ହଟିଲା ନିଲମ୍ବନ, ବିବାଦୀୟ ଆଇପିଏସ ଡିସେ କୁଟ୍ଟେଙ୍କୁ ଓଏସଡି ପଦରେ ନିଯୁକ୍ତି

ଭୁବନେଶ୍ୱର: ବିଜେଡି ସରକାରରେ ପାୱାରଫୁଲ ଆଇପିଏସ୍ ଥିଲେ ଡିଏସ କୁଟ୍ଟେ । ତାଙ୍କ ବିନା ଅନୁମତିରେ ପୋଲିସ ପ୍ରଶାସନରେ ପତ୍ରଟିଏ ହେଲୁ ନ ଥିବା କୁହାଯାଏ । ନିର୍ବାଚନ ସମୟରେ ବିଜେଡି ପାଇଁ ଦଳୀୟ କାର‌୍ୟ୍ୟ କରିବା ଅଭିଯୋଗରେ ନିଲମ୍ବିତ ହୋଇଥିବା ବିବାଦୀୟ ଆଇପିଏସ୍ ଡିଏସ କୁଟ୍ଟେଙ୍କୁ ଓଏସ୍‌ଡି ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର। ଆଜି ତାଙ୍କ ଉପରୁ ନିଲମ୍ବନ ହଟାଇବା ସହ ତାଙ୍କୁ ଗୃହ ବିଭାଗର ଓଏସଡି ପଦରେ ନିଯୁକ୍ତି ଦିଆଯାଇଛି। ସୋମବାର ଗୃହ […] The post ହଟିଲା ନିଲମ୍ବନ, ବିବାଦୀୟ ଆଇପିଏସ ଡିସେ କୁଟ୍ଟେଙ୍କୁ ଓଏସଡି ପଦରେ ନିଯୁକ୍ତି appeared first on Odisha.News.

ହଟିଲା ନିଲମ୍ବନ, ବିବାଦୀୟ ଆଇପିଏସ ଡିସେ କୁଟ୍ଟେଙ୍କୁ ଓଏସଡି ପଦରେ ନିଯୁକ୍ତି

ଭୁବନେଶ୍ୱର: ବିଜେଡି ସରକାରରେ ପାୱାରଫୁଲ ଆଇପିଏସ୍ ଥିଲେ ଡିଏସ କୁଟ୍ଟେ । ତାଙ୍କ ବିନା ଅନୁମତିରେ ପୋଲିସ ପ୍ରଶାସନରେ ପତ୍ରଟିଏ ହେଲୁ ନ ଥିବା କୁହାଯାଏ । ନିର୍ବାଚନ ସମୟରେ ବିଜେଡି ପାଇଁ ଦଳୀୟ କାର‌୍ୟ୍ୟ କରିବା ଅଭିଯୋଗରେ ନିଲମ୍ବିତ ହୋଇଥିବା ବିବାଦୀୟ ଆଇପିଏସ୍ ଡିଏସ କୁଟ୍ଟେଙ୍କୁ ଓଏସ୍‌ଡି ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର। ଆଜି ତାଙ୍କ ଉପରୁ ନିଲମ୍ବନ ହଟାଇବା ସହ ତାଙ୍କୁ ଗୃହ ବିଭାଗର ଓଏସଡି ପଦରେ ନିଯୁକ୍ତି ଦିଆଯାଇଛି।

ସୋମବାର ଗୃହ ବିଭାଗ ପକ୍ଷରୁ ଜାରି ବଜ୍ଞପ୍ତି ଅନୁସାରେ, ୧୯୯୭ ବ୍ୟାଚ୍ ଆଇପିଏସ୍ ଡିଏସ କୁଟ୍ଟେଙ୍କ ଉପରୁ ସର୍ତ୍ତମୂଳକ ଭାବେ ନିଲମ୍ବନ ହଟାଇବା ପାଇଁ ନିର୍ବାଚନ ଆୟୋଗ ଗତ ମାସ ଜୁନ୍ ୬ତାରିଖରେ ନିର୍ଦ୍ଦେଶ ଦେଇଥିଲେ । ନିର୍ବାଚନ କମିଶନଙ୍କ ମେ’ ୨୮ତାରିଖର ନିର୍ଦ୍ଦେଶ ଓ ଜୁନ୍ ୬ ତାରିଖର ସୁପାରିଶକୁ ଆଧାର କରି ଆଜି ତତ୍କାଳ ପ୍ରଭାବରୁ ଆଇପିଏସ୍ ଡିଏସ୍ କୁଟ୍ଟେଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର କରିଛନ୍ତି । କିନ୍ତୁ ତାଙ୍କ ବିରୁଦ୍ଧରେ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଜାରି ରହିବ ବୋଲି ସ୍ପଷ୍ଟ କରାଯାଇଛି। କୁଟ୍ଟେଙ୍କୁ ମିଶାଇ ଗୃହ ବିଭାଗରେ ଓଏସଡିଙ୍କ ସଂଖ୍ୟା ୫କୁ ବୃଦ୍ଧି ଘଟିଛି।

ଏହା ପୂର୍ବରୁ ଗୃହ ବିଭାଗର ଓଏସଡି ଭାବେ ୧୯୯୮ ବ୍ୟାଚ୍ ଆଇପିଏସ ରବିକାନ୍ତଙ୍କୁ ନିଯୁକ୍ତି ଦିଆଯାଇଛି। ସେ ନୂଆଦିଲ୍ଲୀ ସ୍ଥିତ ଆବାସିକ କମିଶନର ପଦବୀରେ କାର‌୍ୟ୍ୟରତ ଥିଲେ। ତାଙ୍କୁ ତତ୍କାଳ ପ୍ରଭାବରୁ ଗୃହ ବିଭାଗର ଓଏସଡି ଭାବେ ନିଯୁକ୍ତି ଦିଆଯାଇଛି । ସେ ଦୀର୍ଘବର୍ଷ ଧରି ଦିଲ୍ଲୀରେ ଡେପୁଟେସନରେ ଥିଲେ। କେନ୍ଦ୍ରୀୟ ଡେପୁଟେସନ ସରିବା ପରେ ତାଙ୍କୁ ପୂର୍ବର ବିଜେଡି ସରକାର ଆବାସିକ କମିଶନର ଭାବେ ଅବସ୍ଥାପିତ କରିଥିଲା ।

କୁଟ୍ଟେଙ୍କ ସହ ପାଣ୍ଡିଆନଙ୍କ ଅନ୍ୟତମ ଖାସ୍ ଥିବା ଆଇପିଏସ ଅଫିସର ଆଶିଷ ସିଂଙ୍କୁ ଗତ ସପ୍ତାହରେ ଗୃହ ବିଭାଗର ଓଏସଡି ଭାବେ ନିଯୁକ୍ତି ଦିଆଯାଇଥିଲା। ଆଶିଷ ସିଂ ମଧ୍ୟ ନିର୍ବାଚନ ବେଳେ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଲମ୍ବା ଛୁଟିରେ ରହିଥିଲେ । କିନ୍ତୁ ସେ ଏହି ଛୁଟିରେ ବିଜେଡି ପାଇଁ କାମ କରୁଥିଲେ । ଆଉ ଭାରତୀୟ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶରେ ଏମ୍ସ ହସ୍ପିଟାଲରେ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ହୋଇଥିଲା । ଏଥିରେ ସେ ସଂପୂର୍ଣ୍ଣ ସୁସ୍ଥ ଥିବା ଜଣା ପଡିବା ସହ ତାଙ୍କ ମିଛ ଧରା ପଡିଥିଲା ।

The post ହଟିଲା ନିଲମ୍ବନ, ବିବାଦୀୟ ଆଇପିଏସ ଡିସେ କୁଟ୍ଟେଙ୍କୁ ଓଏସଡି ପଦରେ ନିଯୁକ୍ତି appeared first on Odisha.News.