ସୁରକ୍ଷା କର୍ମୀ-ମାଓବାଦୀ ମୁହାଁମୁହିଁ: ଜଣେ ମାଓବାଦୀ ନିହତ
ବାଲିଗୁଡା,୨୫।୧୦ (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମିଡ଼ିଆକିଆ ପଞ୍ଚାୟତର ସେସାର ଗାଁ -ଅଡାଙ୍ଗି ଜଙ୍ଗଲରେ ମାଓବାଦୀ କ୍ୟାମ୍ପ ରହିଥିବା ଗୋଇନ୍ଦା ସୂଚନା ମୁତାବକ, ଶୁକ୍ରବାର ସକାଳୁ ଏସଓଜି ଏବଂ ଡିଏଭିଏଫ ସୁରକ୍ଷା ଯବାନ କୁମ୍ବିଂ ବେଳେ ହେଲେ ସୁରକ୍ଷାକର୍ମୀ ମାଓବାଦୀ-ମୁହାଁମୁହିଁ ହୋଇଥିଲେ। ଏହା ପରେ ମାଓବାଦୀମାନେ ସୁରକ୍ଷାକର୍ମୀଙ୍କୁ ଗୁଳି ଚଳାଇବାରୁ ସୁରକ୍ଷା କର୍ମୀ ଗୁଳିବିନିମୟ କରିଥିବା କୁହାଯାଇଛି। ଗୁଳି ବିନିମୟରେ ଜଣେ ମାଓବାଦୀ ନିହତ ସହ ଘଟଣାସ୍ଥଳରୁ ବହୁ ମାଓ ସାମଗ୍ରୀ […] The post ସୁରକ୍ଷା କର୍ମୀ-ମାଓବାଦୀ ମୁହାଁମୁହିଁ: ଜଣେ ମାଓବାଦୀ ନିହତ appeared first on Dharitri Odia News.
ବାଲିଗୁଡା,୨୫।୧୦ (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମିଡ଼ିଆକିଆ ପଞ୍ଚାୟତର ସେସାର ଗାଁ -ଅଡାଙ୍ଗି ଜଙ୍ଗଲରେ ମାଓବାଦୀ କ୍ୟାମ୍ପ ରହିଥିବା ଗୋଇନ୍ଦା ସୂଚନା ମୁତାବକ, ଶୁକ୍ରବାର ସକାଳୁ ଏସଓଜି ଏବଂ ଡିଏଭିଏଫ ସୁରକ୍ଷା ଯବାନ କୁମ୍ବିଂ ବେଳେ ହେଲେ ସୁରକ୍ଷାକର୍ମୀ ମାଓବାଦୀ-ମୁହାଁମୁହିଁ ହୋଇଥିଲେ। ଏହା ପରେ ମାଓବାଦୀମାନେ ସୁରକ୍ଷାକର୍ମୀଙ୍କୁ ଗୁଳି ଚଳାଇବାରୁ ସୁରକ୍ଷା କର୍ମୀ ଗୁଳିବିନିମୟ କରିଥିବା କୁହାଯାଇଛି। ଗୁଳି ବିନିମୟରେ ଜଣେ ମାଓବାଦୀ ନିହତ ସହ ଘଟଣାସ୍ଥଳରୁ ବହୁ ମାଓ ସାମଗ୍ରୀ ଜବତ ହୋଇଥିବା ସୂଚନା ମିଳିଛି। କେକେବିଏନ ମାଓ ସଙ୍ଗଠନ କିଛି ଦିନ ତଳେ ଶେଶାର ଗାଁ, ଦାସୁଙ୍ଗିଆ, ଆଟ୍ରେନଜୀ, ମାଡଙ୍ଗା,ଅଡାଙ୍ଗି ଜଙ୍ଗଲ ରେ ରହିବା ସହ କଳାହାଣ୍ଡି ଜିଲା ଓ କନ୍ଧମାଳ ଜିଲାରେ ନିଜ କାୟା ବିସ୍ତାର ପାଇଁ ଉଦ୍ୟମ ଜାରି ରଖିଥିଲେ। ବର୍ତ୍ତମାନ ଗୁଳି ବିନିମୟ ଶେଷ ହୋଇଥିବା ବେଳେ ସୁରକ୍ଷା କର୍ମୀ ଜଙ୍ଗଲ ଛାଡ଼ି ଆସିଥିବା ଜଣାପଡିଛି ଓ ମାଓବାଦୀମାନେ ଛତ୍ର ଭଙ୍ଗ ଦେଇଥିବା ଖବର ମିଳିଛି l
The post ସୁରକ୍ଷା କର୍ମୀ-ମାଓବାଦୀ ମୁହାଁମୁହିଁ: ଜଣେ ମାଓବାଦୀ ନିହତ appeared first on Dharitri Odia News.