ଟୁଇନସିଟିରେ କମିଛି, ଜଳୁଛି ଉପକୂଳ: ସାଢେ ୧୧ ସୁଦ୍ଧା ସବୁଠୁ ଉତ୍ତପ୍ତ ବାଲେଶ୍ୱର
ଭୁବନେଶ୍ୱର ୨୨/୦୪: ସାରା ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ । ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ଆଜି ମଧ୍ୟ ହିଟ୍ ୱେଭ ସ୍ଥିତି ଜାରି ରହିବ ବୋଲି ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର । ୧୪ଟି ଜିଲ୍ଲା ପାଇଁ ଅରେଂଜ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ୮ଟି ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ତେବେ ରବିରାରଠୁ ରାଜ୍ୟର କିଛି ସ୍ଥାନରେ କାଳବୈଶାଖୀ ବର୍ଷା ଆରମ୍ଭ ହୋଇଯାଇଛି ।କାଳବୈଶାଖୀ ବର୍ଷା ଯୋଗୁଁ ଏବେ ଦିନେ-ଦୁଇ ଦିନ ମଧ୍ୟରେ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ହ୍ରାସ ପାଇପାରେ । ଗ୍ରୀଷ୍ମ ପ୍ରବାହ ହ୍ରାସ ପାଇଲେ ବି ଉଷ୍ମ-ଆର୍ଦ୍ର ସ୍ଥିତି ଲାଗିରହିବ । ଫଳରେ ଗରମ ଓ ଗୁଳୁଗୁଳି ଅନୁଭୂତ ହେବ । ଏହାପରେ ୨୫ ତାରିଖରୁ ପୁଣି ତାତି ବଢିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ସକାଳ ସାଢେ ୧୧ ଟା ସୁଦ୍ଧା ରେକର୍ଡ ହୋଇଛି ରାଜ୍ୟର ବିଭିନ୍ନ ସ୍ଥାନର ତାପମାତ୍ରା । ବାଲେଶ୍ୱରର ତାପମାତ୍ରା ୪୦.୪°C, ଭୁବନେଶ୍ୱରର ତାପମାତ୍ରା ୩୯.୮°C, ଚାନ୍ଦବାଲିର ୩୯.୮°C, କେନ୍ଦୁଝରର ତାପମାତ୍ରା ୩୭.୬°C, ଗୋପାଳପୁରର ତାପମାତ୍ରା ୩୬.୬°C, ସମ୍ବଲପୁରର ତାପମାତ୍ରା ୩୬.୬°C, ଝାରସୁଗୁଡାର ତାପମାତ୍ରା ୩୬.୪°C, ପାରାଦୀପର ତାପମାତ୍ରା ୩୫.୪°C, ପୁରୀର ତାପମାତ୍ରା ୩୪.୮°C, ହୀରାକୁଦର ତାପମାତ୍ରା ୩୪.୮°C, ରାଉରକେଲାର ତାପମାତ୍ରା ୩୪.୪°C ରେକର୍ଡ ହୋଇଛି ।
ଭୁବନେଶ୍ୱର ୨୨/୦୪: ସାରା ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ । ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ଆଜି ମଧ୍ୟ ହିଟ୍ ୱେଭ ସ୍ଥିତି ଜାରି ରହିବ ବୋଲି ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର । ୧୪ଟି ଜିଲ୍ଲା ପାଇଁ ଅରେଂଜ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ୮ଟି ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ତେବେ ରବିରାରଠୁ ରାଜ୍ୟର କିଛି ସ୍ଥାନରେ କାଳବୈଶାଖୀ ବର୍ଷା ଆରମ୍ଭ ହୋଇଯାଇଛି ।
କାଳବୈଶାଖୀ ବର୍ଷା ଯୋଗୁଁ ଏବେ ଦିନେ-ଦୁଇ ଦିନ ମଧ୍ୟରେ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ହ୍ରାସ ପାଇପାରେ । ଗ୍ରୀଷ୍ମ ପ୍ରବାହ ହ୍ରାସ ପାଇଲେ ବି ଉଷ୍ମ-ଆର୍ଦ୍ର ସ୍ଥିତି ଲାଗିରହିବ । ଫଳରେ ଗରମ ଓ ଗୁଳୁଗୁଳି ଅନୁଭୂତ ହେବ । ଏହାପରେ ୨୫ ତାରିଖରୁ ପୁଣି ତାତି ବଢିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।
ସକାଳ ସାଢେ ୧୧ ଟା ସୁଦ୍ଧା ରେକର୍ଡ ହୋଇଛି ରାଜ୍ୟର ବିଭିନ୍ନ ସ୍ଥାନର ତାପମାତ୍ରା । ବାଲେଶ୍ୱରର ତାପମାତ୍ରା ୪୦.୪°C, ଭୁବନେଶ୍ୱରର ତାପମାତ୍ରା ୩୯.୮°C, ଚାନ୍ଦବାଲିର ୩୯.୮°C, କେନ୍ଦୁଝରର ତାପମାତ୍ରା ୩୭.୬°C, ଗୋପାଳପୁରର ତାପମାତ୍ରା ୩୬.୬°C, ସମ୍ବଲପୁରର ତାପମାତ୍ରା ୩୬.୬°C, ଝାରସୁଗୁଡାର ତାପମାତ୍ରା ୩୬.୪°C, ପାରାଦୀପର ତାପମାତ୍ରା ୩୫.୪°C, ପୁରୀର ତାପମାତ୍ରା ୩୪.୮°C, ହୀରାକୁଦର ତାପମାତ୍ରା ୩୪.୮°C, ରାଉରକେଲାର ତାପମାତ୍ରା ୩୪.୪°C ରେକର୍ଡ ହୋଇଛି ।