ନ କରିଛନ୍ତି। ପ୍ରାୟ ରାଜ୍ୟର ଭତ୍ତାଧାରୀଙ୍କ ପରି ମହିଳାମାନେ ମଧ୍ୟ ଭାଜପାର ପ୍ରବଞ୍ଚନାର ଶିକାର ହୋଇଛନ୍ତି। ଏହି ଏସ୍ଓପିରେ କୁହାଯାଇଛି, ମାସିକ ୧୫୦୦ ଟଙ୍କା ସରକାରୀ ସହାୟତା ପାଉଥିବା ମହିଳାମାନେ ମଧ୍ୟ ଏହି ଯୋଜନାରୁ ବଞ୍ଚିତ ହେବେ। ତେଣୁ ଏଥିରୁ ସ୍ପଷ୍ଟ ହେଉଛି, ରାଜ୍ୟରେ କାର୍ଯ୍ୟରତ ଅଙ୍ଗନଓ୍ବାଡି କର୍ମୀ, ଆଶା କର୍ମୀ, ସିଆର୍ପି, ଏମ୍ବିକେ, ପାଚିକା ଇତ୍ୟାଦି ଏହି ଯୋଜନାରୁ ବଞ୍ଚିତ ହେବେ। ଏସ୍ଓପି ପ୍ରକାଶ ପରେ ସ୍ପଷ୍ଟ ହୋଇଛି, ରାଜ୍ୟର ପ୍ରାୟ ୧ କୋଟି ମହିଳା ଏହି ଯୋଜନାରୁ ବଞ୍ଚିତ ହେବେ ବୋଲି ସୁଲତା କହିଛନ୍ତି ।
The post ସୁଭଦ୍ରା ଯୋଜନାର ଏସ୍ଓପି ଆସିବା ପରେ ଭାଜପାକୁ ନେଇ ଏମିତି କହିଦେଲେ ସୁଲତା appeared first on Dharitri Odia News.