ସୁଭଦ୍ରା ଯୋଜନାର ଫାଇନାଲ ଗାଇଡଲାଇନ ଜାରି

 ଭୁବନେଶ୍ୱର : ସୁଭଦ୍ରା ଯୋଜନାର ଫାଇନାଲ ଗାଇଡଲାଇନ ଜାରି । ନିର୍ଦ୍ଦେଶାବଳୀ ସଂପର୍କରେ ଜିଲ୍ଲାପାଳଙ୍କୁ ଅବଗତ କଲା ମହିଳା ଓ ଶିଶୁ ବିକାଶ ବିଭାଗ । ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଏବଂ ରାଜ୍ୟ ଖାଦ୍ୟ ନିରାପତ୍ତା ଯୋଜନାର ହିତାଧିକାରୀ ହୋଇଥିଲେ ସୁଭଦ୍ରା ଯୋଜନାରେ ସାମିଲ ହୋଇପାରିବେ ମହିଳା । ଯଦି କୌଣସି ମହିଳାଙ୍କର ରାସନ କାର୍ଡ଼ ନଥିବ, ତାହେଲେ ମଧ୍ୟ ସେ ଆବେଦନ କରିପାରିବେ । ତେବେ ସେମାନଙ୍କର ଆୟ ବାର୍ଷିକ ଅଢେଇ ଲକ୍ଷରୁ କମ୍ […] The post ସୁଭଦ୍ରା ଯୋଜନାର ଫାଇନାଲ ଗାଇଡଲାଇନ ଜାରି appeared first on KNews Odisha.

ସୁଭଦ୍ରା ଯୋଜନାର ଫାଇନାଲ ଗାଇଡଲାଇନ ଜାରି
subhadra-

 ଭୁବନେଶ୍ୱର : ସୁଭଦ୍ରା ଯୋଜନାର ଫାଇନାଲ ଗାଇଡଲାଇନ ଜାରି । ନିର୍ଦ୍ଦେଶାବଳୀ ସଂପର୍କରେ ଜିଲ୍ଲାପାଳଙ୍କୁ ଅବଗତ କଲା ମହିଳା ଓ ଶିଶୁ ବିକାଶ ବିଭାଗ । ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଏବଂ ରାଜ୍ୟ ଖାଦ୍ୟ ନିରାପତ୍ତା ଯୋଜନାର ହିତାଧିକାରୀ ହୋଇଥିଲେ ସୁଭଦ୍ରା ଯୋଜନାରେ ସାମିଲ ହୋଇପାରିବେ ମହିଳା । ଯଦି କୌଣସି ମହିଳାଙ୍କର ରାସନ କାର୍ଡ଼ ନଥିବ, ତାହେଲେ ମଧ୍ୟ ସେ ଆବେଦନ କରିପାରିବେ ।

ତେବେ ସେମାନଙ୍କର ଆୟ ବାର୍ଷିକ ଅଢେଇ ଲକ୍ଷରୁ କମ୍ ହୋଇଥିବା ଆବଶ୍ୟକ । ଅନ୍ୟ ସମସ୍ତ ଯୋଗ୍ୟତା ମାନଦଣ୍ଡ ସମାନ ରହିଛି ।  ଆବେଦନକାରୀ ଓଡ଼ିଶା ବାସିନ୍ଦା ହୋଇଥିବା ଆବଶ୍ୟକ । ବୟସ ସୀମା ୨୧ ବର୍ଷରୁ ଅଧିକ ଓ ୬୦ ବର୍ଷରୁ କମ୍ ହୋଇଥିବ । ଆଧାରକାର୍ଡ଼ ଜନ୍ମ ତାରିଖକୁ ବୟସ ଗଣନା ପାଇଁ ଗ୍ରହଣ ହେବ। ଅଫଲାଇନ୍ ଓ ଅନଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ।

The post ସୁଭଦ୍ରା ଯୋଜନାର ଫାଇନାଲ ଗାଇଡଲାଇନ ଜାରି appeared first on KNews Odisha.