ସୁରକ୍ଷା ଢ଼ିଲା, ପ୍ରଶାସନିକ ସେବା ହୁଗୁଳା :ସ୍କୁଲ ଭିତରେ ନିଶାଗ୍ରସ୍ତଙ୍କ ବିତ୍ପାତ
ସମ୍ବଲପୁର:ଢ଼ିଲା ସୁରକ୍ଷା ଓ ପ୍ରଶାସନିକ ସେବା ହୁଗୁଳା ହୋଇ ପଡ଼ିଥିବାରୁ ସ୍କୁଲ ଭିତରେ ଚାଲିଛି ବାହ୍ୟ ନିଶାଗ୍ରସ୍ତଙ୍କ ବିତ୍ପାତ। ଏଭଳି ଦୃଶ୍ୟ ଆଜି ଦେଖିବାକୁ ମିଳିଛି ଜୟ ଦୁର୍ଗା ହାଇଅର ସେକେଣ୍ଡାରୀ ସ୍କୁଲ ପରିସରରେ।ଯେଉଁଥି ପାଇଁ ନାକେଦମ ହେବାକୁ ପଡିଛି ସ୍କୁଲ କର୍ତ୍ତ୍ତୃପକ୍ଷଙ୍କୁ। ଶେଷରେ ସ୍ଥାନୀୟ ଅଧିବାସୀ ଓ ପୋଲିସ ହସ୍ତକ୍ଷେପ ପରେ ଶାନ୍ତ ପଡିଥିଲା ସ୍କୁଲ ପରିବେଶ। ସ୍କୁଲ ଅଧ୍ୟକ୍ଷ ଅକ୍ଷୟ କୁମାର ମହାପାତ୍ର ଏ ନେଇ ସଦର ଥାନାରେ ଏକ ମାମଲା ଵି ରୁଜୁ […] The post ସୁରକ୍ଷା ଢ଼ିଲା, ପ୍ରଶାସନିକ ସେବା ହୁଗୁଳା :ସ୍କୁଲ ଭିତରେ ନିଶାଗ୍ରସ୍ତଙ୍କ ବିତ୍ପାତ appeared first on Odisha.News.

ସମ୍ବଲପୁର:ଢ଼ିଲା ସୁରକ୍ଷା ଓ ପ୍ରଶାସନିକ ସେବା ହୁଗୁଳା ହୋଇ ପଡ଼ିଥିବାରୁ ସ୍କୁଲ ଭିତରେ ଚାଲିଛି ବାହ୍ୟ ନିଶାଗ୍ରସ୍ତଙ୍କ ବିତ୍ପାତ। ଏଭଳି ଦୃଶ୍ୟ ଆଜି ଦେଖିବାକୁ ମିଳିଛି ଜୟ ଦୁର୍ଗା ହାଇଅର ସେକେଣ୍ଡାରୀ ସ୍କୁଲ ପରିସରରେ।ଯେଉଁଥି ପାଇଁ ନାକେଦମ ହେବାକୁ ପଡିଛି ସ୍କୁଲ କର୍ତ୍ତ୍ତୃପକ୍ଷଙ୍କୁ। ଶେଷରେ ସ୍ଥାନୀୟ ଅଧିବାସୀ ଓ ପୋଲିସ ହସ୍ତକ୍ଷେପ ପରେ ଶାନ୍ତ ପଡିଥିଲା ସ୍କୁଲ ପରିବେଶ।
ସ୍କୁଲ ଅଧ୍ୟକ୍ଷ ଅକ୍ଷୟ କୁମାର ମହାପାତ୍ର ଏ ନେଇ ସଦର ଥାନାରେ ଏକ ମାମଲା ଵି ରୁଜୁ କରିଛନ୍ତି। ଅଭିଯୋଗ ପତ୍ରରେ ଜଣେ ବାହ୍ୟ ବାହ୍ୟ ଯୁବକ ନିଶାଗ୍ରସ୍ତ ଅବସ୍ଥାରେ ସ୍କୁଲ ବାଉଣ୍ଡରୀ ଦେଇ ସ୍କୁଲ ଭିତରେ ପଶି କର୍ମଚାରୀ ଓ ଶିକ୍ଷାର୍ଥୀ ମାନଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ମାରି ଦେବାକୁ ଧମକ ଦେବା ନେଇ ଦର୍ଶାଯାଇଛି।
ଘଟଣାରୁ ଜଣାପଡିଛିଯେ ସୁଢାବଲଣ୍ଡା ଅନ୍ତର୍ଗତ ଜାମୁମାଲ ଗ୍ରାମର ଇନ୍ଦ୍ରଜିତ ସିଂହ ନାମକ ଯୁବକ ଅପରାହ୍ନ ୧୨. ୦୫ ସମୟରେ ସ୍କୁଲ ପରିସର ଭିତରେ ପଶି ଗାଳି ଗୁଲଜ କରିବା ସହିତ ନିଜର ବିତ୍ପାତ ଦେଖାଇଥିଲା। ଏହା ଦିନ ୦୧. ୩୦ ପର୍ଯ୍ୟନ୍ତ ଚାଲିଥିଲା। ଶେଷରେ ସ୍ଥାନୀୟ ଅଧିବାସୀ ସଦର ପୋଲିସ ପହଞ୍ଚିବା ପରେ ଯୁବକକୁ କାବୁ କରି ପୋଲିସ ଜିମା ଦେବାପରେ ଯୁବକର ବାଇକକୁ ପୋଲିସ ଜବତ କରି ନିଶଗ୍ରସ୍ତ ଯୁବକକୁ ଥାନାକୁ ନେବା ପରେ ସ୍କୁଲ ପରିବେଶରେ ଶାନ୍ତ ପଡିଥିଲା। ଏହି ଘଟଣାକୁ ନେଇ ବହୁ ଶିକ୍ଷାର୍ଥୀ ଜୀବନ ଭୟରେ ସ୍କୁଲ ଛାଡି ବାହାରକୁ ଚାଲି ଯାଇଥିବା ଦେଖା ଯାଇଥିଲା। ଫଳରେ ଶିକ୍ଷାର୍ଥୀ ଓ ଅବିଭାବକ ମହଲରେ ଭୟର ବାତାବରଣ ଖେଳି ଯାଇଛି। ପ୍ରଶାସନିକ ପରିଚାଳନାରେ ହୁଗୁଳା ଓ ସୁରକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ଢ଼ିଲା ଥିବା ଯୋଗୁଁ ସ୍କୁଲ ଶୃଙ୍ଖଳାରେ ବ୍ୟତିକ୍ରମ ଦେଖାଦେଇ ସ୍କୁଲର ଲୋକପ୍ରିୟତା ଦିନକୁ ଦିନ ନଷ୍ଟ ହେବାରେ ଲାଗିଛି। ଏଠାରେ ସ୍ଥାୟୀ ପରିଚଳନା କମିଟି ନଥିବାରୁ କେହି କାହାକୁ ମାନିବାରେ ନାରାଜ। ସ୍କୁଲ କମିଟି ସଭାପତି ଉପଜିଲ୍ଲାପାଳ ଏଥିରେ ହସ୍ତକ୍ଷେପ କରି ଏହାର ସୁଧାର ଆଣିବାକୁ ଅଞ୍ଚଳର ବହୁ ବରିଷ୍ଠ ମାନ୍ୟଗଣ ବ୍ୟକ୍ତି ବାରମ୍ବାର ଅନୁରୋଧ କରିଛନ୍ତି।ଏହି ସ୍କୁଲରେ ଏଭଳି ଘଟଣାକୁ ରୋକିବା ଓ ଅଞ୍ଚଳର ଏକମାତ୍ର ଯୁକ୍ତ ୨ ସ୍କୁଲର ବିକାଶ ଓ ପରିଚାଳନାଗତ ସଂସ୍କାର ଆଣିବା ଦିଗରେ ପରିଚଳନା ସଭାପତି ତୁରନ୍ତ ଏଥିରେ ହସ୍ତକ୍ଷେପ କରିବାକୁ ସାଧାରଣରେ ଦାବି ହୋଇଛି।
The post ସୁରକ୍ଷା ଢ଼ିଲା, ପ୍ରଶାସନିକ ସେବା ହୁଗୁଳା :ସ୍କୁଲ ଭିତରେ ନିଶାଗ୍ରସ୍ତଙ୍କ ବିତ୍ପାତ appeared first on Odisha.News.