ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ, ଟପ ମାଓବାଦୀ ମୃତ
ବାଲିଗୁଡା : ସୁରକ୍ଷାକର୍ମୀ ଓ ମାଓବାଦୀ ଗୁଳି ବିନିମୟରେ ଜଣେ ଟପ ମାଓବାଦୀ ମୃତ। ଜଣେ ଯବାନ ଆହତ ହୋଇଛନ୍ତି। କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା କାମ୍ବେରିକିଆ ଜଙ୍ଗଲରେ ଗୁଳିବିନିମୟ ହୋଇଛି। ମାଓବାଦୀଙ୍କ ଗତିବିଧି ସଂପର୍କରେ ସୁଚନା ପାଇ ସୁରକ୍ଷା କର୍ମୀ ମାନେ ଜଙ୍ଗଲରେ ସର୍ଚ୍ଚ ଅପରେସନ ଚଳାଇଥିଲେ। ମାଓବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରେ ଅତର୍କିତ ଗୁଳିମାଡ଼ କରିଥିଲେ। ସୁରକ୍ଷାକର୍ମୀଙ୍କ ପାଲଟା ଆକ୍ରମଣରେ ଜଣେ ଟପ ଲିଡର ମାଓବାଦୀ ନିହତ ହୋଇଥିବା ଜଣାପଡ଼ିଛି। ମାଓବାଦୀଙ୍କ ଗୁଳି ରେ ଜଣେ […] The post ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ, ଟପ ମାଓବାଦୀ ମୃତ appeared first on KNews Odisha.

ବାଲିଗୁଡା : ସୁରକ୍ଷାକର୍ମୀ ଓ ମାଓବାଦୀ ଗୁଳି ବିନିମୟରେ ଜଣେ ଟପ ମାଓବାଦୀ ମୃତ। ଜଣେ ଯବାନ ଆହତ ହୋଇଛନ୍ତି। କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା କାମ୍ବେରିକିଆ ଜଙ୍ଗଲରେ ଗୁଳିବିନିମୟ ହୋଇଛି। ମାଓବାଦୀଙ୍କ ଗତିବିଧି ସଂପର୍କରେ ସୁଚନା ପାଇ ସୁରକ୍ଷା କର୍ମୀ ମାନେ ଜଙ୍ଗଲରେ ସର୍ଚ୍ଚ ଅପରେସନ ଚଳାଇଥିଲେ। ମାଓବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରେ ଅତର୍କିତ ଗୁଳିମାଡ଼ କରିଥିଲେ। ସୁରକ୍ଷାକର୍ମୀଙ୍କ ପାଲଟା ଆକ୍ରମଣରେ ଜଣେ ଟପ ଲିଡର ମାଓବାଦୀ ନିହତ ହୋଇଥିବା ଜଣାପଡ଼ିଛି। ମାଓବାଦୀଙ୍କ ଗୁଳି ରେ ଜଣେ ଡିଭିଏଫ ଯବାନ ଆହତ ହୋଇଛନ୍ତି। ଜଙ୍ଗଲରେ ଏବେ ବି କମ୍ବିଂ ଅପେରସନ ଜାରି ରହିଥିବା କହିଛନ୍ତି ADG ଅପରେସନ ଏସ ଦେବଦତ୍ତ ସିଂହ।
The post ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ, ଟପ ମାଓବାଦୀ ମୃତ appeared first on KNews Odisha.