ସୁରକ୍ଷା ବଳୟରେ ସମ୍ବଲପୁର
#ସୁରକ୍ଷା_ବଳୟରେ_ସମ୍ବଲପୁର ସମ୍ବଲପୁରରେ ଖୁବ ଧୁମଧାମରେ ପାଳିତ ହେଉଛି ହନୁମାନ ଜୟନ୍ତୀ। ବୄକ୍ସହିଲସ୍ଥିତ ହନୁମାନ ମନ୍ଦିର ସମେତ ବିଭିନ୍ନ ହନୁମାନ ମନ୍ଦିରରେ ଚାଲିଛି ପୂଜାର୍ଚ୍ଚନା ଓ ହନୁମାନ ଚାଳିଶା ପାଠ। ଅପରାହ୍ନରେ ହନୁମାନ ଜୟନ୍ତୀ ଶୋଦ୍ଭାଯାତ୍ରା ବାହାରିବ। ଏଥିପାଇଁ ସୁରକ୍ଷା ଦୃଷ୍ଟିରୁ ମଧ୍ୟ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। କେନ୍ଦ୍ରୀୟ ଫୋର୍ସ ସହ ଓଡ଼ିଶା ପୋଲିସର ପ୍ରାୟ ୫୩ ପ୍ଲାଟୁନ ସୁରକ୍ଷା କର୍ମୀ ବିଭିନ୍ନ ସ୍ଥାନରେ ମୁତୟନ ହୋଇଛନ୍ତି। ପୋଲିସ ପକ୍ଷରୁ ଶୋଭାଯାତ୍ରା ପାଇଁ ଏକ ରୁଟ ଚାର୍ଟ ପ୍ରସ୍ତୁତ ହୋଇଛି। ସମ୍ବେଦନଶୀଳ ସ୍ଥାନ ମଧ୍ୟ ଚିହ୍ନଟ କରାଯାଇଛି।