ସୁରକ୍ଷା ଦୃଷ୍ଟିରୁ ସ୍ପାଏଓ୍ବେର ବ୍ୟବହାର ଭୁଲ୍ ନୁହେଁ: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୩୦ା୪:ଦେଶର ସୁରକ୍ଷା ଉଦ୍ଦେଶ୍ୟରେ ସ୍ପାଏଓ୍ବେର ବ୍ୟବହାର କରାଗଲେ କିଛି ଭୁଲ୍ ନାହିଁ, ତେବେ ସିଭିଲ୍ ସୋସାଇଟି ସଦସ୍ୟମାନଙ୍କର ପ୍ରିଭେସି ଅଧିକାର ରହିଛି, ଯାହା ସମ୍ବିଧାନ ଦ୍ୱାରା ସୁରକ୍ଷିତ ବୋଲି ସୁପ୍ରିମକୋର୍ଟ ମଙ୍ଗଳବାର କହିଛନ୍ତି। ଆତଙ୍କବାଦୀମାନଙ୍କ ବିରୋଧରେ ସ୍ବାଏଓ୍ବେର ବ୍ୟବହାରରେ ଭୁଲ୍ କେଉଁଠି ବୋଲି ସର୍ବୋଚ୍ଚ ଅଦାଲତ ବିସ୍ମୟ ପ୍ରକାଶ କରିଛନ୍ତି। ସ୍ପାଏଓ୍ବେର ରଖିବା ଭୁଲ୍ ନୁହେଁ, କିନ୍ତୁ କାହା ବିରୋଧରେ ଏହାକୁ ବ୍ୟବହାର କରାଯାଉଛି, ତାହା ହେଉଛି ପ୍ରଶ୍ନ। ଆପଣ ଦେଶର ସୁରକ୍ଷାକୁ ଜଳାଞ୍ଜଳି ଦେଇପାରିବେ ନାହିଁ […] The post ସୁରକ୍ଷା ଦୃଷ୍ଟିରୁ ସ୍ପାଏଓ୍ବେର ବ୍ୟବହାର ଭୁଲ୍ ନୁହେଁ: ସୁପ୍ରିମକୋର୍ଟ appeared first on Dharitri Odia News.
ନୂଆଦିଲ୍ଲୀ,୩୦ା୪:ଦେଶର ସୁରକ୍ଷା ଉଦ୍ଦେଶ୍ୟରେ ସ୍ପାଏଓ୍ବେର ବ୍ୟବହାର କରାଗଲେ କିଛି ଭୁଲ୍ ନାହିଁ, ତେବେ ସିଭିଲ୍ ସୋସାଇଟି ସଦସ୍ୟମାନଙ୍କର ପ୍ରିଭେସି ଅଧିକାର ରହିଛି, ଯାହା ସମ୍ବିଧାନ ଦ୍ୱାରା ସୁରକ୍ଷିତ ବୋଲି ସୁପ୍ରିମକୋର୍ଟ ମଙ୍ଗଳବାର କହିଛନ୍ତି। ଆତଙ୍କବାଦୀମାନଙ୍କ ବିରୋଧରେ ସ୍ବାଏଓ୍ବେର ବ୍ୟବହାରରେ ଭୁଲ୍ କେଉଁଠି ବୋଲି ସର୍ବୋଚ୍ଚ ଅଦାଲତ ବିସ୍ମୟ ପ୍ରକାଶ କରିଛନ୍ତି।
ସ୍ପାଏଓ୍ବେର ରଖିବା ଭୁଲ୍ ନୁହେଁ, କିନ୍ତୁ କାହା ବିରୋଧରେ ଏହାକୁ ବ୍ୟବହାର କରାଯାଉଛି, ତାହା ହେଉଛି ପ୍ରଶ୍ନ। ଆପଣ ଦେଶର ସୁରକ୍ଷାକୁ ଜଳାଞ୍ଜଳି ଦେଇପାରିବେ ନାହିଁ କିମ୍ବା ଏହା ସହ ସାଲିସ କରିପାରିବେ ନାହିଁ ବୋଲି ଖଣ୍ଡପୀଠ ପେଗାସସ୍ ବିବାଦ ସମ୍ପର୍କିତ କେତେକ ପିଟିଶନ୍ର ଶୁଣାଣି କରି କହିଛନ୍ତି। ଖବରଦାତା, ବିଚାରପତି, ସାମାଜିକ କର୍ମୀ, ରାଜନେତା ଓ ଅନ୍ୟମାନଙ୍କ ବିରୋଧରେ ଗୁପ୍ତଚରଗିରି ପାଇଁ କେନ୍ଦ୍ର ସରକାର ଇସ୍ରାଏଲୀ ସଫ୍ଟଓ୍ବେର ପେଗାସସ୍କୁ ବ୍ୟବହାର କରୁଥିବା ଅଭିଯୋଗ ଆସିଥିଲା। ଏହାର ସବିଶେଷ ତଦନ୍ତ ପାଇଁ ନିବେଦନ କରି ସୁପ୍ରିମକୋର୍ଟରେ ଅନେକ ପିଟିଶନ ଦାଏର ହୋଇଥିଲା। ଲୋକଙ୍କ ବ୍ୟକ୍ତିଗତ ଚିନ୍ତାକୁ ଦୂର କରାଯିବା ଆବଶ୍ୟକ, କିନ୍ତୁ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ଉପରେ ରାସ୍ତାଘାଟରେ ଆଲୋଚନା ହୋଇପାରିବ ନାହିଁ। ଦେଶର ସୁରକ୍ଷା ଓ ସାର୍ବଭୌମତ୍ୱ ସହ ଜଡ଼ିତ ବିଷୟ ସର୍ବସାଧାରଣରେ ପ୍ରକାଶ କରା ନ ଯାଉ ବୋଲି ଖଣ୍ଡପୀଠ କହିଛନ୍ତି। ବୈଷୟିକ କମିଟି ରିପୋର୍ଟକୁ କେତେଦୂର ସର୍ବସାଧାରଣରେ ଶେୟାର କରାଯାଇପାରିବ, ତାହା ଅନୁଧ୍ୟାନ କରିବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି।
ପ୍ରକୃତରେ ସରକାରଙ୍କ ପାଖରେ ସ୍ପାଏଓ୍ବେର ଥିଲା ଏବଂ ଏହାକୁ ବ୍ୟବହାର କରୁଥିଲେ କି ବୋଲି ଜଣେ ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ଦୀନେଶ ଦ୍ୱିବେଦୀ ପ୍ରଶ୍ନ କରିଥିଲେ। ଯଦି ତାହା ଥାଆନ୍ତା, ତେବେ ଆଜି ପର୍ଯ୍ୟନ୍ତ ତାହାକୁ ବ୍ୟବହାର କରିବାରେ କେହି ରୋକିପାରି ନ ଥାନ୍ତେ ବୋଲି ଦ୍ୱିବେଦୀ କହିଥିଲେ। ସାମ୍ବାଦିକ ପରଞ୍ଜୟ ଗୁହା ଠାକୁର୍ତ୍ତାଙ୍କ ତରଫରୁ ବରିଷ୍ଠ ଆଇନଜୀବୀ କପିଲ ସିବଲ ଆମେରିକା ଜିଲା ଅଦାଲତଙ୍କ ରାୟର ଉଦାହରଣ ରଖିଥିଲେ। ହ୍ୟାକ୍ ହେଉଥିବାର ହ୍ବାଟ୍ସଆପ୍ ନିଜେ ହିଁ ପ୍ରମାଣ, ଯାହାକି ସେତେବେଳେ ଅଦାଲତ ଦର୍ଶାଇ ନ ଥିଲେ କି ବିଶେଷଜ୍ଞମାନେ ମଧ୍ୟ କହି ନ ଥିଲେ ବୋଲି ସିବଲ କହିଛନ୍ତି। ସରକାରଙ୍କ ତରଫରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଥିଲେ, ଆତଙ୍କବାଦୀଙ୍କ ବିରୋଧରେ ସ୍ପାଏଓ୍ବେରର ବ୍ୟବହାର ଭୁଲ୍ ନୁହେଁ। ସେମାନେ ପ୍ରିଭେସି ଅଧିକାର ଦାବି କରିପାରିବେ ନାହିଁ। ଅନ୍ୟପକ୍ଷରେ ବୈଷିୟକ କମିଟି ରିପୋର୍ଟକୁ କାଟଛାଣ୍ଟ ନ କରି ଏହାକୁ ପ୍ରକାଶ କରାଯିବା ଉଚିତ ବୋଲି ବରିଷ୍ଠ ଆଇନଜୀବୀ ଶ୍ୟାମ ଦିଭାନ କହିଥିଲେ। ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୩୦ରେ ହେବ।
ପେଗାସସ୍ର ବେଆଇନ ବ୍ୟବହାର ସମ୍ପର୍କରେ ତଦନ୍ତ ଲାଗି ସୁପ୍ରିମକୋର୍ଟ ୨୦୨୨ ଅଗଷ୍ଟ ୨୫ରେ ବୈଷୟିକ କମିଟି ଗଠନ କରିଥିଲେ। ଯାଞ୍ଚ କରାଯାଇଥିବା ୨୯ଟି ସେଲ୍ଫୋନ୍ରୁ ୫ଟିରେ ମାଲଓ୍ବେର ବ୍ୟବହୃତ ହୋଇଥିବା ଜଣାପଡ଼ିଥିଲେ ମଧ୍ୟ ପେଗାସସ୍ ବ୍ୟବହୃତ ହୋଇଥିବା ନେଇ ନିଷ୍କର୍ଷ ବାହାରିପାରି ନ ଥିଲା।
The post ସୁରକ୍ଷା ଦୃଷ୍ଟିରୁ ସ୍ପାଏଓ୍ବେର ବ୍ୟବହାର ଭୁଲ୍ ନୁହେଁ: ସୁପ୍ରିମକୋର୍ଟ appeared first on Dharitri Odia News.