‘ସୁଭଦ୍ରା’କୁ ନେଇ ଗୃହରେ ହଙ୍ଗମା,୧୧ଟା ୩୦ ଯାଏ ମୁଲତବୀ

ଭୁବନେଶ୍ୱର ୦୨।୦୯ : ବିଧାନସଭା ଆରମ୍ଭରୁ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ । ଯାହାଫଳରେ ଗୃହକୁ ୧୧ ଟା ୩୦ ଯାଏଁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ସୁରମା ପାଢୀ । ଗୋଟିଏ ଦିନର ବିରତି ପରେ ସୋମବାର ଦିନ ଆରମ୍ଭ ହୋଇଥିବା ବିଧାନସଭା କାର୍ଯ୍ୟକାଳ । ସୁଭଦ୍ରା ଯୋଜନା, ଚିକିଟି ମଦ ମୃତ୍ୟୁ ସହ ବିଭିନ୍ନ ପ୍ରସଙ୍ଗ ନେଇ ବିଧାନସଭାର ପ୍ରଶ୍ନକାଳ ସମୟରେ ହୋହାଲ୍ଲା ଏବଂ ନାରାବାଜି କରିଥିଲେ ବିରୋଧୀ । ଏପରିକି ଗୃହ ମଧ୍ୟ ଭାଗକୁ ଆସି ବିରୋଧୀ ସଦସ୍ୟମାନେ ନାରାବାଜି କରିଥିଲେ । ଏହାସହିତ ବାଚସ୍ପତିଙ୍କ ପୋଡିୟମ୍‌ ଉପରକୁ ଚଢିବାକୁ ଉଦ୍ୟମ କରିଥିଲେ ବିରୋଧୀ ସଦସ୍ୟ । ଶେଷରେ ବାଧ୍ୟ ହୋଇ ଗୃହ ୧୧ ଟା ୩୦ ଯାଏଁ ମୁଲତବୀ ଘୋଷଣା କରାଯାଇଛି । ବାଚସ୍ପତି ସୁରମା ପାଢୀ ବିଧାନସଭାକୁ ମୁଲତବୀ ନେଇ ଘୋଷଣା କରିଛନ୍ତି ।  

‘ସୁଭଦ୍ରା’କୁ ନେଇ ଗୃହରେ ହଙ୍ଗମା,୧୧ଟା ୩୦ ଯାଏ ମୁଲତବୀ

ଭୁବନେଶ୍ୱର ୦୨।୦୯ : ବିଧାନସଭା ଆରମ୍ଭରୁ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ । ଯାହାଫଳରେ ଗୃହକୁ ୧୧ ଟା ୩୦ ଯାଏଁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ସୁରମା ପାଢୀ । 

ଗୋଟିଏ ଦିନର ବିରତି ପରେ ସୋମବାର ଦିନ ଆରମ୍ଭ ହୋଇଥିବା ବିଧାନସଭା କାର୍ଯ୍ୟକାଳ । ସୁଭଦ୍ରା ଯୋଜନା, ଚିକିଟି ମଦ ମୃତ୍ୟୁ ସହ ବିଭିନ୍ନ ପ୍ରସଙ୍ଗ ନେଇ ବିଧାନସଭାର ପ୍ରଶ୍ନକାଳ ସମୟରେ ହୋହାଲ୍ଲା ଏବଂ ନାରାବାଜି କରିଥିଲେ ବିରୋଧୀ । ଏପରିକି ଗୃହ ମଧ୍ୟ ଭାଗକୁ ଆସି ବିରୋଧୀ ସଦସ୍ୟମାନେ ନାରାବାଜି କରିଥିଲେ । ଏହାସହିତ ବାଚସ୍ପତିଙ୍କ ପୋଡିୟମ୍‌ ଉପରକୁ ଚଢିବାକୁ ଉଦ୍ୟମ କରିଥିଲେ ବିରୋଧୀ ସଦସ୍ୟ । ଶେଷରେ ବାଧ୍ୟ ହୋଇ ଗୃହ ୧୧ ଟା ୩୦ ଯାଏଁ ମୁଲତବୀ ଘୋଷଣା କରାଯାଇଛି । ବାଚସ୍ପତି ସୁରମା ପାଢୀ ବିଧାନସଭାକୁ ମୁଲତବୀ ନେଇ ଘୋଷଣା କରିଛନ୍ତି ।