ସୁଭଦ୍ରା ଯୋଜନାରେ ଆବେଦନ କରିପାରିବେ ଅଙ୍ଗନବାଡ଼ି ଏବଂ ଆଶା କର୍ମୀ, ଟୋଲ୍ ଫ୍ରି ନମ୍ୱର ଜାରି
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଦ୍ୱାରା ସୁଭଦ୍ରା ଯୋଜନାର ଆନୁଷ୍ଠାନିକ ମାର୍ଗଦର୍ଶିକା ଜାରି କରାଯାଇଛି । ମାର୍ଗଦର୍ଶିକା ଅନୁସାରେ ଅଙ୍ଗନବାଡ଼ି କର୍ମୀ, ସହାୟିକା, ଆଶା କର୍ମୀ, କମ୍ୟୁନିଟି ରିସୋର୍ସ ପର୍ସନ (ସିଆରପି), ମାଷ୍ଟର ବୁକ୍ କିପର ଏବଂ ଆଉଟସୋରସିଂ ଏଜେନ୍ସି ଦ୍ୱାରା ନିଯୁକ୍ତ ମହିଳାମାନେ ଯୋଗ୍ୟ ଥିଲେ ସୁଭଦ୍ରା ଯୋଜନାରେ ଆବେଦନ କରିପାରିବେ ।ଏହାସହ ଯୋଜନାର ସଫଳ ରୂପାୟନ ପାଇଁ ମହିଳା ଓ ଶିଶୁ ବିକାଶ ବିଭାଗ ତରଫରୁ ଟୋଲ ଫ୍ରି ନମ୍ୱର -୧୪୬୭୮ ଜାରି କରାଯାଇଛି । ଏହି ନମ୍ୱର ସକାଳ ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହେବ । ଏହି ଅବଧିରେ ଯେକୌଣସି ବ୍ୟକ୍ତି ଏହି ଟୋଲ୍ ଫ୍ରି ନମ୍ୱରରେ କଲ୍ କରି ସୁଭଦ୍ର ଯୋଜନା ଅନ୍ତର୍ଗତ ସମସ୍ତ ତଥ୍ୟ ପାରିବେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଦ୍ୱାରା ସୁଭଦ୍ରା ଯୋଜନାର ଆନୁଷ୍ଠାନିକ ମାର୍ଗଦର୍ଶିକା ଜାରି କରାଯାଇଛି । ମାର୍ଗଦର୍ଶିକା ଅନୁସାରେ ଅଙ୍ଗନବାଡ଼ି କର୍ମୀ, ସହାୟିକା, ଆଶା କର୍ମୀ, କମ୍ୟୁନିଟି ରିସୋର୍ସ ପର୍ସନ (ସିଆରପି), ମାଷ୍ଟର ବୁକ୍ କିପର ଏବଂ ଆଉଟସୋରସିଂ ଏଜେନ୍ସି ଦ୍ୱାରା ନିଯୁକ୍ତ ମହିଳାମାନେ ଯୋଗ୍ୟ ଥିଲେ ସୁଭଦ୍ରା ଯୋଜନାରେ ଆବେଦନ କରିପାରିବେ ।
ଏହାସହ ଯୋଜନାର ସଫଳ ରୂପାୟନ ପାଇଁ ମହିଳା ଓ ଶିଶୁ ବିକାଶ ବିଭାଗ ତରଫରୁ ଟୋଲ ଫ୍ରି ନମ୍ୱର -୧୪୬୭୮ ଜାରି କରାଯାଇଛି । ଏହି ନମ୍ୱର ସକାଳ ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହେବ । ଏହି ଅବଧିରେ ଯେକୌଣସି ବ୍ୟକ୍ତି ଏହି ଟୋଲ୍ ଫ୍ରି ନମ୍ୱରରେ କଲ୍ କରି ସୁଭଦ୍ର ଯୋଜନା ଅନ୍ତର୍ଗତ ସମସ୍ତ ତଥ୍ୟ ପାରିବେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।