ସୁରକ୍ଷାକର୍ମୀଂକ ଗୁଳିରେ ଟଳିଲେ ୨ ମାଓବାଦୀ
ମାଲକାନଗିରି : ସୁରକ୍ଷାକର୍ମୀଂକ ଗୁଳିରେ ଟଳିଲେ ୨ ମାଓବାଦୀ । ଦୁଇ ଜଣ ଯାକ ମହିଳା ମାଓବାଦୀ ଥିବା ସୂଚନା ମିଳିଛି । ମାଲକାନଗିରି ସୀମାନ୍ତ ଛତିଶଗଡ଼ର ଆବୁଝମାଡ଼ ଜଙ୍ଗଲରେ ଆଜି ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ବେଳେ ଗୁଳିମାଡ଼ ହୋଇଥିଲା । ନିହତ ମାଓବାଦୀ ମାନଙ୍କ ନିକଟରୁ ବହୁ ଅସ୍ତ୍ରଶସ୍ତ୍ର, ବିସ୍ଫୋରକ ଏବଂ ମାରଣାସ୍ତ୍ର ଜବତ ହୋଇଛି। ଆବୁଝମାଡ଼ ଜଙ୍ଗଲ ମାଓବାଦୀ ଲୁଚିଥିବା ନେଇ ଗୁଇନ୍ଦା ସୂତ୍ରରୁ ସୁରକ୍ଷାକର୍ମୀଙ୍କୁ ସୂଚନା ମିଳିଥିଲା । ଗୁଇନ୍ଦା ସୂତ୍ର […]

ମାଲକାନଗିରି : ସୁରକ୍ଷାକର୍ମୀଂକ ଗୁଳିରେ ଟଳିଲେ ୨ ମାଓବାଦୀ । ଦୁଇ ଜଣ ଯାକ ମହିଳା ମାଓବାଦୀ ଥିବା ସୂଚନା ମିଳିଛି । ମାଲକାନଗିରି ସୀମାନ୍ତ ଛତିଶଗଡ଼ର ଆବୁଝମାଡ଼ ଜଙ୍ଗଲରେ ଆଜି ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ବେଳେ ଗୁଳିମାଡ଼ ହୋଇଥିଲା । ନିହତ ମାଓବାଦୀ ମାନଙ୍କ ନିକଟରୁ ବହୁ ଅସ୍ତ୍ରଶସ୍ତ୍ର, ବିସ୍ଫୋରକ ଏବଂ ମାରଣାସ୍ତ୍ର ଜବତ ହୋଇଛି।
ଆବୁଝମାଡ଼ ଜଙ୍ଗଲ ମାଓବାଦୀ ଲୁଚିଥିବା ନେଇ ଗୁଇନ୍ଦା ସୂତ୍ରରୁ ସୁରକ୍ଷାକର୍ମୀଙ୍କୁ ସୂଚନା ମିଳିଥିଲା । ଗୁଇନ୍ଦା ସୂତ୍ର ଆଧାରରେ ସର୍ଚ୍ଚ ଅପରେସନ ଚଳାଇଥିଲେ ପୋଲିସ ଏବଂ ସୁରକ୍ଷାକର୍ମୀ । ଏହି ସମୟରେ ମାଓବାଦୀମାନଙ୍କ ସହିତ ସୁରକ୍ଷା ବାହିନୀ ମୁହାଁମୁହିଁ ହୋଇଥିଲେ। ଯାହାଫଳରେ ଉଭୟ ପକ୍ଷଙ୍କ ମଧ୍ୟରେ ଗୁଳିବିନିମୟ ଘଟିଥିଲା। ଯେଉଁଥିରେ ଦୁଇ ଜଣ ମହିଳା ମାଓବାଦୀ ପ୍ରାଣ ହରାଇଥିବା ସୂଚନା ମିଳିଛି। ଗତ କିଛିଦିନ ଧରି ଏହି ଜଙ୍ଗଲରେ ସ୍ଥାନୀୟ ପୁଲିସ ଓ ଜବାନଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି।