ବନ୍ଧା ହେଲା ରସିକ ନାଗର, ବହୁ ମହିଳାଙ୍କୁ ଦ୍ୱିତୀୟ ବିବାହ କରିବାକୁ କହି ଲୁଟୁଥିଲା
ଟାର୍ଗେଟରେ ଥିଲେ ମଧ୍ୟ ବୟସ୍କା, ସ୍ୱାମୀ ପରିତ୍ୟକ୍ତା ଓ ବିଧବା । ଦ୍ୱିତୀୟ ବିବାହ କରିବ ବୋଲି ପ୍ରତିଶ୍ରୁତି ଦେଇ ସେମାନଙ୍କୁ ଲୁଟୁଥିଲା । ବିବାହର ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ଓ ଆର୍ଥିକ ଠକେଇ ଘଟଣାରେ ଗିରଫ ହୋଇଛି ରସିକ ନାଗର । ଅନୁଗୁଳ ଛେଣ୍ଡିପଦାର ବିରଞ୍ଚି ନାରାୟଣ ନାଥଙ୍କୁ ଗିରଫ କରିଛି ଓଡିଶା କ୍ରାଇମବ୍ରାଞ୍ଚ । ସୋସିଆଲ ମିଡିଆରେ ଫେକ୍ ଆକାଉଣ୍ଟ ଖୋଲି ଠକେଇ କରୁଥିଲା । ମାଟ୍ରିମୋନି ସାଇଟରେ ଭିନ୍ନ ଭିନ୍ନ ନାମ […] The post ବନ୍ଧା ହେଲା ରସିକ ନାଗର, ବହୁ ମହିଳାଙ୍କୁ ଦ୍ୱିତୀୟ ବିବାହ କରିବାକୁ କହି ଲୁଟୁଥିଲା appeared first on KNews Odisha.

ଟାର୍ଗେଟରେ ଥିଲେ ମଧ୍ୟ ବୟସ୍କା, ସ୍ୱାମୀ ପରିତ୍ୟକ୍ତା ଓ ବିଧବା । ଦ୍ୱିତୀୟ ବିବାହ କରିବ ବୋଲି ପ୍ରତିଶ୍ରୁତି ଦେଇ ସେମାନଙ୍କୁ ଲୁଟୁଥିଲା । ବିବାହର ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ଓ ଆର୍ଥିକ ଠକେଇ ଘଟଣାରେ ଗିରଫ ହୋଇଛି ରସିକ ନାଗର । ଅନୁଗୁଳ ଛେଣ୍ଡିପଦାର ବିରଞ୍ଚି ନାରାୟଣ ନାଥଙ୍କୁ ଗିରଫ କରିଛି ଓଡିଶା କ୍ରାଇମବ୍ରାଞ୍ଚ । ସୋସିଆଲ ମିଡିଆରେ ଫେକ୍ ଆକାଉଣ୍ଟ ଖୋଲି ଠକେଇ କରୁଥିଲା ।
ମାଟ୍ରିମୋନି ସାଇଟରେ ଭିନ୍ନ ଭିନ୍ନ ନାମ ରଖିଥିଲା । ବହୁ ମହିଳାଙ୍କୁ ଦ୍ୱିତୀୟ ବିବାହ କରିବାକୁ କହି ଠକେଇ କରିବା ସହିତ ଶାରୀରିକ ସମ୍ପର୍କ ରଖିଥିଲା ଅଭିଯୁକ୍ତ । ରାଜ୍ୟର ବିଭିନ୍ନ ଜିଲ୍ଲାରେ ତା ନାଁରେ ରହିଛି ମାମଲା । ରାଜ୍ୟ ବାହାରେ ମଧ୍ୟ କିଛି ମହିଳାଙ୍କୁ ଠକିଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତ ବିରଞ୍ଚି “ଦ୍ୱିତୀୟ ବିବାହ” ଟ୍ୟାଗଲାଇନ୍ ରଖି ମାଟ୍ରିମୋନି ସାଇଟରେ ଏକ ପ୍ରୋଫାଇଲ୍ ତିଆରି କରିଥିଲା ।
ନିଜକୁ କେତେବେଳେ ରେଳ କର୍ମଚାରୀ ବା କେତେବେଳେ ଆୟକର ଇନ୍ସପେକ୍ଟର କିମ୍ବା କଷ୍ଟମ୍ସ ଆଣ୍ଡ ସେଣ୍ଟ୍ରାଲ୍ ଏକ୍ସାଇଜ୍ ବିଭାଗର ଅଧିକାରୀ କହି ମହିଳାଙ୍କୁ ଫସାଉଥିଲା । ଅଭିଯୁକ୍ତଙ୍କର ନକଲି ପ୍ରୋଫାଇଲ୍ ଦ୍ୱାରା ଅନେକ ମହିଳା ଆକର୍ଷିତ ହୋଇ ଜାଲରେ ପଡ଼ିଥିଲେ । ବିବାହ ପରେ ସେମାନଙ୍କୁ ଚାକିରୀ କରାଇ ଦେବା ପାଇଁ ପ୍ରତିଶୃତି ଦେଇଥିଲା । ଅନେକ ପୀଡିତାଙ୍କ ସହ ମନ୍ଦିରରେ ବିବାହ ମଧ୍ୟ କରିଥିଲା ।
ପୀଡିତାଙ୍କ ସହିତ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ କରୁଥିଲା । ଭିଡିଓ କଲ୍ ମାଧ୍ୟମରେ ଅନେକ ପୀଡିତାଙ୍କ ନଗ୍ନ ଫଟୋ ଏବଂ ଭିଡିଓ ମଧ୍ୟ ରେକର୍ଡ କରିଥିଲା । ପରେ ସେ ପୀଡ଼ିତାଙ୍କଠାରୁ ନଗଦ ଟଙ୍କା, ସୁନା ଏବଂ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ଆକାରରେ ଅର୍ଥ ଲୁଟି ନେଉଥିଲା । ଟଙ୍କା ନଦେଲେ ବ୍ୟକ୍ତିଗତ ଫଟୋ ଏବଂ ଭିଡିଓ ସାର୍ବଜନୀନ କରିବାକୁ ଧମକ ମଧ୍ୟ ଦେଇଥିଲା । ଏହି ଅଭିଯୁକ୍ତ ଏକାଧିକ ନାମ ଯେପରିକି ମାନସ ରଥ, ପ୍ରଭାକର ଶ୍ରୀବାସ୍ତବ ଓ ବିରଞ୍ଚି ନାରାୟଣ ନାଥ ଆଦିରେ ଭିନ୍ନ ଭିନ୍ନ ମହିଳାଙ୍କ ସହିତ ଯୋଗାଯୋଗରେ ଥିଲା।
The post ବନ୍ଧା ହେଲା ରସିକ ନାଗର, ବହୁ ମହିଳାଙ୍କୁ ଦ୍ୱିତୀୟ ବିବାହ କରିବାକୁ କହି ଲୁଟୁଥିଲା appeared first on KNews Odisha.